ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୂତପୂର୍ବ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କୁ ଶ୍ରଦ୍ଧାଂଜଳି

ଭୂତପୂର୍ବ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କୁ ଶ୍ରଦ୍ଧାଂଜଳି 

କଟକ : ବିଶିଷ୍ଟ ଶ୍ରମିକ ନେତା ଭୂତପୂର୍ବ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ଦ୍ୱିତୀୟ ବାର୍ଷିକ ପୁଣ୍ୟ ତିଥିରେ ବୟାଳିଶମୌଜ଼ା ଚାନ୍ଦୁଲି ବଳିବାମନ ପୀଠ ପ୍ରତିମୂର୍ତ୍ତିରେ ଭକ୍ତିପୂତ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ସମାଜସେଵୀ ଶେଷ ଦେବ ପାତ୍ର,୪୨ ମୌଜ଼ା ବିକାଶ ପରିଷଦ ସଂପାଦକ ନାଟ୍ୟକାର ସନ୍ତୋଷ କୁମାର ପତି,ଯୁବନେତା ଉଦୟ ରାଉଳ,କୂଳସରିଚୁଆଁ ପଞ୍ଚାୟତ ସରପଞ୍ଚ ବନମାଳୀ ବିହାରୀ,ସମିତି ସଭ୍ୟ ଦିଲୀପ ବିହାରୀ,ସୁକଦେଵ ପଟ୍ଟନାୟକ, ବିମଳ ମହାପାତ୍ର,ବିକ୍ରମ କିଶୋର ପତି,ଦୁର୍ଗାପ୍ରସାଦ ପତି, ଶିକ୍ଷାବିତ୍ ପବିତ୍ର କୁମାର ପ୍ରଧାନ,ପୂର୍ବତନ ସମିତି ସଭ୍ୟ ମୋହନୀ ସାମଲ,ବୁଲୁ ରାଉଳ,ଗିରିଧାରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଗତ ବର୍ଷ ପ୍ରଥମ ପୁଣ୍ୟ ତିଥିରେ ବଳି ବାମନ ପୀଠରେ ପଦ୍ମଶ୍ରୀ ପୂଜ୍ୟପାଦ ବାବା ବଳିଆଙ୍କ ଉପସ୍ଥିତରେ ସ୍ୱର୍ଗତ ରାଜୁ ସିଂଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ନବ ନିର୍ମାଣ କୃଷକ ସଂଗଠନ ର ଆମର ଦରକାର–ଚାଷୀ ସରକାର ନବରଙ୍ଗପୁର ରେ ପହଞ୍ଚିଲା 

ଆଜି ଦିବସର ଅନୁଚିନ୍ତା: ୨୦ ଫେବୃଆରୀ

Sunil Chandra Nayak

Leave a Comment

error: Content is protected !!