ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାଇରିଆ ଆତଙ୍କ, ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ, ମେଡ଼ିକାଲ ଟିମର ଚିକିତ୍ସା ଜାରି

ଡାଇରିଆ ଆତଙ୍କ, ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ, ମେଡ଼ିକାଲ ଟିମର ଚିକିତ୍ସା ଜାରି

କୋକସରା,୨୨/୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଡଙ୍ଗରିପଡା ଗ୍ରାମରେ ଗତ କିଛିଦିନ ହେବ ଡାଇରିଆ ବ୍ୟାପୁଥିବା ଦେଖିବାକୁ ମିଳିଛି। ଗ୍ରାମର ୬ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହେବାରୁ ସେମାନଙ୍କୁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଏନେଇ ଖବର ମିଳିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାରଏକ ମେଡ଼ିକାଲ ଟିମ ଏପିଡେମୋଲୋଜିଷ୍ଟ ବିଶେଷଜ୍ଞ ଡ଼.ନିହାର ଠାକୁରଙ୍କ ନେତୃତ୍ୱରେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶର୍ମିଳା ଛାତ୍ରୀଆ, ବିପିଏମ ସୁରଜିତ ସିଂ କୁମାର, ସ୍ୱାସ୍ଥ୍ୟ କର୍ମଚାରୀ ନୀଳମଣି ଖମାରି, କୃଷ୍ଣା ସିଂ ରାଜପୁତ, ସି ଏଚ ଓ ଅନିତା ରାଉତ, ସ୍ୱାସ୍ଥ୍ୟ କର୍ମି ସୁକାନ୍ତି ଦେବୀ, ଆଶା କର୍ମି ମୁକ୍ତାରାଣୀ ସୁନାନୀ, ଆଙ୍ଗନୱାଡି କର୍ମି ଶକୁନ୍ତଳା ନାଏକ, ଫାର୍ମାସିଷ୍ଟ ଶୁଭେନ୍ଦୁ ପଣ୍ଡା ଡଙ୍ଗରିପଡା ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରୁଥିବା ଜଣାପଡିଛି। ତେବେ ପ୍ରାଥମିକ ସୂଚନାରୁ ଗ୍ରାମ ନିକଟସ୍ଥ ମୁଡ୍ରା ନଦୀର ଦୂଷିତ ପାଣି ପିଇବା କାରଣରୁ ଝାଡ଼ାବାନ୍ତି ବ୍ୟାପିଥିବା ନେଇ ଚିକିତ୍ସାକାରୀ ଟିମ ସୂତ୍ରରୁ ସୂଚନା ମିଳିଛି। ବାରବଖରା ଗ୍ରାମର ଆକ୍ରାନ୍ତ ରୋଗୀ କନ୍ଦା ଧରୁଆ (୭୫) ଙ୍କ ଗତକାଲି କୋକସରା ଡାକ୍ତରଖାନାକୁ ଆଣିବା ସମୟରେ ଡାକ୍ତରଖାନା ପହଞ୍ଚିବା ବେଳକୁ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ଅନ୍ୟ ଆକ୍ରାନ୍ତ ରୋଗୀ ତିଲୋତ୍ତମା ଧରୁଆ (୭), ମମତା ଧରୁଆ (୧୫), ରାଏମନି ଧରୁଆ(୪୦), କୁମନାଥ ଧରୁଆ(୪୦), ଚିତ୍ରଙ୍ଗ ଧରୁଆ(୪୦) ପର୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ପରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ୩ ଜଣ ଓ କୋକସରା ଡାକ୍ତରଖାନାରେ ଜଣେ ରୋଗୀ ଚିକିତ୍ସାଧୀନ ହେଉଥିବା ଜଣାପଡିଛି।ଘଟଣା ପରେ ରବିବାର ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରବିବାର ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଜିଲ୍ଲା ଅତିରିକ୍ତ ଚିଫ ଇଞ୍ଜିନିୟର ଅଜୟ କୁମାର ମିଶ୍ର, ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ, କନିଷ୍ଠ ଯନ୍ତ୍ରୀ ଫନୀନ୍ଦ୍ର ଆର୍କା, ପହଞ୍ଚି ପାନୀୟ ଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ସହ ଗ୍ରାମରେ ଥିବା ସମସ୍ତ ପାନୀୟ ଜଳ ଉତ୍ସକୁ ଅନୁଧ୍ୟାନ କରିବା ସହ ଗାଁରେ ଥିବା ନଳକୂପକୁ ବିଶୋଧନ କରାଯାଇଛି ଓ ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଣ କରାଯାଉଛି। ଆସନ୍ତା କାଳି ସୁଦ୍ଧା ପାଇପ ଲାଇନ ଯୋଗେ ଗାଁ କୁ ପାନୀୟ ଜଳ ଯୋଗାଣ ହେବ ବୋଳି ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ ସୂଚନା ଦେଇଛନ୍ତି।ବାରବଖରା ଗାଁରେ ମେଡ଼ିକାଲ ଟିମ ଡେରା ପକାଇ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି।ତେବେ ବର୍ତ୍ତମାନ ନୂତନ ଆକ୍ରାନ୍ତ ରୋଗୀ ନାହାନ୍ତି ଓ ସ୍ଥିତିରେ ସୁଧାର ଆସିଛି ବୋଲି ଡ଼ାକ୍ତରୀ ଦଳ କହିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସ୍ମାରକୀ ଜାତୀୟ ନାଟକ ମହୋତ୍ସବ ଡିସେମ୍ବର ୨୨ରୁ। ସମ୍ବର୍ଦ୍ଧିତ ହେବେ ପାଞ୍ଚପିଢିର କଳାକାର

Sunil Chandra Nayak

ବାତ୍ୟା ‘ଦାନା’ରେ ପ୍ରଭାବିତ ଅଞ୍ଚଳ ପରି ଦର୍ଶନ କରି ଲୋକଙ୍କ ଦୁଃଖରେ ଦୁଃଖ ବାଣ୍ଟିଲେ ସାଂସଦ ଵୈଜୟନ୍ତ

masiha

ବ୍ୟାଙ୍କ ଅଫ୍ ଇଣ୍ଡିଆ,ଆଂଚଳିକ କାର୍ଯ୍ୟାଳୟ ,ବାରିପଦା ପକ୍ଷରୁ ବାରିପଦା ଏବଂ ରାଇରଙ୍ଗପୁର ଠାରେ ବୃହତ ଗ୍ରାହକ ସମ୍ମିଳନୀ

masiha

Leave a Comment

error: Content is protected !!