ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାରଗିଲ ବିଜୟ ଦିବସ ପାଳିତ 

କାରଗିଲ ବିଜୟ ଦିବସ ପାଳିତ 

ରାଉରକେଲା: ସେକ୍ଟର ୭ ସ୍ଥିତ ମୁକ ବଧିର ବିଦ୍ୟାଳୟ ଠାରେ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା କଳ୍ପନା ମହନ୍ତ ଙ୍କ ସଭାପତିତ୍ବ ଓ ବିଦ୍ୟାଳୟର ପ୍ରଶାସକ ସମାଜସେବୀ ସରୋଜ କୁମାର ମହାନ୍ତି ଙ୍କ ଆବାହକତ୍ଵ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କଟକ ର ଦନ୍ତ ଚିକିତ୍ସକ ଡାକ୍ତର ଐଶ୍ୱର୍ଯ୍ୟା ମହାନ୍ତି ଓ କ୍ଲିନ୍ ଆଣ୍ଡ ଗ୍ରୀନ୍ ର ସମ୍ପାଦକ ପ୍ରଦୀପ କୁମାର ଦାସ ଯୋଗଦେଇ ବିଦ୍ୟାଳୟର ଏଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ କାରଗିଲ ଯୁଦ୍ଧ ଓ ସେଥିରେ ଭାରତୀୟ ସୈନ୍ୟଙ୍କ ବିଜୟ କିପରି ଭାରତକୁ ଗରିମା ମୟ କରିଥିଲା,ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ମନୋଜ କୁମାର ନାୟକ,ବୀଣାପାଣି ପଟ୍ଟନାୟକ, ଅନିତା ମହାନ୍ତି, ନମିତା ପଟ୍ଟନାୟକ ପ୍ରମୁଖ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷୟିତ୍ରୀ ବନାନୀ ମୁଖାର୍ଜୀ,ସନ୍ଧ୍ୟାରାଣୀ ପଟ୍ଟନାୟକ, ଶୟନୀ ପଟ୍ଟନାୟକ, ଶୁଭେନ୍ଦୁ ପଟ୍ଟନାୟକ, ସୁନିତା ପଣ୍ଡା, ଲକ୍ଷ୍ମୀକାନ୍ତ ନାୟକ, କୀର୍ତ୍ତି ସ୍ବାଇଁ,ଅଭିପ୍ସା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ପ୍ରାରମ୍ଭରେ କାରଗିଲ ଯୁଦ୍ଧ ରେ ସହିଦ୍ ଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ସୁଷମ ଖାଦ୍ୟ ବଣ୍ଟନ କରାଯାଇଥିଲା। ଶିକ୍ଷୟିତ୍ରୀ ରାଜଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ରେ ଅନ୍ତର୍ଜାତୟ କିନ୍ନର ଦିବସ ପାଳିତ

masiha

ବିବେକ ଜଳ ତରଫରୁ ଜଳଛତ୍ର ଉଦଘାଟିତ

Sunil Chandra Nayak

୨ ଟି ବନ ସଂରକ୍ଷଣ ସମିତିକୁ ପ୍ରକୃତି ମିତ୍ର ପୁରସ୍କାର ରେ ସମ୍ମାନୀତ

Leave a Comment

error: Content is protected !!