ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମସ୍ୟାରେ ଟାଙ୍ଗନି ସରକାରୀ ପ୍ରାଥମିକ ବିଦ୍ୟାଳୟ  ବର୍ଷା ହେଲେ ଛାତରୁ ଗଲୁଛି ପାଣି, ପିଲାଙ୍କ ପାଠପଢାରେ ହେଉଛି ସମସ୍ୟା 

ସମସ୍ୟାରେ ଟାଙ୍ଗନି ସରକାରୀ ପ୍ରାଥମିକ ବିଦ୍ୟାଳୟ 

ବର୍ଷା ହେଲେ ଛାତରୁ ଗଲୁଛି ପାଣି, ପିଲାଙ୍କ ପାଠପଢାରେ ହେଉଛି ସମସ୍ୟା 

ନବରଙ୍ଗପୁର(ତା ୨୩/୦୭)(ରବି ନାରାୟଣ ମହାନ୍ତି)-ଶିକ୍ଷା ବିଭାଗ ପକ୍ଷରୁ ପିଲା ମାନଙ୍କ ପାଠ ପଢିବା ପାଇଁ ଝରିଗାଁ ବ୍ଳକର ବିଭିନ୍ନ ଗ୍ରାମରେ ନୂତନ ବିଦ୍ୟାଳୟ ସ୍ଥାପନ ହୋଇଛି।ତେବେ ଭିତ୍ତି ଭୂମିର ବିକାଶ ହୋଉନଥିବା ଯୋଗୁଁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଠପଢାରେ ସମସ୍ୟା ହେଉଥିବା ଦେଖିବାକୁ ମିଳିଛି।ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗିନି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି।

ସୂଚନା ପ୍ରକାରେ ଦୀର୍ଘ ବର୍ଷ ତଳେ ଟାଙ୍ଗନି ଗ୍ରାମରେ ଶିକ୍ଷା ବିଭାଗ ପକ୍ଷରୁ ଏକ ନୂତନ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା।ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ପାଠ ପଡୁଛନ୍ତି।ତେବେ ବିଦ୍ୟାଳୟର ଭିତ୍ତିଭୂମି ନଥିବା ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କ ପାଠପଢାରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି।ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ହେଉଥିବା ବେଳେ ମାତ୍ର ଦୁଇଟି ଶ୍ରେଣୀ ଗୃହ ରହିଛି।ଦୁଇଟି ଯାକ ଶ୍ରେଣୀ ଗୃହ ଦୀର୍ଘ ବର୍ଷ ତଳେ ନିର୍ମାଣ ହୋଇଥିବା ବେଳେ ଛାତରୁ ପାଣି ଗଲୁଥିବା ନେଇ ଅଭିଯୋଗ ହୋଇ ଥିଲା।ଅଭିଯୋଗ ପରେ ଗତ କିଛି ମାସ ତଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରଶାସନ ପକ୍ଷରୁ ମରାମତି କାର୍ଯ୍ୟ ହୋଇଥିଲା।ନିମ୍ନ ମାନର କାମ ଯୋଗୁଁ ମରାମତି କାର୍ଯ୍ୟ ପରେ ମଧ୍ୟ ଦୁଇଟି ଶ୍ରେଣୀ ଗୃହର ଛାତରୁ ପାଣି ଗଲୁଥିବା ଅଭିଯୋଗ ହୋଇଛି।ଗୋଟିଏ ଶ୍ରେଣୀ ଗୃହର ଛାତରୁ ଅଧିକ ପାଣି ଗଲୁଥିବା ବେଳେ ଅନ୍ୟ ଏକ ଶ୍ରେଣୀ ଗୃହର ଛାତରୁ ଅଳ୍ପ ପାଣି ଗଲୁଛି।ଯେଉଁ ଶ୍ରେଣୀ ଗୃହରେ କମ ପାଣି ଗଲୁଛି ସେହି ଗୋଟିଏ ଶ୍ରେଣୀ ଗୃହରେ ବାଧ୍ୟ ହୋଇ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଡ଼ୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି।ସେହିପରି ବିଦ୍ୟାଳୟର ରୋଷେଇ ଗୃହର ଅବସ୍ଥା ମଧ୍ୟ ସୋଚନୀୟ ଅବସ୍ଥାରେ ରହିଛି।ବର୍ଷା ଦିନ ମାନଙ୍କରେ ବାହାରେ ଯେତେ ବର୍ଷା ପାଣି ପଡୁଛି ରୋଷେଇ ଗୃହରେ ମଧ୍ୟ ସେହି ମାତ୍ରାରେ ପାଣି ଗଲୁଛି।ଫଳରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ କରିବାରେ ସମସ୍ୟା ଦେଖାଦେଇଛି।ବେଳେ ବେଳେ ସଠିକ ସମୟରେ ରୋଷେଇ କରିବା ସମ୍ଭବ ହୋଇପାରୁନାହିଁ।ବିଦ୍ୟାଳୟର ଚାରିପଟ ପାଚେରୀ ନଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପାଇଖାନା ନିର୍ମାଣ ପରେ ମଧ୍ୟ ପାଣି ସମସ୍ୟା ଯୋଗୁଁ ଵ୍ୟଵହାର ଉପଯୋଗୀ ନାହିଁ ବୋଲି ଅଭିଯୋଗ ହୋଇଛି।ଫଳରେ ସମସ୍ୟା ହେଉଥିବା ଦେଖା ଯାଇଛି।ତେଣୁ ପ୍ରଶାସନ ତୁରନ୍ତ ସମସ୍ୟା ଗୁଡିକ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ସମାଧାନ ନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମାଁ କଙ୍କାଳୁଣୀ ଠାକୁରାଣୀଙ୍କର ପୌଷ ମଣ୍ଡେଇ ପାଳିତ

masiha

ଚିଲକପୁର ବସଷ୍ଟାଣ୍ଡ ରେ ମଟର ସାଇକେଲ ଦୁର୍ଘଟଣା ୩ ଗୁରୁତର

Sunil Chandra Nayak

ଚାଷୀ ଭୁଲି ଗଲେଣି ଅଫିସ ଠିକଣା, କ୍ଷୁଦ୍ର ଜଳସେଚନ ବିଭାଗ ଅଫିସରେ ତାଲା ଝୁଲୁଛି

Leave a Comment

error: Content is protected !!