ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ଶିକ୍ଷାବିତ୍ ଜଗଦୀଶ ଦାସଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି ଅର୍ପଣ 

ବିଶିଷ୍ଟ ଶିକ୍ଷାବିତ୍ ଜଗଦୀଶ ଦାସଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି ଅର୍ପଣ 

  କଟକ : କଟକ ସଦର ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗ୍ରାମର ସମାଜସେବୀ ଜଗଦୀଶ ପ୍ରସାଦ ଦାସ(ହାଡିଆ)ଙ୍କର ୬୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ୪୨ ମୌଜା ଅଞ୍ଚଳରେ ଶିକ୍ଷାର ପ୍ରଚାର ଓ ପ୍ରସାର ନିମନ୍ତେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । କୁଳସରିଚୁଆଁ ଓ ପରମହଂସ ଠାରେ ଦୁଇଗୋଟି ସେବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରତିଷ୍ଠା କରି ପରିଚାଳନା ସହିତ ନିୟମିତ ରକ୍ତଦାନ କରୁଥିଲେ । ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଓ ସାମାଜିକ କର୍ମରେ ଜଡ଼ିତ ଥିବା ସହିତ ରାଷ୍ଟ୍ରୀୟ ଜନତା ଦଳର ଜଣେ ସକ୍ରିୟ ସଦସ୍ୟ ଥିଲେ । ତାଙ୍କର ଦୁଇ କନ୍ୟା ରୁପଲ ପ୍ରିୟଦର୍ଶିନୀ,ପିପଲ ପ୍ରିୟଦର୍ଶିନୀ,ପତ୍ନୀ ବିଷ୍ଣୁପ୍ରିୟା ପଟ୍ଟନାୟକ,ଆତ୍ମିୟ ସ୍ୱଜନ ଓ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା । ତାଙ୍କର ଆକସ୍ମିକ ବିୟୋଗରେ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ପହଞ୍ଚି ଶୋକ ବ୍ୟକ୍ତ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବାସନ୍ତୀ ସାଂସ୍କୃତିକ ପରିଷଦର ୪୧ ତମ ବାର୍ଷିକ ଉତ୍ସବ ଓ ରଜଉତ୍ସବ ପାଳନ 

Sunil Chandra Nayak

ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି

ଜଳସେଚନ ଦାବିରେ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ଚାଷୀ

masiha

Leave a Comment

error: Content is protected !!