ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆକାଂକ୍ଷା ବ୍ଲକ ତେନ୍ତୁଳିଖୁଣ୍ଟି ରେ ସଂପୂର୍ଣ୍ଣତା ଅଭିଯାନ ଉନ୍ମୋଚିତ

ଆକାଂକ୍ଷା ବ୍ଲକ ତେନ୍ତୁଳିଖୁଣ୍ଟି ରେ ସଂପୂର୍ଣ୍ଣତା ଅଭିଯାନ ଉନ୍ମୋଚିତ

 ତେନ୍ତୁଳିଖୁଣ୍ଟି ୦୫/୦୭/୨୪ // କେନ୍ଦ୍ର ସରକାରଙ୍କ ଦ୍ଵାରା ସାରା ଦେଶରେ ବିଭିନ୍ନ ପଛୁଆ ଜିଲ୍ଲା ଗୁଡିକୁ ଆକାଂକ୍ଷା ଜିଲ୍ଲା ଭାବେ ସରକାର ଜିଲ୍ଲାର ଦାୟିତ୍ୱ ନେବା ସହିତ ଅବହେଳିତ ବ୍ଲକ ଗୁଡିକର ଉନ୍ନତି ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।ଏହି କ୍ରମ ରେ ନବରଙ୍ଗପୁର ଜିଲ୍ଲା ର ଡ଼ାବୁଗାଁ ଏବଂ ତେନ୍ତୁଳିଖୁଣ୍ଟି କେନ୍ଦ୍ର ସରକାରଙ୍କ ଦ୍ଵାରା ଆକାଂକ୍ଷା ବ୍ଲକ ଭାବେ ଚିହ୍ନଟ ହୋଇଥିବା ବେଳେ ତେନ୍ତୁଳିଖୁଣ୍ଟି ବ୍ଲକ ପରିସର ରେ ଆଜି ସମ୍ପୁର୍ଣତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଆଗାମୀ ତିନି ମାସ ପାଇଁ ଲକ୍ଷ୍ୟ ଦିଆଯାଇଛି। ଏହି କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବାପୁଜି ଉଚ୍ଚ ବିଦ୍ୟାଳୟ ଓ ଦିବ୍ୟ ହୃଦୟ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ,ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି କର୍ମଚାରୀ ଏବଂ ବ୍ଲକ ର ସମସ୍ତ କର୍ମଚାରୀ ମାନେ ବିଡିଓ ମନୋଜ କୁମାର ପାଣିଗ୍ରାହୀ ମଶାଲ ଧରି ବାପୁଜି ହାଇସ୍କୁଲ ଠାରୁ କୂର୍ମାକୋଟ ଛକ ପର୍ଯ୍ୟନ୍ତ ଶୋଭା ଯାତ୍ରା କରିଥିଲେ।କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଅଧ୍ୟକ୍ଷା ନିଲାନ୍ଦ୍ରୀ ନାୟକ, ଉପାଧକ୍ଷ ରାଜେନ୍ଦ୍ର ବିଷୋୟୀ ବ୍ଳକ ର ସମସ୍ତ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ମଞ୍ଚାସୀନ ଥିବା ବେଳେ ସମସ୍ତ ବିଭାଗ ର କର୍ମଚାରୀ ଉପସ୍ଥିତ ରହି ଥିଲେ।ପ୍ରାରମ୍ଭରେ ବିଧାୟକ କୃଷି , ସମନ୍ୱିତ ଶିଶୁ ବିକାଶ ବିଭାଗ ,ସ୍ବାସ୍ଥ୍ୟ ଆଦି ବିଭାଗର ଲାଗିଥିବା ଷ୍ଟଲ କୁ ରିବନ କାଟି ଶୁଭାରମ୍ଭ କରିଥିଲେ। ପରେ ମଞ୍ଚ ଉପରେ ମଶାଲ ଜଳାଇ ଗଣେଶ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଡିଓ ପାଣିଗ୍ରାହୀମଞ୍ଚ ପରିଚାଳନା କରିବା ସହ ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ସମ୍ପୁର୍ଣତା ଅଭିଯାନ ବିଷୟରେ ବୁଝାଇ ଥିଲେ।ଏହାପରେ ବାପୁଜି ହାଇସ୍କୁଲ ର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।ପିରାମିଲ ଫାଉଣ୍ଡେସନ ତରଫରୁ ଆସିଥିବା ଜିଲ୍ଲା ପ୍ରୋ ଗ୍ରାମ ଅଫିସର ବିକ୍ରମ ରଣା ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ।ବିଧାୟକ ଆକାଂକ୍ଷା ଜିଲ୍ଲା ପାଇଁ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ସହ ତେନ୍ତୁଳିଖୁଣ୍ଟି ବ୍ଲକ ସ୍ଥାନ ପାଇଥିବାରୁ ଗର୍ବର ବିଷୟ ବୋଲି ପ୍ରକାଶ କରିଥିଲେ।ଗର୍ଭବତୀ ମହିଳାମାନଙ୍କ ସଠିକ ଯାଞ୍ଚ, ପୃଷ୍ଟି କର ପୋଷଣ ଖାଦ୍ୟ, ଶିଶୁଙ୍କୁ ସମ୍ପୂର୍ଣ ଟୀକା କରଣ, ମଧୁମେହ, ରକ୍ତଚାପ ଯାଞ୍ଚ, ସମସ୍ତ କୃଷକ ଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ସ୍ୱୟଂ ସହାୟକ ଗୋଷ୍ଠୀ ଆବର୍ତୀ କାଳୀନ ପାଣ୍ଠି, ବିଦ୍ୟାଳୟ ରେ ସମସ୍ତ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ସୃଷ୍ଟି ଏହିଭଳି ସମସ୍ତ ବିଷୟ ପ୍ରତି ପ୍ରତିଜ୍ଞା ର ଶପଥ ପାଠ ସମସ୍ତେ କରିବା ସହ ମା ପାଇଁ ଗଛଟିଏ ପ୍ରଧାନ ମନ୍ତ୍ରୀ ଙ୍କ ବାର୍ତ୍ତା ଅନୂପା ଳ ନ କରିବାକୁ ବିଧାୟକ ଗୌରୀ ମାଝୀ ଉପସ୍ଥିତ ସମସ୍ତ ଜନ ସାଧାରଣ ଙ୍କୁ ଆହ୍ବାନ ଦେଇଥିଲେ।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ରାଉରକେଲାର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ

Sunil Chandra Nayak

ମା ଠାକୁରାଣୀ କ୍ରିକେଟ ଫାଇନାଲରେ ଡୁଡୁକାଠେଙ୍ଗା ଟିମ ଚାମ୍ପିୟାନ, ମହିମା ଦଳ ରନର୍ସ ଅପ

Sunil Chandra Nayak

ପ୍ରକାଶ ପାଇଲା ବେଦପୁରାଣ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଫଳାଫଳ, ପ୍ରଥମ ସ୍ଥାନରେ ସୁନିତା ଦାଶ

masiha

Leave a Comment

error: Content is protected !!