ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମନାଦ କଳା ପରିଷଦର ଭଜନ ସନ୍ଧ୍ୟା 

ବ୍ରହ୍ମନାଦ କଳା ପରିଷଦର ଭଜନ ସନ୍ଧ୍ୟା 

ରାଉରକେଲା: ସ୍ଥାନୀୟ କୋଏଲ ନଗର ସି ବ୍ଲକ୍ ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ବ୍ରହ୍ମନାଦ କଳା ପରିଷଦ ତରଫରୁ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଶ୍ବିନୀ କୁମାର ସିଂହ ଓ ଜ୍ୟୋସ୍ନା ନନ୍ଦ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ତରଫରୁ ପ୍ରଥମେ ଶ୍ରୀଗଣେଶ ବନ୍ଦନା ରୁ ସଂଗୀତ ସନ୍ଧ୍ୟା ଆରମ୍ଭ କରାଯାଇ ପରେ ଶ୍ରୀଜଗନ୍ନାଥଙ୍କ ଭଜନ ପରିବେଷଣ କରାଯାଇଥିଲା। ଏଥିରେ କଣ୍ଠଶିଳ୍ପୀ ରୀନା କଦମ୍ବୱଲ, ମୀନତି ତ୍ରିପାଠୀ,ହିମାନୀ ମହାପାତ୍ର, ସଂଗୀତା ପାତ୍ର, ଜ୍ୟୋସ୍ନା ନନ୍ଦ, ବିମଳ ସାହୁ, ପ୍ରଦୀପ କୁମାର ମହନ୍ତ, ବିଜୟ କୁମାର ସ୍ବାଇଁ, ଅଶ୍ବିନୀ କୁମାର ସିଂହ,ଶିଶୁ କଳାକାର ଶ୍ରୃତି ସିଂ ପ୍ରମୁଖ ଭଜନ ପରିବେଷଣ କରିଥିଲେ। ବାଦ୍ୟଯନ୍ତ୍ର ରେ ଗୁରୁ ସର୍ବଶ୍ରୀ ଦେବୁ ରଣା, ଲକ୍ଷ୍ମୀକାନ୍ତ ଡୋରା, ନରେନ୍ଦ୍ର ପାତ୍ର,ମୁନୁ ପ୍ରମୁଖ ସହଯୋଗ କରିଥିଲେ। ଏହି ଭଜନ ସନ୍ଧ୍ୟା କୁ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଉପଭୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂତନ ବର୍ଷର ଅଭିନନ୍ଦନ ୨୦୨୫

masiha

ବିଜେପି ୱାର୍ଡ ସଭାପତି ରବିନ୍ଦ୍ରଙ୍କ ବିଏଲ୍‌ଓଙ୍କୁ ଛତା ବଣ୍ଟନ

୪୨ ମୌଜାରେ ସାମାଜିକ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ନେଇ ଶପଥ ଗ୍ରହଣ 

masiha

Leave a Comment

error: Content is protected !!