ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଠାରେ ମାଁ ଠାକୁରାଣୀଙ୍କ ଘଟଯାତ୍ରା

କୋକସରା -୧୨/୦୪- ଚୈତ୍ର ମାସରେ ଧରାପୃଷ୍ଠକୁ ଅବତୀର୍ଣ୍ଣ ହୋଇଛନ୍ତି ମା ଠାକୁରାଣୀ । ତା’ସହିତ ମାଁ ଠାକୁରାଣୀଙ୍କ ବାର୍ଷିକ ଘଟଯାତ୍ରା କୋକସରା ବ୍ଲକର ପୁର ପଲ୍ଲିରେ ଆନନ୍ଦ ଉତ୍ସାହ ସହିତ ପାଳନ କରାଯାଉଛି । କଳାହାଣ୍ଡି ଜିଲ୍ଲା କୋକସରା ଠାରେ ସୋମବାର ମା ଠାକୁରାଣୀ ଙ୍କ ଘଟଯାତ୍ରା ଆରମ୍ଭ ହୋଇ ମଙ୍ଗଳବାର ରେ ସମାପନ ହୋଇ ଯାଇଛି। ଦୁଇଦିନ ଧରି ଗ୍ରାମଦେବୀ ମାଁ ଠାକୁରାଣୀଙ୍କ ଘଟଯାତ୍ରା ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ଗ୍ରାମର ର ଘର ଘର ପରିକ୍ରମା କରି ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥିଲେ। ଦେବୀଙ୍କ ଆଜ୍ଞାରେ ମାଁ ଠାକୁରାଣୀଙ୍କ ପୁଜକ କୁମାରୀ କନ୍ୟାଙ୍କ ଦେହରେ ମାଁଙ୍କ ପ୍ରତିମା ସ୍ୱରୁପା ଦେବୀ ବିଜେ ହୁଅନ୍ତି । ପ୍ରଥମେ ପୂଜକ ଙ୍କ ଘରେ କୁମାରୀ କନ୍ୟାଙ୍କୁ ପୂଜାର୍ଚନା ପରେ ପ୍ରଥମେ ଦେବୀ ଙ୍କ କାଲିସି ଲାଗି ହେବାପରେ ଗ୍ରାମ ଗୌନ୍ତିଆ ଓ ଗଣ୍ଡା ଘରକୁ ଯାଇ ପ୍ରଥମେ ଭୋଗ ଲାଗିବାପରେ ଗ୍ରାମ ପରିକ୍ରମା ପାଇଁ ବାହାରିଥାନ୍ତି । ପ୍ରତିଘର ଦୁଆର ମୁହଁରେ ଝୋଟି ସହ ମୁଆ, ନଡିଆ, କଦଳୀ, ମହୁଳ, ଚାହାଁର, ଆମ୍ବ ଭୋଗ ଦେଇ ମାଁଙ୍କୁ ଆରଧନା ସହିତ ମାଁଙ୍କ ପାଖରେ ମାନସିକ କରିଥାନ୍ତି । ଏହି ଘଟ ଯାତ୍ରାରେ ମାଁ ଠାକୁରାଣୀଙ୍କ ସହ ଅନ୍ୟାନ୍ୟ ପାର୍ଶ୍ଵ ଦେବୀ ଦେବତାମାନେ ମଧ୍ୟ ବୁଲିଥାନ୍ତି । ଦୁଇଦିନ ଧରି ଚାଲିଥିଲା। ଆଜି।ସମାପନ ଦିବସରେ ମାନସିକ ଧାରୀମାନେ ମାଁଙ୍କ ପୀଠରେ ଶୁକ୍ଲଭୋଗ ସହ ବୋଦା, ପାରା, କୁକୁଡା ଆଦି ବଳି ଦେଇଥିଲେ । ଠାକୁରାଣୀ ଦେବୀ ଙ୍କ ପୁଝାରୀ ନନ୍ଦ କିଶୋର ଧରୁଆ, ଦିଲ୍ଲୀପ ଧରୁଆ, ଦିଲୁ ଧରୁଆ, ଗାଁ ଗୌନ୍ତିଆ ରମେଶ ଚନ୍ଦ୍ର ପ୍ରଧାନୀ ଓ ଗାଁ ଗଣା ଗୋବର୍ଦ୍ଧନ ବାଗ, ଶିରା ଦାମୋଦର ରାଉତ, ହେମନ୍ତ ନାଏକ, ଅନୀଲ ରାଉତ, ସେବକ ପୁରୁଷୋତ୍ତମ ନାଏକ, ରାମ ପ୍ରସାଦ ନାଏକ, ଜଳନ୍ଧର ନାଏକ ପ୍ରମୁଖଙ୍କ ସହ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ଚୈତ୍ର ଘଟ ଯାତ୍ରା ପାଳନ କରିଥିଲେ । ମ ନି ସ

Related posts

ବଜାର ଜରିଆରେ ସମୃଦ୍ଧି ସୃଷ୍ଟି ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

ପବ୍ଲିକ ସ୍କୁଲ ରେ ପୁରସ୍କାର ବିତରଣ ଉତ୍ସବ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନବ ଯୌବନ ଦର୍ଶନରେ ଚକା ନୟନ

Sunil Chandra Nayak

Leave a Comment

error: Content is protected !!