ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋବାଇଲ ଦେଖିବା ହେଲା କାଳ:ଚକ୍ଷୁ ଯନ୍ତ୍ରଣାରେ ଛଟପଟ ୬ ବର୍ଷର ଚିତ୍ରଲେଖା 

ମୋବାଇଲ ଦେଖିବା ହେଲା କାଳ:ଚକ୍ଷୁ ଯନ୍ତ୍ରଣାରେ ଛଟପଟ ୬ ବର୍ଷର ଚିତ୍ରଲେଖା 

ନବରଙ୍ଗପୁର:(୨୩|୭)(ରବିନାରାୟଣମହାନ୍ତି)-କମ୍‌ ବୟସରେ ମୋବାଇଲ ଦେଖିବା ଜଣେ ୬ବର୍ଷର ଶିଶୁକନ୍ୟାଙ୍କ ପାଇଁ କାଝରିଗାଁଳ ପାଲଟିଛି। ଦିନକୁ ପ୍ରାୟ ୪ ଘଣ୍ଟା ମୋବାଇଲ ଦେଖୁଥିବାରୁ ଶିଶୁକନ୍ୟା ଜଣକ ଚକ୍ଷୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମାରେ।ସୂଚନା ଅନୁଯାୟୀ, ଝରିଗାଁ ବ୍ଲକ ସଦର ମହକୁମା ତାଲିଆମ୍ବା ସାହିର ନୀଳକଣ୍ଠ ଗୌଡ଼ଙ୍କ ୬ ବର୍ଷର ଝିଅ ଚିତ୍ରଲେଖା ଗୌଡ଼ ମୋବାଇଲ ଦେଖିବା ପାଇଁ ପରିବାର ଲୋକଙ୍କୁ ଅଝଟ କରୁଥିଲେ। ସଚେତନତା ଅଭାବ ସହ ଝିଅର ଅଝଟ ଯୋଗୁଁ ପରିବାର ଲୋକ ମୋବାଇଲ ଦେବା ପାଇଁ ବାଧ୍ୟ ହେଉଥିଲେ। ଚିତ୍ରଲେଖା ଗତ କିଛି ଦିନ ହେଲା ସକାଳୁ ଦୁଇ ଘଣ୍ଟା ଏବଂ ସନ୍ଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ମୋବାଇଲ ଦେଖୁଥିଲା ବୋଲି ତାଙ୍କ ଜେଜେବାପା ନନ୍ଦ ଗୌଡ଼ କହିଛନ୍ତି। ଏପରିକି ଆଖିଠାରୁ ଅତି ନିକଟରେ ମୋବାଇଲ ରଖି ଦେଖୁଥିବା କହିଥିଲେ। ପ୍ରାୟ ୩ରୁ ୪ ଦିନ ମୋବାଇଲ ଅତି ନିକଟରୁ ଦେଖିବା ଦ୍ୱାରା ଆଖିଗୁଡ଼ିକରେ ଚାପ ପଡ଼ିଥିଲା। ପ୍ରଥମେ ଦୁଇଟି ଆଖି ଫୁଲି ଯାଇଥିଲା। ପରେ ଆଖିର ଡୋଳା ଏବଂ ପତା ଲାଲ ହେବା ସହ ଅସହାୟ ଯନ୍ତ୍ରଣା ହୋଇଥିଲା। ଆଖି ଯନ୍ତ୍ରଣା ହେଉଥିବା ନେଇ ଚିତ୍ରଲେଖା ପରିବାର ଲୋକଙ୍କୁ କହିବା ପରେ ଗତ ରବିବାର ଦିନ ଚିକିତ୍ସା ନିମନ୍ତେ ଉମରକୋଟ ନିଆଯାଇଥିଲା। ବର୍ତ୍ତମାନ ଚିତ୍ରଲେଖାଙ୍କ ଆଖି ଯନ୍ତ୍ରଣା କମ୍‌ ହେଉଥିବା ବେଳେ ଆଖିରେ ପଡ଼ିଥିବା ଲାଲ କମୁନି। ଏବେ ବି ଚିକିତ୍ସା ଜାରି ରହିବା ସହ ଔଷଧ ସେବନ ଚାଲିଛି। ମୋବାଇଲ ଦେଖିବା ଦ୍ୱାରା ଚିତ୍ରଲେଖାଙ୍କ ଆଖି ଯନ୍ତ୍ରଣା ହୋଇଥିବା ନେଇ ଜେଜେବାପା ନନ୍ଦ ଗୌଡ଼ କହିବା ପରେ ମୋବାଇଲ ଦେଖିବା ଯୋଗୁଁ ଚକ୍ଷୁ ଯନ୍ତ୍ରଣା ହେବା ନେଇ ଚର୍ଚ୍ଚା ହେଉଛି। ସେହିପରି ଛୋଟ ପିଲାମାନଙ୍କୁ ମୋବାଇଲଠାରୁ ଦୂରରେ ରଖିବା ପାଇଁ ଅଭିଭାବକମାନଙ୍କୁ ନନ୍ଦ ଗୌଡ଼ ନିବେଦନ କରିଛନ୍ତି। ପିଲାମାନେ ମୋବାଇଲ ଦେଖିବା ପାଇଁ ଜିଦ୍‌ କଲେ ମଧ୍ୟ ସେମାନଙ୍କୁ ମୋବାଇଲ ନଦେଇ ସେମାନଙ୍କ ଚକ୍ଷୁ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜରାଜିର୍ଣ୍ଣ ଅବସ୍ଥାରେ ଭାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

Sunil Chandra Nayak

ଜିଲ୍ଲାରେ ୧୩୦ ଗୋଟି ନୂତନ ଭୋଟ କେନ୍ଦ୍ର ଗଠନ ନିମନ୍ତେ ଭାରତୀୟ ନିର୍ବାଚନ କମିଶନଙ୍କ ଅନୁମୋଦନ

Sunil Chandra Nayak

ବିଷ୍ଣୁ ମହାନ୍ତି ଙ୍କ ବିୟୋଗ ରେ ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ଶୋକସଭା   

Leave a Comment

error: Content is protected !!