ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁଏଲ ଓ ଦୁର୍ଗା ତନ୍ତୀଙ୍କୁ ସମ୍ବର୍ଦ୍ଧନା ଓ ମତଦାତାଙ୍କୁ ଅଭିନନ୍ଦନ

ଜୁଏଲ ଓ ଦୁର୍ଗା ତନ୍ତୀଙ୍କୁ ସମ୍ବର୍ଦ୍ଧନା ଓ ମତଦାତାଙ୍କୁ ଅଭିନନ୍ଦନ

ରାଉଲକେଲା : ରାଉରକେଲା ଷ୍ଟିଲ ଟାଉନସିପ ସ୍ଥିତ ସେକ୍ଟର-୧୮, ଉପହାର ଠାରେ ବିଜେପି ତରଫରୁ ନାଗରିକ ସମ୍ବର୍ଦ୍ଧନା ଓ ମତଦାତା ଅଭିନନ୍ଦନ ସମାରୋହ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ସୁନ୍ଦରଗଡ଼ ତଥା ଓଡ଼ିଶାର ଗୌରବ ଓ ଗରିମା ବଢ଼ାଇ ଥିବା ଜୁଏଲ ଓରାମ ଏବଂ ନବନିର୍ବାଚିତ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କୁ ବିଭିନ୍ନ ସଂଗଠନ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ, ବ୍ୟକ୍ତି ବିଶେଷଙ୍କ ତରଫରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଚଳିତ ବର୍ଷ ସାଧରଣ ନିର୍ବାଚନରେ ମତଦାତା ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶପ୍ରତି ସମର୍ପିତ ଭାବ ଓ ଦୃଢ଼ ନେତୃତ୍ୱ ପ୍ରତି ପ୍ରଗାଢ ଆସ୍ଥା ପ୍ରକଟକରି କେନ୍ଦ୍ରରେ ଏନ ଡି ଏ ସରକାର ଓ ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ସୁଯୋଗ ଦେଇ ଥିବାରୁ ଶ୍ରୀ ଓରାମ ଓ ଶ୍ରୀ ତନ୍ତୀ ମତଦାତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ ଏ ଅଂଚଳର ଅଭିବୃଦ୍ଧି ଓ ଉନ୍ନତି ପାଇଁ ଜନତାଙ୍କ ସେବାରେ ନିଜକୁ ସମର୍ପିତ କରୁଛି ବୋଲି ପ୍ରକାଶ କରିଥିଲେ। ମୁଁ ଜଣେ ଆପଣଙ୍କ ସେବକ, ଶପଥ ପାଠ ନେବା ପରଠାରୁ ଜନତାଙ୍କ ସମସ୍ୟାକୁ ନେଇ ସମାଧାନ କରିବାକୁ ଚେଷ୍ଠା କରୁଛୁ ଓ ପ୍ରତିଶ୍ରୁତିବଦ୍ଧ । ଶ୍ରୀ ଓରାମ ତାଙ୍କ ଅଭିନନ୍ଦନ ଅଭିଭାଷଣରେ କହିଥିଲେ ଯେ ଦଳ ଗତ ନିର୍ବିଶେଷରେ ଆମେ ସମସ୍ତେ ମିଳିମିଶି ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲାର ବିକାଶ ସହିତ ଜନସଧାରଣଙ୍କ ସମସ୍ୟା ଦୂର କରିବା । ଯଦି କୌଣସି ଅସୁବିଧା ରହୁଛି ତାହାହେଲେ ମୋତେ ନିଶ୍ଚିତ ଭାବେ ଜଣାଇବେ । ମୁଁ ମନ୍ତ୍ରୀ ହୋଇଛି ବୋଲି ସବୁ ବିଷୟରେ ଅବଗତ ଅଛି ତାହା ନୁହେଁ। ବିଭିନ୍ନ ସମସ୍ୟା ବିଷୟରେ ମୋତେ ଜଣାଇବା ସହ ଲିଖିତ ଭାବେ ଜଣାଇଲେ ତାହାର ସମାଧାନ କରିବାକୁ ଚେଷ୍ଠା କରିବି । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବ କା ପ୍ରୟାସ ହେଉଛି ଆମର ମନ୍ତ୍ର । ଜନତାଙ୍କ ସେବା କରିବା ଆମର ଆଦର୍ଶ । ମଞ୍ଚାଷୀନ ଥିବା ବିଭିନ୍ନ ସଂଗଠନର ମୁଖିଆ ଯଥା ସୁନ୍ଦରଗଡ ପତାଞ୍ଜଳି ଯୋଗ ପରିବାର ର ଅକ୍ରୁର ମାର୍ଥା, ଆଦର୍ଶ ପାଠାଗାରର ଚନ୍ଦ୍ର ଶେଖର ଶତପଥୀ, ସଚେତନ ନାଗରିକ ମଂଚର ବିମଳ ବିଶି, ସାରନା ପୀଠର ମଣିଲାଲ କେରକେଟା, ଇସ୍ପାତ ମାର୍କେଟ ସପକିପର୍ସ ୱେଲଫେଆରେ ଆସୋସିଏସନ୍ ର ସନ୍ତୋଷ ସ୍ୱାଇଁ ଆଦି ନିଜ ନିଜର ମତ ପୋଷଣ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ ମଞ୍ଚ ପରିଚାଳନା କରି ଥିବା ବେଳେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଶଶାଙ୍କ ଶେଖର ଜେନା ଓ ସଂଯୋଜକ ଅଶୋକ ଲେଙ୍କା , ମଣ୍ଡଳ ସଭାପତି ମନୋଜ ସେନାପତି, ସନ୍ତୋଷ ବିରାଟ, ଅମ୍ରିତଲାଲ ଓରାମ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ବିଭିନ୍ନ ସଂଗଠନ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଏବଂ ବିଜେପିର ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡା ଜିଲ୍ଲାରେ ବାର୍ଡ ଦ୍ଵାରା ଟ୍ରାଇର ଟେଲିକମ ଉପୋଭକ୍ତା ସଚେତନତା କର୍ମଶଳI    

Sunil Chandra Nayak

ନୂଆପଡ଼ା ଜିଲ୍ଲା ତରବୋର୍ଡ ଠାରେ ଜିଲ୍ଲା ଧାନ କିଣା ଆରମ୍ଭ

masiha

ଆମପାଣି ଠାରେ ବିଜୁ ଏକ୍ସପ୍ରେସ ୱେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!