ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ତପସ୍ଵିନୀ କୁଅଁର ଙ୍କ ଅକାଳ ବିୟୋଗ  ଶୋକାକୁଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ଉପମୂଖ୍ୟ ମନ୍ତ୍ରୀ

ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ତପସ୍ଵିନୀ କୁଅଁର ଙ୍କ ଅକାଳ ବିୟୋଗ 

ଶୋକାକୁଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ଉପମୂଖ୍ୟ ମନ୍ତ୍ରୀ

ପାଟଣାଗଡ଼ ୨୩|୭ ପାଟଣାଗଡ଼ ବ୍ଳକ ୧୪ ନମ୍ବର ଜୋନ ର ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ତପସ୍ଵିନୀ କୁଅଁର ଙ୍କ ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନା ରେ ଗତକାଲି ସନ୍ଧ୍ୟା ସମୟରେ ଚିକିତ୍ସାଧିନ ଅବସ୍ଥା ରେ ପରଲୋକ ହୋଇଯାଇଛି । ମୃତବେଳକୁ ତାଙ୍କୁ ୫୫ ବର୍ଷ ବୟସ ହେଉଥିବା ବେଳେ ସେ କିଡନୀ ଓ ରକ୍ତହୀନତା ରୋଗ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିଲେ । ମୃତ ସମୟରେ ତାଙ୍କ ସ୍ଵାମୀ ପୂର୍ବତନ ଜିଲ୍ଲାପରିଷଦ ତଥା ଗାଁ ଗୌନ୍ତିଆ ଭୂବନେଶ୍ଵର କୁଅଁର ,ପୁଅ ଶାନ୍ତନୁ, ଝିଅ ଶଶ୍ମିତା ଓ ତାଙ୍କ ସାନ ଯାଆ ଦୂଳବତୀ ଉପସ୍ଥିତ ଥିଲେ। ସ୍ବର୍ଗତ ଶ୍ରୀମତୀ କୁଅଁର ୨୦୦୨ ରୁ ୨୦୦୭ ମସିହା ପର୍ଯ୍ୟନ୍ତ ବିଜେପି ଟିକେଟ ରେ ବିଜୟ ଲାଭ କରି ୧୪ ନମର ଜୋନ ଜିଲ୍ଲାପରିଷଦ ଭାବରେ ନିର୍ବାଚିତ ହୋଇଥିଲେ। ତାଙ୍କ ସମୟରେ ତାଙ୍କ ଜୋନ ରେ ସେ ଅନେକ ଗୁଡ଼ିଏ ଉନ୍ନତି ମୂଳକ କାମ କରିଥିବା ବେଳେ ସେ ବିଜେପି ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ଥିବା ବେଳେ ସେ ଜିଲ୍ଲା ଗୋଣ୍ଡୱ।ନା ଗୋଣ୍ଡ ସମାଜ ସଭ୍ୟ ଭାବେ ରହିଥିଲେ ।ସେ ଜଣେ ଧର୍ମପରାୟଣା ମହିଳା,ମିଷ୍ଠାଭାଷି ମେଳାପି, ପରୋପକାରୀ, ସରଳ ବିଶ୍ୱାସୀ ମହିଳା ଥିଲେ । ତାଙ୍କ ଶାଶୂଘର ପାଟଣାଗଡ଼ ବ୍ଳକ ସ୍ଥିତ ଗୁହୁରିଆମୁଣ୍ଡାରେ ରାତି ରେ ତାଙ୍କ ପାର୍ଥିବ ଶରୀର ଗାଁ ରେ ପହଞ୍ଚିଥିଲା । ତାଙ୍କ ବିୟୋଗରେ ଏହି ଅଞ୍ଚଳରେ ଶୋକର ଛାୟା ପ୍ରକାଶ ପାଇଛି । ଅଞ୍ଚଳର ବହୁମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଗୁହୁରିଆମୁଣ୍ଡା ସ୍ଥିତ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିବା ବେଳେ ତାଙ୍କ ପଛରେ ପୁଅ ସଞ୍ଜିବ, ଶାନ୍ତନୁ, ସୁବ୍ରତ, ଭଣଜା ହୃଷୀକେଶ ଭୋଇ , ବହୁ ରିନା,ପିଙ୍କି , ନାତି ପ୍ରିୟାଶୁଂ ,ଶିବନ ଭାଇ ଧବଳେଶ୍ଵର,ସୁରୁମଣି ଓ ବନ୍ଧୁଵର୍ଗ ଙ୍କୁ ଛାଡି ଚାଲିଯାଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ , ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ , ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ବଡ଼ ପୁଅ ସଞ୍ଜିବ ମୂଖାଗ୍ନି ଦେଇଥିଲେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

କଳସୀ ମଣ୍ଡେଇ ନିମନ୍ତେ ନୂତନ କମିଟି ଗଠନ 

Sunil Chandra Nayak

ଅଂଜୁମନ୍ ତାଇଦେ ଇସ୍‌ଲାମ୍‌ର ମେଧା ସମ୍ମାନ ଉତ୍ସବ – ୨୦୨୫ 

Sunil Chandra Nayak

ଦୁଇ ରାଜ୍ଯ ମଧ୍ୟରେ ସମ୍ପର୍କ ର ସେତୁ 

masiha

Leave a Comment

error: Content is protected !!