ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଘରୁ ସୁନା ଅଳଙ୍କାର ଚୋରି ଅଭିଯୋଗ 

ଘରୁ ସୁନା ଅଳଙ୍କାର ଚୋରି ଅଭିଯୋଗ 

ଦିନକୁ ଦିନ ପାଟଣାଗଡ଼ ଅଂଚଳ ରେ ଚୋରି ଡକାୟତ ଭଳି ଘଟଣା ବୃଦ୍ଧି ପାଉଛି |କେତେବେଳେ ରାସ୍ତା ଉପରୁ ଲୁଟ ହେଉଛି ତ ଆଉ କେତେବେଳେ ଲୋକଙ୍କୁ ଘର କୁ ପଶି କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ |ଠିକ ସାମାନ ଘଟଣା ଆଜି ମଧ୍ୟ୍ୟ ଦେଖିବାକୁ ମିଳିଛି |ପାଟଣାଗଡ଼ ଥାନା ରହେନମାଲ ଗାଁର କପଡା ବ୍ୟବସାୟ ଯୁବରାଜ ମେହେର ଙ୍କ ଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହେଉଛି |ଆଜି ବିଳମ୍ବିତ ରାତ୍ରି ରେ ଘରେ ସମସ୍ତେ ଶୋଇଥିବା ବେଳେ ଚୋର ମାନେ ଘର ଭିତରକୁ ପଶି ଆଲମାରୀ ରେ ରଖିଥିବା 9 ଭରି ସୁନା ଅଳଙ୍କାର ସହ 3 ଲକ୍ଷ ଟଙ୍କା ଓ ଜମିବାଡ଼ିର କିଛି କାଗଜପତ୍ର ନେଇ ଚମ୍ପଟ ମାରିଥିବା ପରିବାର ଲୋକ ଅଭିଯୋଗ କରୁଛନ୍ତି |ଏମିତି କି ଚୋର ମାନେ ପରିବାର ଲୋକ ମୁହଁରେ କିଛି ନିଶା ଦ୍ରବ୍ୟ ସ୍ପ୍ରେ କରି ଘରୁ ଚୋରି କରି ଫେରାର ମାରିଥିବା ଯୁବରାଜ ସ୍ତ୍ରୀ କହିଛନ୍ତି |ଏନେଇ ଥାନାରେ ଅଭିଯୋଗ ପରେ ଘଟଣା ସ୍ଥଳ ରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ତେବେ ଏହି ଘଟଣା କୁ ନେଇ ଗାଁ ଲୋକ ଭୟଭୀତ ଅଛନ୍ତି ପୁଲିସ ପେଟ୍ରୋଲିଙ୍ଗ ପାଇଁ ଦାବି କରିଛନ୍ତି |ଏନେଇ ପୁଲିସ ର ପ୍ରତିକ୍ରିୟା ମିଳିପାରିନାହିଁ |

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ସ୍ବାମୀ ସ୍ତ୍ରୀଙ୍କ ନକଲି ମଦ ଫ୍ୟାକ୍ଟ୍ରି ; ୩୦ ଲକ୍ଷଟଙ୍କାର ବିଦେଶୀ ମଦ କାରଖାନା ଠାବ,ମଦ ତିଆରି ମେଶିନ ସହ ଜବତ

Sunil Chandra Nayak

ଜୁନାଗଡ:ଭୁବନେଶ୍ଵର ଟ୍ରେନ ରେ ଯାତ୍ରୀ ସୁରକ୍ଷିତ ନୁହନ୍ତି

masiha

ଖଣି ବ୍ୟବସାୟୀ ନିରାକାର ହତ୍ୟା ଘଟଣା ,  ଆଉ ଜଣେ ଅଭିଯୁକ୍ତ ଙ୍କୁ କୋର୍ଟଚାଲାଣ କଲା ପୋଲିସ

masiha

Leave a Comment

error: Content is protected !!