ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ପାଇଁ ଗୁରୁତ୍ଵପୂର୍ଣ୍ଣ ବୈଠକ

ଧର୍ମଗଡରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ପାଇଁ ଗୁରୁତ୍ଵପୂର୍ଣ୍ଣ ବୈଠକ

ଆସନ୍ତା ରଥଯାତ୍ରା ପରିପ୍ରେକ୍ଷୀରେ ଆଜି ଧର୍ମଗଡ ଉପଜିଲ୍ଲାପାଳ ଙ୍କ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି।

ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଆଗାମୀ ରଥଯାତ୍ରା ଆୟୋଜନ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଗଠିତ ବିଭିନ୍ନ କମିଟିର ସଦସ୍ୟ ମାନେ ଯତ୍ନବାନ ହେବା ସହିତ ରଥ ଯାତ୍ରାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଉପ ଜିଲ୍ଲାପାଳ ଗୁରୁତ୍ଵ ପ୍ରଦାନ କରିଥିଲେ।ବୈଠକରେ ତହସିଲଦାର ସଞ୍ଜୟ କୁମାର ସାମନ୍ତରା, ଥାନା ଅଧିକାରୀ ଦାମୋଦର ବିହାରୀ,ନଗରପାଳ ଅଶୋକ କୁମାର ମହାନ୍ତି,ସହ ଜିଲ୍ଲାପାଳ ମନ୍ମଥ ବେହେରା, ଏନ ଏ ସି ର ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ଶ୍ରୀ ବ୍ରଜମୋହନ ପଞ୍ଚଦେବ ଶ୍ରୀ ରାଧାକୃଷ୍ଣ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଉପସଭାପତି ତୁଷାର ରଞ୍ଜନ ପଟ୍ଟଯୋଷି,ଟ୍ରଷ୍ଟର ବରିଷ୍ଠ ସଦସ୍ୟ ସୁରେଶ ଚନ୍ଦ୍ର ମୁଣ୍ଡ,ବିଦ୍ୟାଧର ସାହୁ, ହୃଷୀକେଶ ମିଶ୍ର,ଧରଣୀଧର ନାଏକ,ଆଇନଜୀବୀ ପ୍ରଦୀପ ଦାସ, ସୁମନ୍ତ ପଣ୍ଡା, ପୂର୍ବତନ ନଗରପାଳ ସୁଶ୍ରୀ ହୀରା ବାଗ, ସାମ୍ୱାଦିକ ବିରଞ୍ଚି ନାରାୟଣ ଜାଲ, ବୈଦ୍ୟନାଥ ବେହେରା,ଇଙ୍ଗିତ ପଣ୍ଡା, ହିମାଂଶୁ ପଣ୍ଡା, କୁମୁଦ ଚନ୍ଦ୍ର ସାହୁ, ଅଭୟ ବାଗ,ଜନ୍ମେଜୟ ନାଏକ ପ୍ରମୁଖ ତଥା ବିଭିନ୍ନ ସରକାରୀ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

ରଥଯାତ୍ରା କମିଟିର ସଭପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଓ ସଂପାଦକ ସରୋଜ କୁମାର ସାହୁ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଅବଗତ କରିଥିଲେ। ରଥଯାତ୍ରାରେ ଜନ ସମାଗମ କୁ ଦୃଷ୍ଟିରେ ରଖି ଟ୍ରାଫିକ ଓ ଶାନ୍ତି ଶୃଙ୍ଖଳା, ବିଦ୍ୟୁତ୍ କାଟ୍ ଓ ସଂଯୋଗ, ରାସ୍ତାଘାଟ ମରାମତି, ସ୍ଵାସ୍ଥ୍ୟ ସେବା, ପାନୀୟ ଜଳ ବ୍ୟବସ୍ଥା ଉପରେ ବିଶଦ ଭାବେ ଆଲୋଚନା ହୋଇଥିଲା।ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ସିଂ ଧନ୍ୟବାଦ୍ ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ, ଆସନ୍ତା ଜୁଲାଇ ୭ ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଓ ଶ୍ରୀ ଗୁଣ୍ଡିଚା ଯାତ୍ରା, ଜୁଲାଇ ୧୧ ରେ ହେରା ପଞ୍ଚମୀ ଏବଂ ଜୁଲାଇ ୧୫ ତାରିଖରେ ଶ୍ରୀ ଜୀଉଙ୍କ ର ବାହୁଡା଼ ଯାତ୍ରା ଅନୁଷ୍ଠିତ ହେବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଗୋଲାମୁଣ୍ଡା ରେ ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ଜିଲାର ବିକାଶ ପାଇଁ ସାମ୍ବାଦିକ ଙ୍କ ସହଯୋଗ ଆବଶ୍ୟକ

masiha

ଡଙ୍ଗରିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ଆଇନ ମହାବିଦ୍ୟାଳୟର ମାନସିକ ସ୍ଵାସ୍ଥ୍ୟ ଓ ଆଇନ ସହାୟତା ଶିବିର 

Sunil Chandra Nayak

Leave a Comment

error: Content is protected !!