ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଓଡ଼ିଶା ପ୍ରତି କେନ୍ଦ୍ର ଆଭିମୁଖ୍ୟ ନେଇ ସଚେତନ ନାଗରିକ ମଞ୍ଚର ଉଦବେଗ 

ଓଡ଼ିଶା ପ୍ରତି କେନ୍ଦ୍ର ଆଭିମୁଖ୍ୟ ନେଇ ସଚେତନ ନାଗରିକ ମଞ୍ଚର ଉଦବେଗ 

ରାଉରକେଲା: ଚଳିତ ବଜେଟରେ ଓଡ଼ିଶା ପ୍ରତି କେନ୍ଦ୍ର ର ଆଭିମୁଖ୍ୟ ନେଇ ରାଉରକେଲା ସଚେତନ ନାଗରିକ ମଞ୍ଚ ଉଦବେଗ ପ୍ରକାଶ କରିଛି। ଏନେଇ ମଞ୍ଚ ତରଫରୁ କୁହାଯାଇଛି ଯେ ଏନଡିଏ ର ସହଯୋଗୀ ବିହାର ରାଜ୍ୟରୁ ୧୨ ଜଣ ସାଂସଦ ମେଣ୍ଟରେ ଥିବା ବେଳେ ୨୬ ହଜାର କୋଟି ଓ ଆନ୍ଧ୍ରପ୍ରଦେଶ ରେ ୧୬ ଜଣ ସାଂସଦ ଥିବାବେଳେ ୧୫ ହଜାର କୋଟି ସ୍ବତନ୍ତ୍ର ଅନୁଦାନ ଯୋଗାଇ ଦିଆଯାଇଛି। କିନ୍ତୁ ଓଡ଼ିଶା ଏକାକୀ ୨୦ ସାଂସଦ ଦେଇଥିଲେ ହେଁ ଓଡ଼ିଶା ପାଇଁ ସ୍ବତନ୍ତ୍ର ଅନୁଦାନ ନାହିଁ। ସେହିପରି ପୋଲାଭରମ ପ୍ରସଙ୍ଗରେ ନ୍ୟାୟ ପାଇଁ ଓଡ଼ିଶା ଲଢ଼ୁଥିବା ବେଳେ କେନ୍ଦ୍ର ପୋଲାଭରମ ପ୍ରକଳ୍ପ ପାଇଁ ଅଧିକ ପାଣ୍ଠି ଆବଣ୍ଟନ କରିବା ଓଡ଼ିଶା ବିରୋଧରେ ଷଡଯନ୍ତ୍ର ବୋଲି କୁହାଯାଇଛି। ମୁଦ୍ରାସ୍ପ୍ରୀତି, ମୂଲ୍ୟବୃଦ୍ଧି, ବେକାରୀ ର ସମାଧାନ ପାଇଁ କୈାଣସି ବଜେଟ୍ ନାହିଁ। ବନ୍ୟା ବାତ୍ୟା ପରି ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ର ସମ୍ମୁଖୀନ ହୁଏ। ଅନ୍ୟ ରାଜ୍ୟର ଅନୁରୋଧ କୁ ରକ୍ଷାକରି ଏଦିଗରେ ସ୍ବତନ୍ତ୍ର ପ୍ୟାକେଜ ପ୍ରଦାନ କରାଯାଇଥିବା ବେଳେ ବିପର୍ଯ୍ୟୟ ପରିଚାଳନା ଉପରେ ଓଡ଼ିଶା ର ପ୍ରକୃତ ଚାହିଦା କୁ ବିଚାର କରାଯାଇନାହିଁ। ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ନିକଟରେ ବର୍ଷ ବର୍ଷ ଧରି ବିଚାରଧୀନ ଥିବା ଓଡ଼ିଆର କୋଇଲା ରୟାଲିଟି ର ସଂଶୋଧନ ଦାବିକୁ ମଧ୍ୟ ଏଥର ପ୍ରତ୍ୟାଖ୍ୟାନ କରାଯାଇଛି। ଚଳିତ ନିର୍ବାଚନରେ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ ଓଡ଼ିଶାକୁ ଅବହେଳା ନେଇ ସଚେତନ ନାଗରିକ ମଞ୍ଚ ତରଫରୁ କ୍ଷୋଭ ସହ ଉଦବେଗ ପ୍ରକାଶ ପାଇଛି। ଏ ଦିଗରେ ରାଜ୍ୟ ସରକାର କେନ୍ଦ୍ର ଉପରେ ଚାପ ପ୍ରୟୋଗ କରି ଓଡ଼ିଶା ପାଇଁ ଅଧିକ ପାଣ୍ଠି ଯୋଗାଡ କରିବା ପାଇଁ ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି, କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ଜେନା, ସାଧାରଣ ସମ୍ପାଦକ ପି ପି ରାୟ, ବରିଷ୍ଠ କର୍ମକର୍ତ୍ତା ଚିତ୍ତରଞ୍ଜନ ଦାସ,ଉପେନ୍ଦ୍ର କୁମାର ନାୟକ, ଜଟାଧାରୀ ମାଝୀ, ଜଗନ୍ନାଥ ରାଉତ,ଶଶଧର ପାତ୍ର, କୁଞ୍ଜବିହାରୀ ରାଉତ, ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ଦାବି କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନାର୍କୋ ଓ ପଲିଗ୍ରାଫ ଟେଷ୍ଟ୍ କିଭଳି କରାଯାଏ ? 

Sunil Chandra Nayak

ବଦଳିଲା ଦଶମ ବୋର୍ଡ ପରୀକ୍ଷା ଢାଞ୍ଚା: ଆଉ ହେବନି ସମ୍ମେଟିଭ ପରୀକ୍ଷା, ବର୍ଷ ଶେଷରେ ହେବ ଗୋଟିଏ ବୋର୍ଡ ପରୀକ୍ଷା

ପାହାଡପୁର ଠାରେ ମହାମହିମ ରାଷ୍ଟ୍ରପତି ଙ୍କ କରକମଳରେ ଏଲ ଏଣ୍ଡ ଟି ଦ୍ୱାରା ନିର୍ମିତ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

masiha

Leave a Comment

error: Content is protected !!