ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀନିବାସ ପଣ୍ଡା ଙ୍କ ଜଗନ୍ନାଥ ଜଣାଣ

ଜଗନ୍ନାଥ ଜଣାଣ

 

ରସିକ ନାଗର କାଳିଆ ଠାକୁର

        ଦୁଃଖି ଜନ ଦୁଃଖ ପସରା

ତୋର କୃପାବଳେ ମାଟି ହୁଏ ସୁନା

        ବିନା ସୁରେ ଲାଗେ ବେସୁରା ।

 

ବଡ଼ ଦିଅଁ ବଡ଼ ଠାକୁର ବୋଲିତ

        ଜଗତେ ପଡ଼ିଛି ହୁରି

ଭକତିର ଡୋରୀ କେବେ ଯେ ଲାଗିବ

        ଯିବି ମୁଁ ଶ୍ରୀକ୍ଷେତ୍ର ପୁରୀ ।

 

ତୋ ଦରଶନ ପାଇ ଲଭିଅଛି ମନ

        ଏ ସଂସାର ଲାଗେନି ଭଲ

ମିଛ ମାୟା ନର୍କେ ପଡ଼ି ହୁଏ ଘାଣ୍ଟି

        ମୁକ୍ତି କର ଠାରୁ ଭେଲ ।

 

କରୁଣା ସାଗର ଦୟାର ବାରିଧି

         ଗ୍ରୀଷମେ ଶୀତଳ ଚନ୍ଦନ

ବସନ୍ତ ମଳୟ ଦିଏ ମନେଶାନ୍ତି

        ସଦା କରେ ତୁମ ପୂଜନ ।

 

କାଳିଆ ଠାକୁର ଭାବର ଠାକୁର

        ଭାବେ ବନ୍ଧା ବୋଲି ହୁଅ ନିଜର

ତୁମ ନାମ ଗାଇ ,ତୁମ ଧାମେ ରହି

         ଯାଉ ଏ ଜୀବନ ମୋର ।

 

ଶ୍ରୀନିବାସ ପଣ୍ଡା

ଗଞ୍ଜାମ ।

Related posts

ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

ଚନ୍ଦ୍ରକଳା ଦେଵୀ ଙ୍କ କବିତା କୁଆଁରୀମାନଙ୍କ ଫୁଲବଉଳବେଣୀ ଗୀତ 

Sunil Chandra Nayak

ଭାଜପା ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

Leave a Comment

error: Content is protected !!