ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବି ନେଇ ରାଜ ରାସ୍ତାରେ କର୍ମଚାରୀ ସଂଘ

ନୂତନ ପେନସନ ବ୍ୟବସ୍ଥା-୨୦୦୫ କୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଆଜି ଧର୍ମଗଡ଼ ଠାରେ ଉପଖଣ୍ଡ ଶିକ୍ଷକ ସଂଘ ପକ୍ଷରୁ ଏକ ପ୍ରତିବାଦ ରାଲି କରାଯାଇଛି ଏନେଇ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ସଙ୍ଘ ର ଏକ ବିରାଟ ଶୋଭାଯାତ୍ରା ମାଆ ଭଣ୍ଡାର ଘରଣୀ ମନ୍ଦିର ଠାରୁ ସହର ପରିକ୍ରମା କରି ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଂମ୍ମୁଖରେଏକ ପ୍ରତିବାଦ ସଭାର ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶ ରେ ଏକ ଦାବିପତ୍ର ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କୁ ଦିଆଯାଇଥିଲା।ନ୍ୟାସେନାଲ ମୁଭମେଣ୍ଟ ଫର ଓଲଡ଼ ପେନସନ ସ୍କିମ ର ଧର୍ମଗଡ଼ ଉପଖଣ୍ଡ ସଭାପତି ଲଳିତ କୁମାର ନାଏକ ଙ୍କ ନେତୃତ୍ୱରେ ରାଜ୍ୟ ସାଧାରଣ ସମ୍ପାଦକ ବଙ୍କିମ ଚନ୍ଦ୍ର ସାଗର,କଳାହାଣ୍ଡି ଜିଲ୍ଲା ସଭାପତି ସତ୍ୟବାନ ପାଣିଗ୍ରାହୀ, ଉପଖଣ୍ଡ ସମ୍ପାଦକ ସଂଜୀବ କୁମାର ପାଢୀ, ଆବାହକ ବିଶ୍ୱଜିତ ବେହେରା, ଉପସଭାପତି ରାଜକୁମାରୀ ନାଏକ,ସଙ୍ଗଠନ ସମ୍ପାଦକ ଗିରିଧାରୀ ସାହୁ, ମିଡିଆ ସଂଯୋଜକ ଟିକେଶ୍ୱର ନାଏକ,ରାଜେନ୍ଦ୍ର ଦୁରିଆ, ଯୁଗ୍ମ ସମ୍ପାଦକ ଦେବରାଜ ବେମାଲ, ଭରତ ସୁନାନୀ ପ୍ରମୁଖ ପ୍ରତିବାଦ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ନୂତନ ପେନସନ ସ୍କିମ ଲାଗୁ ଯୋଗୁଁ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ସମସ୍ୟାର ସଂମ୍ମୁଖୀନ ହେଉଥିବା ଯୋଗୁଁ ଏହାର ଉଚ୍ଛେଦ କରିବାକୁ ଦାବି କରିଥିଲେ।

ସୂଚନାଯୋଗ୍ୟଯେ, ତାରିଖ ୧.୧.୨୦୦୫ ନୂତନ ପେନସନ ସ୍କିମ ଲାଗୁ ହେବା ପରଠାରୁ ଚାକିରୀ କରୁଥିବା ସମସ୍ତ କର୍ମଚାରୀ ଙ୍କ ଜମା ଅର୍ଥ ରାଶି ଏନଏସଡିଏଲ ଦ୍ୱାରା ସେୟାର ବଜାରରେ ନିବେଶ କରାଯାଉଛି ଫଳରେ ଜମା ଅର୍ଥ ରାଶିର ନିବେଶ କରଯୁକ୍ତ ରହିଛି ଯଦ୍ୱାରା ୩୦ ବର୍ଷ ଚାକିରି କାଳ ଅତିବାହିତ କରି ଅବସର ଗ୍ରହଣ କଲାପରେ କିଏ ହଜାରେ, କିଏ ବାରଶହ ତ ଆଉ କିଏ ମାତ୍ର ଦୁଇହଜାର ପେନସନ ପାଉଛନ୍ତି ଫଳରେ ଅବସର ଜୀବନରେ ଏହି ଟଙ୍କା ସମୁଦ୍ର କୁ ଶଙ୍ଖେ ପାଣି ସଦୃଶ ବୋଲି ଶିକ୍ଷକ ନେତା ମାନେ ପ୍ରତିବାଦ ସଭାରେ ପ୍ରକାଶ କରିଛନ୍ତି।ତେଣୁ ରାଜ୍ୟ ସରକାର ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି କରିଛନ୍ତି।

ଏହି କ୍ରମରେ ସରକାରଙ୍କ ଉପରେ ଚାପ ପକାଇବ ପାଇଁ ଆଜି ନୂତନ ସ୍କିମ ଅଧିନସ୍ଥ ସରକାରୀ କର୍ମଚାରୀ ଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ଓ ପ୍ରତିବାଦ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶ ରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ପ୍ରେମଲତା ଙ୍କ କବିତା ସ୍ରୋତ

Sunil Chandra Nayak

ଧର୍ମରାଜ ପ୍ରଧାନ ଙ୍କ କବିତା ମାଁ

ରାଜା ଅନୁପ ସିଂହ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!