ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଅନୀଲ ବହିଦାର ପ୍ୟାରିସ ଅଲମ୍ପିକ୍ସ ପାଇଁ ପର୍ଯ୍ୟବେକ୍ଷକ ମନୋନୀତ

ଅନୀଲ ବହିଦାର ପ୍ୟାରିସ ଅଲମ୍ପିକ୍ସ ପାଇଁ ପର୍ଯ୍ୟବେକ୍ଷକ ମନୋନୀତ

ରାଉରକେଲା: ପ୍ରଗତି ଉତ୍କଳ ସଂଘର ଆଜୀବନ ସଦସ୍ୟ, ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଦସ୍ୟ, ଓଡ଼ିଶା ବକ୍ସିଂ ଆସୋସିଏସନ୍ ର ସମ୍ପାଦକ ତଥା ସର୍ବଭାରତୀୟ ବକ୍ସିଂ ଫେଡେରେସନର ବରିଷ୍ଠ ଉପସଭାପତି ଅନୀଲ କୁମାର ବହିଦାର ଚଳିତ ଜୁଲାଇ ୨୫ ତାରିଖରୁ ଅଗଷ୍ଟ ୧୦ ତରିଖ ପର୍ଯ୍ୟନ୍ତ ଫ୍ରାନ୍ସର ପ୍ୟାରିସ ଠାରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍ସ ଖେଳରେ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେବା ପାଇଁ ବି.ଏଫ୍.ଆଇ. ଦ୍ବାରା ମନୋନୀତ ହୋଇଥିବାରୁ ଦେଶର ବକ୍ସିଂ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ବହିଦାର ପୂର୍ବରୁ ୨୦୦୮ରେ ବେଜିଂ ଅଲିମ୍ପିକ ଏବଂ ୨୦୧୨ରେ ଲଣ୍ଡନ ଅଲମ୍ପିକରେ ମଧ୍ୟ ଭାରତର ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ସର୍ବଶ୍ରୀ ପ୍ରତାପ କୁମାର ସ୍ବାଇଁ, ଆଶିର୍ବାଦ ବେହେରା, ସଂଜୟ କୁମାର ବେହେରା, ଭାରତ ଭୂଷଣ ମହାନ୍ତି ପ୍ରଭାତ କୁମାର ଭୋଳ, ରଶ୍ମି ରଂଜନ ବୋଇତାଇ, ପ୍ରଭାତ କୁମାର ମଲ୍ଲିକ, ରାଧାମୋହନ ନାୟକ, ଅରବିନ୍ଦ ପାତ୍ର, ଘନଶ୍ୟାମ ଧଳ, ଲକ୍ଷ୍ମଣ ନାଥ ଦାସ, ଧୀରେନ ପଲାଇ, ରଘୁନନ୍ଦନ ପାଢ଼ୀ, ଶିଶିର ପାଣିଗ୍ରାହୀ, ବାସୁଦେବ ବାନାର୍ଜୀ ଇତ୍ୟାଦିଙ୍କ ସହ ପ୍ରଗତି ଉତ୍କଳ ସଂଘର ସମସ୍ତ କର୍ମକର୍ତ୍ତା ଶ୍ରୀ ବହିଦାରଙ୍କୁ ଅଭିନନ୍ଦନ ଜଣାଇବା ସହ ୨୦୨୪ ପ୍ୟାରିସ ଅଲମ୍ପିକ୍ସରେ ମଧ୍ୟ ଶ୍ରୀ ବହିଦାରଙ୍କ ନେତୃତ୍ୱରେ ବକ୍ସିଂ ଖେଳାଳି ମାନେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ଭାରତ ପାଇଁ ପଦକ ନିଶ୍ଚିତ କରିବେ ବୋଲି ଆଶା ଓ ବିଶ୍ବାସ ପ୍ରକଟ କରିଛନ୍ତିି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ପ୍ରଥମ ସେମିଫାଇନାଲ ମ୍ୟାଚରେ ବଲାଙ୍ଗିର ବିଜୟୀ

Sunil Chandra Nayak

ନୂଆପଡା ପ୍ରିମିୟର ଲିଗ୍ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ୍, ସନ୍ଧିମୁଣ୍ଡା(ବସନ୍ତ-୧୧) ଚାମ୍ପିଅନ୍

Sunil Chandra Nayak

ଓଡିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ୭୩ ତମ ସର୍ବ ଭାରତୀୟ ହକି ଚାମ୍ପିୟନସିପ – ୨୦୨୫ ଅନୁଷ୍ଠିତ ହେବ ଆସନ୍ତା ଏପ୍ରିଲ ୦୭ ତାରିଖରୁ ୧୫ ତାରିଖ

masiha

Leave a Comment

error: Content is protected !!