ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ସାହିତ୍ୟ ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ

ଓଡ଼ିଆ ସାହିତ୍ୟ ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ

ଗଞ୍ଜାମ : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଝାଡବାଇ ଗ୍ରାମ ପଞ୍ଚାୟତ ନିକଟସ୍ଥ ଗାଙ୍ଗନାପୁର ଗ୍ରାମରେ ଆଧ୍ୟାତ୍ମିକ କବି ଶ୍ରୀ ଚିତ୍ରସେନ ମହାରଣାଙ୍କ ବାସ ଭୁବନର “ଓଡ଼ିଆ ସାହିତ୍ୟ ସଂସଦ” ର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମର ସର୍ବ ପ୍ରଥମେ ମାଆ ସରସ୍ଵତୀ ଓ ଶ୍ରୀଗଣେଶଙ୍କୁ ପୂଜାର୍ଚ୍ଚନା କରା ଯାଇଥିଲା ଓ ଜଗତର ନାଥ ଜଗନ୍ନାଥଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଇଥିଲା |

ଉକ୍ତ କାର୍ଯ୍ୟକ୍ରମ ରେ ବେଗୁନିଆପଡ଼ାରୁ କବି ଶ୍ରୀ ସୁଶାନ୍ତ କୁମାର ମୁନୀ ଓ ହିଞ୍ଜିଳିକାଟୁରୁ କବି ଶ୍ରୀ ଦିନବନ୍ଧୁ ସାହୁ ଓ ଆସିକା ରୁ କବି ଶ୍ରୀ ମହେଶ୍ବର ପଣ୍ଡା ଯୋଗ ଦେଇଥିଲେ |

ଅନୁଷ୍ଠାନର ପ୍ରତିଷ୍ଠାତା ଓ ସଭାପତି ଶ୍ରୀ ଚିତ୍ରସେନ ମହାରଣା ଏହି ତିନି ଜଣ କବିଙ୍କ ସହ ଆଧ୍ୟାତ୍ମିକ ସାହିତ୍ୟ ଓ କିଛି ପୌରାଣିକ ବିଷୟ ଉପରେ ଅଧିକ ଆଲୋଚନା କରିଥିଲେ, ଓ ଶେଷ ରେ ଶ୍ରୀ ମହାରଣା ଓ ତିନି ଜଣ କବି ଅନୁଷ୍ଠାନ ବିଷୟ ରେ ଅଧିକ ଆଲୋଚନା କରିଥିଲେ ଏବଂ ଶ୍ରୀ ମହାରଣା କହିଛନ୍ତି ଯେ ଅଗଷ୍ଟ ୧୫ ତାରିଖ ଦିନ ଗୋଟିଏ ସ୍ଵତନ୍ତ୍ର କବିତା ଆସର ହେବ ଓ ଗୋଟିଏ ଇ ପତ୍ରିକା ହେବ |

ଏହି କାର୍ଯ୍ୟକ୍ରମରେ ତିନି ଜଣ ବରିଷ୍ଟ କବି କବିତା ପାଠ କରିଥିଲେ ଓ ଅନୁଷ୍ଠାନ ତରଫରୁ ସେମାନଙ୍କୁ ସମ୍ମାନିତ କରାଯାଇଛି, କାର୍ଯ୍ୟକ୍ରମ ଶେଷ ରେ ଅନୁଷ୍ଠାନ ର ପ୍ରତିଷ୍ଠାତା ଓ ସଭାପତି ଚିତ୍ରସେନ ମହାରଣା ଜଗନ୍ନାଥ ଙ୍କ ଉପରେ ଗୋଟିଏ କବିତା ପାଠ କରିଥିଲେ |

ଶ୍ରୀ ମହାରଣା କହୁଛନ୍ତି ଯେ ଅନୁଷ୍ଠାନ ର ସମସ୍ତ କବି କବୟିତ୍ରୀ ଙ୍କୁ ଡିଜିଟାଲ “ଓଡିଆ ସାହିତ୍ୟ ସମ୍ମାନ – ୨୦୨୪” ପ୍ରଦାନ କରାଯିବ ଓ ଆଗକୁ ବହୁତ୍ କିଛି କାର୍ଯ୍ୟକ୍ରମ ହେବ |

ମସିହା ନିୟୁଜ ସର୍ଭିସ୍ 

Related posts

୧୪ ବର୍ଷ ଚାକିରୀ କଲାପରେ ହେଇପାରିଲାନି ନିୟମିତତା , ମାନସିକ ଚାପରେ ପରିବାରକୁ ଏକାକୀ ଛାଡି ଚାଲିଗଲେ ଶିକ୍ଷକ

Sunil Chandra Nayak

କଳାହାଣ୍ଡି ନୂଆପଡା ଜିଲ୍ଲାରେ ଜନଜାତି ପର୍ଯ୍ୟଟନ ବିକାଶ ପାଇଁ ସ୍ମାରକ ପତ୍ର

Sunil Chandra Nayak

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଭିଜିଲାନ୍ସ ସପ୍ତାହ ପାଳିତ 

masiha

Leave a Comment

error: Content is protected !!