ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାବାଳିକାଙ୍କ ଗର୍ଭପାତ ନେଇ ଥାନାରେ ମାମଲା 

ନାବାଳିକାଙ୍କ ଗର୍ଭପାତ ନେଇ ଥାନାରେ ମାମଲା 

   ଡାବୁଗାଁ, ୨୧/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଏକ ଗ୍ରାମରେ ନାବାଳିକାଙ୍କ ଗର୍ଭପାତ କରାଯାଇହଟିବା ନେଇ ସବିବାର ରାତ୍ର ୧୧ ଘ. ରେ ଏତଲା ଦିଆଯାଇଛି | ସୂଚନାଯୋଗ୍ୟ:- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳର ଜଣେ ୨୩ ବର୍ଷୀୟ ଯୁବକ ଗତ ଫେବୃଆରି ମାସରେ ସେହି ଗ୍ରାମର ୧୭ ବର୍ଷୀୟ ନାବାଳିକା କୁ ଏକୁଟିଆ ପାଇ ନାବାଳିକା ସହ ଜବରଦସ୍ତି ଶାରେରିକ ସମ୍ପର୍କ ରଖିଥିଲା | କିଛି ଦିନ ପରେ ନାବାଳିକା ଟି ଉକ୍ତ ଯୁବକକୁ ଗର୍ଭବତୀ ଥିବା ଜଣାଇଥିଲା | ଯୁବକ ଜଣଙ୍କ ନାବାଳିକାର ପରିସ୍ରା ନେଇ ଟେଷ୍ଟ କରିଥିଲା | ଟେଷ୍ଟ କରିବା ପରେ ନାବାଳିକା ଜଣଙ୍କ ଗର୍ଭବତୀ ଥିବା ଜାଣିପାରି ଗ୍ରାମରୁ କେଉଁ ଆଡେ ଚାଲି ଯାଇଥିଲା | ପରେ ଏହି ବିଷୟରେ ଯୁବକ ର ପରିବାର ଲୋକେ ଜାଣିବା ପରେ ଯୁବକର ମା ଓ ବାପା ନାବାଳିକାକୁ ଗର୍ଭନଷ୍ଟ ପାଇଁ ଔଷଧ ଖାଇବାକୁ ଦେଇଥିଲେ | ଔଷଧ ଖାଇବା ପରେ ନାବାଳିକାର ଗର୍ଭପାତ ହେବାରୁ ନାବାଳିକା ଅସୁସ୍ଥ ହୋଇ ନିଜ ପରିବାର ଲୋକ ଙ୍କୁ ଜଣାଇଥିଲା | ପାରିବ ଲୋକେ ନାବାଳିକାକୁ ୧୬.୭.୨୪ ତାରିଖ ଦିନ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ନାବାଳିକାର ଅବସ୍ଥା ଗୁରୁତ୍ତର ହେବାରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ବର୍ତ୍ତମାନ ନାବାଳିକା ଜଣଙ୍କ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି | ଏନେଇ ଶନିବାର ରାତିରେ ନାବାଳିକାର ବାପା ଉକ୍ତ ଯୁବକ ଓ ତାର ବାପା, ମା ଙ୍କ ନାମରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା କେସ ନଂ ୧୪୨/୨୪ ରେ ଏକ ମାମଲା ରୁଜୁ କରାଯାଇଛି | ସବଇନିସ୍ପେକ୍ଟର ବିଜୁରାମ ବାଗ ଘଟଣାର ତଦନ୍ତ କରୁଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜଗତପୁର ଆର୍ଡିଶ ହୋଟେଲରେ ବ୍ୟବସାୟୀଙ୍କ ଆତ୍ମହତ୍ୟା

Sunil Chandra Nayak

ଜଣେ ବ୍ଯକ୍ତି ବେକରେ ଗାମୁଛା ଦେଇ ଆତ୍ମହତ୍ୟା 

masiha

ଜମିବାଡ଼ି ମାମଲାରେ ଖୁଡି ହତ୍ୟା ମାମଲାରେ ପୁତୁରାକୁ ଆଜୀବନ କାରାଦଣ୍ଡାଦେଶ 

masiha

Leave a Comment

error: Content is protected !!