ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଲାରେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ “ଶିଶୁମାନଙ୍କ ପାଇଁ ଦିନଟିଏ “ କାର୍ଯ୍ୟକ୍ରମ ଅନୁଷ୍ଠିତ 

ରାୟଗଡା ଜିଲ୍ଲାରେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ “ଶିଶୁମାନଙ୍କ ପାଇଁ ଦିନଟିଏ “ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଜିଲ୍ଲାରେ ପ୍ରତ୍ୟେକ ଗ୍ରାମରେ ସଂବେଦନଶୀଳ ଶିଶୁ ଚିହ୍ନଟ ହୋଇ ସେମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯିବ । 
ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ସମସ୍ତ ବିବାହ ଲିପିବଦ୍ଧ ହୋଇ ରହିବ, ବିବାହ ସମୟରେ ଆବଶ୍ୟକ ଡକୁମେଣ୍ଟ ଉଭୟ କନ୍ୟା ଓ ବରପକ୍ଷ ଦେବେ । 

ରାୟଗଡା ତା ୩ / ୦୭ / ୨୦୨୪ ଜିଲ୍ଲାରେ ଶିଶୁ ମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଚାଲିଥିବା ସ୍ଵତନ୍ତ୍ର ଅଭିଯାନ “ପ୍ରଚେଷ୍ଟା” ମାଧ୍ୟମରେ ତ୍ରୟ ମାସିକ ସମୀକ୍ଷା ବୈଠକ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସରରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁ ଥିବା କମିଟି ସମୂହ ଯଥା ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କମିଟି , କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ ଏବଂ ଶିଶୁ ଶ୍ରମିକ ନିରାକରଣ କମିଟିର ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ । ଏହି ମିଳିତ ବୈଠକରେ ଅତିତିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ ନିଜ ଅଭିଭାଷଣ ରେ କହିଥିଲେଯେ ଜିଲ୍ଲାରେ ପ୍ରତ୍ୟେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ତେଣୁ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ସମସ୍ତ ବିବାହ ଲିପିବଦ୍ଧ ହୋଇ ରହିବ, ବିବାହ ସମୟରେ ଆବଶ୍ୟକ ଡକୁମେଣ୍ଟ ଉଭୟ କନ୍ୟା ଓ ବରପକ୍ଷ ଦେବେ । ଏହା ଫଳରେ ପରିବାର ଉପଯୁକ୍ତ ବୟସ ନ ହୋଇଥିଲେ ବିବାହ କରାଇବେ ନାହିଁ । ଜିଲ୍ଲାରେ ପ୍ରତ୍ୟେକ ଗ୍ରାମରେ ସଂବେଦନଶୀଳ ଶିଶୁ ଚିହ୍ନଟ ହୋଇ ସେମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯିବା ର ଆବଶ୍ୟକତା ରହିଛି ଏହାଦ୍ବାରା ଆମେ ରାୟଗଡା ଜିଲ୍ଲାକୁ ଶିଶୁ ମିତ୍ର ଜିଲ୍ଲା ହିସାବରେ ଗଢି ତୋଳିବପାରିବା । ଜିଲ୍ଲା ସ୍ତରରେ ମହିଳା କର୍ମଚାରୀ ମାନଙ୍କୁ ନେଇ ଏକ କମିଟି ଗଠନ କରିବା ଫଳରେ ଏହି କମିଟିର ସଦସ୍ୟ ମାନେ ଆଗାମୀ ଦିନରେ ମହିଳା କର୍ମଚାରୀ ମାନଙ୍କ ଦ୍ଵାରା ଏକ କମିଟି ମାଧ୍ୟମରେ ପ୍ରତ୍ୟେକ ବିଦ୍ୟାଳୟରେ ସଚେତନ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ବିଶେଷ କରି ଗ୍ରାମ ପଂଚାୟତ ସ୍ତରରେ ଏହାର ସଫଳ ରୂପାୟନ ନିମନ୍ତେ ସରପଞ୍ଚ ,ୱାର୍ଡ ମେମ୍ବର ଓ ଅନ୍ୟ ପଞ୍ଚାୟତ ପ୍ରତିନିଧି ମାନଙ୍କର ପ୍ରମୁଖ ଭୂମିକା ରହିଥିବାରୁ ସେମାନଙ୍କୁ ଦାୟିତ୍ଵ ନେବାପାଇଁ ମତବ୍ୟକ୍ତ କରିଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଚିତ୍ରା ସେଠୀ ବୈଠକ ପ୍ରାରମ୍ଭରେ ସୂଚନା ଦେଇ ଗତ ଦିନ ମାନଙ୍କରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ଶିଶୁ ମାନଙ୍କ ସୁରକ୍ଷା ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ଓ ଭିନ୍ନ ସୁବିଧା ଗୁଡିକ ବିଷୟରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ଜିଲ୍ଲାର ୨୦୦ଟି ଗ୍ରାମକୁ ଶିଶୁ ମିତ୍ର ଗ୍ରାମ ଭାବେ ଗଢି ତୋଳିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଥିବା ପ୍ରକ୍ରିୟା ବିଷୟରେ କହିଥିଲେ । ଜିଲ୍ଲାରେ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ଅନୁରୂପ ଭାବରେ ବ୍ଲକ ଓ ପଞ୍ଚାୟତ ସ୍ତରରେ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିରାକରଣ କମିଟିର ନିୟମିତ ଭାବେ ପ୍ରତି ୩ ମାସରେ ବୈଠକ ନିଶ୍ଚିତ କରାଇବା ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳୀ ପରିଡା ବୈଠକ ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଗତ ୬ ମାସରେ ଜିଲ୍ଲାରେ ୧୧ ଗୋଟି ବାଲ୍ୟବିବାହକୁ ବନ୍ଦ କରାଯିବା ସହିତ, ଆଜି ପର୍ଯ୍ୟନ୍ତ ୧୩୪୫ ଟି ରାଜସ୍ୱ ଗ୍ରାମକୁ ପ୍ରଶାସନ ତରଫରୁ ବାଲ୍ୟବିବାହ ମୁକ୍ତ ଗ୍ରାମଭାବରେ ଘୋଷଣା କରାଯାଇଥିବା କଥା ଉଲ୍ଲେଖ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବସନ୍ତ ନାୟକ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭରତ ଭୂଷଣ ବିଶ୍ଵାଳ ଜିଲ୍ଲାରେ ଅଧାରୁ ପାଠ ପଢା ବନ୍ଦ କରି ରହୁଥିବା ପିଲା ମାନଙ୍କୁ ଚିହ୍ନଟ କରି ପୁଣିଥରେ ବିଦ୍ୟାଳୟକୁ ଆଣିବା ପାଇଁ ଚାଲିଥିବା ପ୍ରକ୍ରିୟା ବିଷୟରେ ଉଲ୍ଲେଖ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଗୋପାଳ ମଙ୍ଗରାଜ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶିଶୁ ଶ୍ରମିକ ଲୋପ ପାଇଁ ଚାଲିଥିବା କାର୍ଯ୍ୟକ୍ରମ ବିଷୟରେ କହିଥିଲେ ଏବଂ ଗତ ବର୍ଷ ନିର୍ମାଣ ଶ୍ରମିକ ପରିବାରର ପିଲାମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିଥିବା ବିଷୟରେ ଆଲୋକପାତ କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ଲାଲ ମୋହନ ରାଉତ ରାୟ ଆଗାମୀ ଦିନରେ କିଶୋରୀ ବାଳିକା ମାନଙ୍କ ନିରାପଦ ସ୍ୱାସ୍ଥ୍ୟ ପାଇଁ ମିଳିତ ଭାବେ ବିଭିନ୍ନ ବିଭାଗ ଦ୍ଵାରା କାର୍ଯ୍ୟ କ୍ରମ କରିବା ନିମନ୍ତେ ମତ ଦେଇଥିଲେ । ପରେ ପରେ ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ରତ୍ନେଶ୍ଵର ସାହୁ, ଅରୁଣା ସଂଗଠନର ପ୍ରମୋଦ ନାୟକ ପ୍ରମୁଖ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟ କ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ । 

ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରୀନୁ ଆଚାରୀ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ଦକ୍ଷତା ଓ କର୍ମ ନିୟୋଜନ ଅଧିକାରୀ ତତ୍ତ୍ବ ମସୀ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ଅତିରିକ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲାର ସମସ୍ତ ବାଲ୍ୟବିବାହ ନିଷେଧ ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟିର ପ୍ରତାପ ଦାସ, ନିରାକାର ପାଢୀ ଙ୍କ ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ତିତ ରହିବା ସହିତ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ, ଶିଶୁ ଶ୍ରମିକ ନିରାକରଣ ଏବଂ ବାଲ୍ୟ ବିବାହର ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିମା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାମନଘାଟୀ ଉପତ୍ୟକା ମାଇନ୍ସ ଓ୍ବାର୍କରସ୍ ୟୂନିଅନ ତରଫରୁ ସୁଲାଇପାଟ ଲୌହଖଣି ଛଟେଇ ଶ୍ରମିକ ମାନଙ୍କ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର 

Sunil Chandra Nayak

୩ମାସ ବଦଳ ରେ ୨ମାସ ଚାଉଳ ବଣ୍ଟନ ମାମଲା ରେ ଏମ୍ ଆଇ ଫସିବା ସହିତ, ପିଇଓ ଓ ଯୋଗାଣ ସହାୟକ ଙ୍କୁ ବି ଫସାଇଦେଲେ। ହିତାଧିକାରୀ ନିଜ ହକ ଚାଉଳ ପାଇବେ କେବେ?

Sunil Chandra Nayak

ଭବାନୀପାଟଣା ଠାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!