ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ଯୁବକ ମାନଙ୍କ ଦ୍ବାରା ସଫେଇ କାର୍ଯ୍ୟ

ତେରେସିଂହା ଯୁବକ ମାନଙ୍କ ଦ୍ବାରା ସଫେଇ କାର୍ଯ୍ୟ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର କିଛି ଯୁବକ ମାନଙ୍କ ଦ୍ବାରା ସଫେଇ କାର୍ଯ୍ୟ ରବିବାର ହୋଇ ଯାଇଛି l ଗ୍ରାମର ମୁଖ୍ୟ ରାସ୍ତାରେ ଥିବା ଅଳିଆ ଆବର୍ଜ୍ଜନାକୁ ଜେସିବି ଓ ଟ୍ରାକ୍ଟର ମାଧ୍ୟମରେ ସଫା କରିଥିବା ବେଳେ ଯୁବକ ମାନେ ଗ୍ରାମର ମୁଖ୍ୟ ନଳକୂପର ଚନ୍ଦିନୀ ପାର୍ଶ୍ଵରେ ଥିବା ଅନାବନା ଗଛଲତା କାଟି ପରିଷ୍କାର କରିଥିଲେ l ଏହି ସଫେଇ କାର୍ଯ୍ୟରେ ଗ୍ରାମର ଦୟାବନ୍ତ ଭୋଇ, ରାମଚନ୍ଦ୍ର ରଣା, ପିଣ୍ଟୁ ରଣା, ସଂଜୀବ ରଣା, ହିରାଧର ଭୋଇ, ନେପାଳ ନାଗ, ସୁଶାନ୍ତ ରଣା ପ୍ରମୁଖ ସାହାଯ୍ୟ ଓ ସହଯୋଗ କରିଥିଲେ l ଗ୍ରାମର ଯୁବକ ମାନଙ୍କ ଦ୍ବାରା ସଫେଇ କାର୍ଯ୍ୟ ହୋଇ ଥିବାରୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ତାଲୁକ ଆଇନ ସେବା ସମିତି ପକ୍ଷରୁ ଧର୍ମଗଡରେ ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଗୋଲାମୁଣ୍ଡା ଉଚ୍ଚ ବିଦ୍ୟାଳୟ ରେ ସମ୍ବାଦ ପକ୍ଷରୁ ରକ୍ତଦାନ ଶିବିର

Sunil Chandra Nayak

ନବରଙ୍ଗପୁରଠାରେ ଶିଶୁ ଏବଂ କିଶୋର କିଶୋରୀମାନଙ୍କ ହୃଦରୋଗ ଚିହ୍ନଟୀକରଣ ଶିବିରଅନୁଷ୍ଠିତ 

masiha

Leave a Comment

error: Content is protected !!