ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଭିନ୍ନ ରୀତି ନୀତି ଓ ନିଆରା ପରମ୍ପରାରେ ଗୋତମୁଣ୍ଡା ବାହୁଡା ଯାତ୍ରା…

ଭିନ୍ନ ରୀତି ନୀତି ଓ ନିଆରା ପରମ୍ପରାରେ ଗୋତମୁଣ୍ଡା ବାହୁଡା ଯାତ୍ରା…

ଦେବାଦେବୀଙ୍କ ଲାଠି, କାଳିଶୀ ସହ ବାହୁଡିଲେ ଚତୁର୍ଦ୍ଧାମୂର୍ତ୍ତି

 କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଆଦିବାସୀ ଅଧ୍ୟୁଷିତ ଗୋତମୁଣ୍ଡା ଗ୍ରାମର ବାହୁଡା ଯାତ୍ରା ସମ୍ପନ୍ନ ହେଇଛି।ଭିନ୍ନ ପରମ୍ପରା ଯୋଗୁଁ ସାରା ଓଡ଼ିଶାରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିଛି ଗତୋମୁଣ୍ଡା ର ବାହୁଡା଼ ଯାତ୍ରା କଳାହାଣ୍ଡି ନାଗବଂଶୀ ମହାରାଜଙ୍କ ଶାସନକାଳ ୧୯୧୮ ମସିହାରୁ ଗୋତୋମୁଣ୍ଡାରେ ପାଳିତ ହେଉଛି ରଥଯାତ୍ରା। ବାହୁଡ଼ା ଯାତ୍ରା ଦିନ ରଥକୁ ଦେବାଦେବୀଙ୍କ ଲାଠି, କାଳିଶୀ ଟାଣିବା ଏଠାକାର ଏକ ନିଆରା ପରମ୍ପରା। ଗୋତମୁଣ୍ଡା ଓ ପାଖାପାଖି ଗ୍ରାମ ଗୁଡିକର ଦେବାଦେବୀଙ୍କ ଲାଠି, କୁର୍ଷି, କାଳିଶୀ ସାମିଲ ହୋଇ ଶ୍ରୀଜୀଉଙ୍କର ରଥ ଟାଣିଥାନ୍ତି। ଏଭଳି ପ୍ରଥା ଅନୁସାରେ ଗୋତମୁଣ୍ଡା ଠାରେ ପ୍ରତି ବର୍ଷ ବାହୁଡା ଯାତ୍ରା ହେଉଥିବାରୁ ସୀମାନ୍ତ ଛତିଶଗଡ ରାଜ୍ୟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ଓ ଦର୍ଶକଙ୍କ ସମାଗମ ହୋଇଥାଏ।ଗୋତମୁଣ୍ଡାର ବାହୁଡ଼ା ଯାତ୍ରା ପ୍ରାଚୀନ ଓ ବୈଦିକ ଧର୍ମଧାରାର ମିଳନ କରାଇ ବିଶ୍ବ ଭାତୃତ୍ବର ବାର୍ତ୍ତା ବହନ କରୁଥିବାରୁ ଓଡ଼ିଶା ସରକାର ଏବଂ ସଂସ୍କୃତି ବିଭାଗ ଏହି ନିଆରା ପାର୍ବଣର ପ୍ରଚାର ପ୍ରସାର ଦିଗରେ ଧ୍ୟାନ ଦେବାସହ ଗୋତମୁଣ୍ଡା ଜଗନ୍ନାଥ ମନ୍ଦିରର ବିକାଶ କରାଇବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଇରଙ୍ଗପୁର ପ୍ରସିଦ୍ଧ ୩୩ ତମ ରଥଯାତ୍ରା ପାଇଁ ଜଗନ୍ନାଥ ମନ୍ଦିରରେ ରଥକାଠ ଅନୁକୂଳ

Sunil Chandra Nayak

ରାଇରଙ୍ଗପୁର ; ପୂର୍ଣେଶ଼୍ବର ମନ୍ଦିରରେ ଧୂମଧାମରେ ଦିତୀୟ ବାର୍ଷିକ ଶିବ ପାର୍ବତୀ ଵିଵାହ ସମ୍ପନ୍ନ

masiha

CHAITRA PARVA FESTIVAL TO BE HELD IN SAIPRIYA NAGAR

masiha

Leave a Comment

error: Content is protected !!