ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ଯୁବକ ମାନଙ୍କ ଦ୍ବାରା ସଫେଇ କାର୍ଯ୍ୟ

ତେରେସିଂହା ଯୁବକ ମାନଙ୍କ ଦ୍ବାରା ସଫେଇ କାର୍ଯ୍ୟ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର କିଛି ଯୁବକ ମାନଙ୍କ ଦ୍ବାରା ସଫେଇ କାର୍ଯ୍ୟ ରବିବାର ହୋଇ ଯାଇଛି l ଗ୍ରାମର ମୁଖ୍ୟ ରାସ୍ତାରେ ଥିବା ଅଳିଆ ଆବର୍ଜ୍ଜନାକୁ ଜେସିବି ଓ ଟ୍ରାକ୍ଟର ମାଧ୍ୟମରେ ସଫା କରିଥିବା ବେଳେ ଯୁବକ ମାନେ ଗ୍ରାମର ମୁଖ୍ୟ ନଳକୂପର ଚନ୍ଦିନୀ ପାର୍ଶ୍ଵରେ ଥିବା ଅନାବନା ଗଛଲତା କାଟି ପରିଷ୍କାର କରିଥିଲେ l ଏହି ସଫେଇ କାର୍ଯ୍ୟରେ ଗ୍ରାମର ଦୟାବନ୍ତ ଭୋଇ, ରାମଚନ୍ଦ୍ର ରଣା, ପିଣ୍ଟୁ ରଣା, ସଂଜୀବ ରଣା, ହିରାଧର ଭୋଇ, ନେପାଳ ନାଗ, ସୁଶାନ୍ତ ରଣା ପ୍ରମୁଖ ସାହାଯ୍ୟ ଓ ସହଯୋଗ କରିଥିଲେ l ଗ୍ରାମର ଯୁବକ ମାନଙ୍କ ଦ୍ବାରା ସଫେଇ କାର୍ଯ୍ୟ ହୋଇ ଥିବାରୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବାଲିଶଙ୍କରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ଅଭ୍ୟାସ ଟେକ୍ନୋ ସ୍କୁଲ,ପଦ୍ମପୁର ରେ ଆଜି ଅତି ଆଡମ୍ବର ସହ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ସାରିଛି 

masiha

କୋଇଡା ଅଞ୍ଚଳରେ ଦନ୍ତା ଆକ୍ରମଣରେ ଵୃଦ୍ଧ ମୃତ

Sunil Chandra Nayak

Leave a Comment

error: Content is protected !!