ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ଚେତନାର ପ୍ରତୀକ : ସମାଜସେବୀ ବୁବୁନ୍ ପ୍ରଧାନ 

ଯୁବ ଚେତନାର ପ୍ରତୀକ : ସମାଜସେବୀ ବୁବୁନ୍ ପ୍ରଧାନ 

 କଟକ : ସମାଜସେବୀ ବୁବୁନ୍ ପ୍ରଧାନ ଜଣେ ଶିକ୍ଷାବିତ୍,ସେବା ପ୍ରେମୀ, ଯୁବ ପ୍ରତିଭା ଏବଂ ଆଇଟି ବିଦ୍ୟା ଦିଗରେ ଉଚ୍ଚ ସ୍ତରୀୟ ଗାବେଶକ । ପିତା ଆଦର୍ଶ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ମାତା ତପସ୍ଵିନୀ ପ୍ରଧାନଙ୍କ କୋଳ ମଣ୍ଡଳ କରି ୧୯୯୭ ମସିହାରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଝରାବେରେଣୀ ଗ୍ରାମ ପଞ୍ଚାୟତ ଉପକଣ୍ଠ ଖଉଦର୍ ଗ୍ରାମରେ ତାଙ୍କର ଜନ୍ମ । ପିଲାଦିନୁ ସେ ସେବା ପ୍ରେମୀ ଓ ଆଇଟି ଶିକ୍ଷା ପ୍ରତି ଆଗ୍ରହୀ । ଝରବେରେନି ଜି.ପି ମାଟ୍ରିକ ପାସ ପରେ ଜନତା କଲେଜ ବୋଇଣ୍ଡାରୁ ଯୁକ୍ତ ଦୁଇ ବିଜ୍ଞାନ ଓ ଆଠମଲିକ କଲେଜରୁ ସ୍ନାତକ ହାସଲ ପରେ ଏମବିଏ ଶିକ୍ଷା ସମାପନ କରିଚନ୍ତି । ସେ ନାଇସ୍ ଇନଷ୍ଟିଚ୍ୟୁଟ୍ ର ନିର୍ଦ୍ଦେଶକ । ୧୫୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରୁଛନ୍ତି । ଡିଜିଟାଲ ଶିକ୍ଷା ଉପରେ ତାଙ୍କ ଗବେଷଣା ସଫଳ ହୋଇଛି । ଶିକ୍ଷା ଦାନ ଦିଗରେ ସଫଳତା ନେଇ ସେ ଇଣ୍ଟରନେସନାଲ୍ ଏଜୁକେସନାଲ୍ ଆୱାର୍ଡ ଲାଭ କରିଛନ୍ତି । ସବୁ ବେଳେ ନିଜର ସାଧନା ବଳରେ କିଛି ନୂତନୁତ୍ଵ ସୃଷ୍ଟିକରିବାର କଳା ବା ପ୍ରତିଭା ତାଙ୍କ ପାଖରେ ଅଛି ଯାହାକୁ ତାଙ୍କୁ ଆଜି ଭିଡ଼ ଭିତରୁ ସ୍ପଷ୍ଟ ବାରି ହେଇ ଯାଏ ତାଙ୍କର କାର୍ଯ କରିବା ବା ଶିକ୍ଷାଦାନ ଶୈଳୀ ଛାତ୍ରଛାତ୍ରୀଙ୍କୁ ବହୁତ୍ ଆକର୍ଷିତ କରିଛି ଏବଂ ତାଙ୍କର ସୁନ୍ଦର ଭଲ ପାଇବା, ସମ୍ପର୍କ ହିଁ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଶିକ୍ଷା ଗ୍ରହଣ ସହ ସେବା ଦିଗରେ ଜଣେ ଆଗ ଧାଡିରେ ସ୍ବେଚ୍ଛାସେବୀ ଭାବେ ଆସନ ଗ୍ରହଣ କରି ନିଜକୁ ସେବା କାର୍ଯ୍ୟରେ ନିୟଜିତ କରିବା ସହ ଅନେକ ପୁରସ୍କାର ଓ ପ୍ରମାଣ ପତ୍ର ଲାଭ କରିଛନ୍ତି । ନିଜର ଜନ୍ମ ଦିନରେ ସେ ନିୟମିତ ରକ୍ତଦାନ ସହ ସେବା କାର୍ଯ୍ୟ କରି ଥାଆନ୍ତି । ଶିକ୍ଷା ନିକେତନର ବିଭିନ୍ନ ପର୍ବ ପର୍ବାଣୀ, ପାଳନ,ପୂଜ୍ୟପୂଜା,ରକ୍ତ ଦାନ ଶିବିର ଆୟୋଜନ କରିଥାନ୍ତି ସେ ଏଯାବତ୍ ୧୨ ଥର ରକ୍ତଦାନ କରିଛନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଆଦିବାସୀ ଅନୁସୂଚିତ ଜନଜାତି ମୋର୍ଚ୍ଚା ସମ୍ମିଳନୀ ଅନୁଷ୍ଠିତ

masiha

ବନ୍ଧୁଗାଁ ବ୍ଲକ ସ୍ତରୀୟ ଖେଳକୁଦ ଚୟନ ପ୍ରତିଯୋଗୀତା ଆୟୋଜନ 

masiha

ସଚେତନ ନାଗରିକ ମଞ୍ଚର ଦିଲ୍ଲୀପ ରାୟଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

Sunil Chandra Nayak

Leave a Comment

error: Content is protected !!