ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀନିବାସ ପଣ୍ଡା ଙ୍କ ଜଗନ୍ନାଥ ଜଣାଣ

ଜଗନ୍ନାଥ ଜଣାଣ

 

ରସିକ ନାଗର କାଳିଆ ଠାକୁର

        ଦୁଃଖି ଜନ ଦୁଃଖ ପସରା

ତୋର କୃପାବଳେ ମାଟି ହୁଏ ସୁନା

        ବିନା ସୁରେ ଲାଗେ ବେସୁରା ।

 

ବଡ଼ ଦିଅଁ ବଡ଼ ଠାକୁର ବୋଲିତ

        ଜଗତେ ପଡ଼ିଛି ହୁରି

ଭକତିର ଡୋରୀ କେବେ ଯେ ଲାଗିବ

        ଯିବି ମୁଁ ଶ୍ରୀକ୍ଷେତ୍ର ପୁରୀ ।

 

ତୋ ଦରଶନ ପାଇ ଲଭିଅଛି ମନ

        ଏ ସଂସାର ଲାଗେନି ଭଲ

ମିଛ ମାୟା ନର୍କେ ପଡ଼ି ହୁଏ ଘାଣ୍ଟି

        ମୁକ୍ତି କର ଠାରୁ ଭେଲ ।

 

କରୁଣା ସାଗର ଦୟାର ବାରିଧି

         ଗ୍ରୀଷମେ ଶୀତଳ ଚନ୍ଦନ

ବସନ୍ତ ମଳୟ ଦିଏ ମନେଶାନ୍ତି

        ସଦା କରେ ତୁମ ପୂଜନ ।

 

କାଳିଆ ଠାକୁର ଭାବର ଠାକୁର

        ଭାବେ ବନ୍ଧା ବୋଲି ହୁଅ ନିଜର

ତୁମ ନାମ ଗାଇ ,ତୁମ ଧାମେ ରହି

         ଯାଉ ଏ ଜୀବନ ମୋର ।

 

ଶ୍ରୀନିବାସ ପଣ୍ଡା

ଗଞ୍ଜାମ ।

Related posts

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ଶୀତୁଆ ସକାଳ 

Sunil Chandra Nayak

ମ.ରାମପୁର ବ୍ଲକ ସ୍ତରୀୟ ଶିଶୁ ମୋହତ୍ସବ ସୁରଭି

Sunil Chandra Nayak

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତଦାରଖ କଲେ ସିନାପାଲି ବ୍ଲକ ଅଧ୍ୟକ୍ଷା 

Sunil Chandra Nayak

Leave a Comment

error: Content is protected !!