ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟ୍ରାକ୍ଟ କ୍ଲବ୍ ସମୁହର ମିଳିତ ଆନୁକୂଲ୍ୟରେ ଆର.ଜି.ଏଚ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

ରୋଟ୍ରାକ୍ଟ କ୍ଲବ୍ ସମୁହର ମିଳିତ ଆନୁକୂଲ୍ୟରେ ଆର.ଜି.ଏଚ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

ରାଉରକେଲା: ରୋଟ୍ରାକ୍ଟ କ୍ଲବ୍ ସମୁହର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରଜିଏଚ ର ବଟାନିକାଲ୍ ଗାର୍ଡେନ୍ ଠାରେ ଆୟୋଜିତ ହୋଇଯାଇଛି | ଆରଜିଏଚ ର ସୁପରିଟେଣ୍ଡେଣ୍ଟ ଡାକ୍ତର ଗଣେଶ ପ୍ରସାଦ ଦାସ, ଡେପୁଟି ସିଏମଓ ଡାକ୍ତର ପଣ୍ଡିତ ସାହୁ, ଡାକ୍ତର ସୁଧରାନୀ ପ୍ରଧାନ, ଡାକ୍ତର ରଜତ ସାଦୱାଲ ଏବଂ ଡାକ୍ତର ଗୋପାଳ ଚନ୍ଦ୍ର ରୟ, ଗାନ୍ଧୀ ମହାବିଦ୍ୟାଳୟ ରୋଟାରାକ୍ଟର ଆର. ଶେଖର ଦାସ, ରୋହିତ ପ୍ରଜାପତି, ଅମିତ ଏକ୍କା , ବଦ୍ରିନାରାୟଣ ସାହୁ, ସିମିଆନ୍ ନାଗ ଏବଂ ନେହା କୁଜୁର, ରୋଟାରାକ୍ଟ କ୍ଲବ୍ ଅଫ୍ ରିମ୍ସର ଗାଇଡ୍ ଗାୟତ୍ରୀ କପୁର , ସାଇ ଭ୍ୟାଲି ଇଣ୍ଟରନ୍ୟାସନାଲ୍ ସ୍କୁଲର ରୋଟାରାକ୍ଟରମାନେ ଉପସ୍ଥିତ ଥିଲେ l

ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ଷ୍ଟିଲ ସିଟି ର ଉପଦେଷ୍ଟା ଡ ଅଞ୍ଜନା ମୈତ୍ର, ସେକ୍ରେଟାରୀ ଡ. ସରିତା ମଲ୍ଲ, ରୋଟାରୀୟାନ ପ୍ରତିଭା ଦେଵୀ, ଟୁନି ଦେବୀ, ରଶ୍ମୀ ନାୟକ, ରଶ୍ମୀ ମିଶ୍ର, କୁମାର ବେହେରା, ଗୌରୀ ନାଗ, ପ୍ରୀତି ଅଗ୍ରୱାଲ, ପ୍ରଶାନ୍ତି ମହାପାତ୍ର, ଅନୀତା ରୟ ଙ୍କ ସମେତ ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ସଦସ୍ୟଗଣ, ସଭାପତି ରୋଟାରୀୟାନ ପ୍ରଶାନ୍ତ ରଂଜନ ପାତ୍ର, ସେକ୍ରେଟାରୀ ବସନ୍ତ ତନ୍ତୀ, ସଞ୍ଜୁକ୍ତା ପତି , ଅର୍ଚ୍ଚନା ଦେବତା, ଅନୀତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ପ୍ରାୟ ୪୦ଟି ଔଷଧୀୟ ଓ ଫୁଲ ଚାରା ଉପସ୍ଥିତ ସଦସ୍ୟ ସଦସ୍ୟା ମାନେ ରୋପଣ କରିଥିଲେ ।ବିଶେଷ କରି ମନ୍ଦାର,ଗଙ୍ଗଶିଉଳି, ବାହାଡା, ଅଁଳା, ପିଜୁଳି ପ୍ରଭୃତି ବୃକ୍ଷ ରୋପଣ କରାଯାଇଥିଲା l ବୃକ୍ଷରୋପଣ କାର୍ଯ୍ୟକ୍ରମ ଶେଷରେ, ଡେପୁଟି ସିଏମଓ ଏହି ଉତ୍ତମ କାର୍ଯ୍ୟ ପାଇଁ ରୋଟାରୀୟାନ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ପକ୍ଷରୁ ଜଳଯୋଗ କାର୍ଯ୍ୟକ୍ରମ ପ୍ରାୟୋଜିତ ହୋଇଥିଲା l ଏଥିରେ ରିମଝିମ ନୟମ,ବିକି ସୱ, ଲିପ୍ସା ସିଂ, ଅଭିଷେକ ସାହୁ, ଆଙ୍ଗେଲ ବାର୍ଲା, ନିକି ପାସୱାନ୍, ମେଘନାଥ ଯାଦବ, ଓମ୍ ରାୟ, ରେନି ଲୁଗୁନ ରନୀୟା ଲାକ୍ରା ଆକାଶ ଜ୍ୟୋୱାର, ଏଲିନ ରୋଜ ଓ ଅସ୍ମିତା ପ୍ରମୁଖ ସହଯୋଗ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶୌଚ ମୁକ୍ତ ପାଇଁ ତିଆରି ହୋଇଥିବା ଶୌଚାଳୟ କେବେ ଜନ ସାଧାରଣ ଙ୍କ ପାଇଁ ବ୍ୟବହାର ହେବ

Sunil Chandra Nayak

ଆଠ ଲକ୍ଷରେ ନିର୍ମିତ ପରିସ୍ରାଗାର ଲୋକଙ୍କ କାମରେ ଲାଗିଲାନି;ଏବେ ଭଙ୍ଗା ଦଦରା ଅବସ୍ଥାରେ ପଡ଼ିରହିଛି 

Sunil Chandra Nayak

କର୍କଟ ସଚେତନତା ଶିବିର ଆୟୋଜନ ଉପରେ ଓଡ଼ିଆ ଜାତୀୟ ସମ୍ମିଳନୀର ପ୍ରସ୍ତୁତି ବୈଠକ

Leave a Comment

error: Content is protected !!