ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଧାର କାର୍ଡ ନଥିବାରୁ ବୈଶାଖୀ ହରିଜନ ଙ୍କୁ ମିଳୁନି ପେନସନ

ଆଧାର କାର୍ଡ ନଥିବାରୁ ବୈଶାଖୀ ହରିଜନ ଙ୍କୁ ମିଳୁନି ପେନସନ

ନବରଙ୍ଗପୁର (୨୭|୭)(ରବି ନାରାୟଣ ମହାନ୍ତି ଆଧାରକାର୍ଡ ନ ଥିବାରୁ ବୃଦ୍ଧା ଙ୍କୁ ମିଳୁନି ପେନସନ, ନାମ ତାଙ୍କର ବୈଶାଖୀ ହରିଜନ ବୟସ ୭୯ ବର୍ଷ ଭୋଟ କାର୍ଡ ଥିବାବେଳେ ନାହିଁ ଆଧାରକାର୍ଡ । ତେଣୁ ତିନି ବର୍ଷ ହେଲା ମିଳୁନି ପେନସନ ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକର ମୁର୍ତ୍ତୁମା ପଂଚାୟତ ର ସାନଖଡ଼କା ଗ୍ରାମର ସୁଦ୍ରୁ ହରିଜନ ଙ୍କ ସ୍ତ୍ରୀ ବୈଶାଖୀ ହରିଜନ ୨0୨୧ ମସିହା ଯାଏ ମଧୁବାବୁ ପେନସନ ଯୋଜନା ରେ ପେନସନ ମିଳୁଥିବା ବେଳେ ତାଙ୍କର ଆଧାରକାର୍ଡ ନ ଥିବାରୁ ତିନିବର୍ଷ ହେଲା ତାଙ୍କର ପେନସନ ବନ୍ଦ ହେଇଗଲା ।ସରକାରୀ ପେନସନ ଟିଏ ମିଳୁନ ଥିବା ବେଳେ ଚାଉଳ ମଧ୍ୟ ମାସେ ହେଲା ମିଳୁନଥିବାର ବୈଶାଖୀ ହରିଜନ ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି, ସରକାର ୬0 ବର୍ଷ ଉର୍ଦ୍ଧ ବୃଦ୍ଧ, ବୃଦ୍ଧା ଙ୍କୁ ପେନସନ ଯୋଜନା ରେ ସାମିଲ କରିଥିବା ବେଳେ ଏହି ଗରିବୀ ବୃଦ୍ଧା ବୈଶାଖୀ ଙ୍କୁ ଏହି ଯୋଜନା ରେ ପୁଣିଥରେ ଯଥାଶୀଘ୍ର ସାମିଲ କରି ଚାଉଳ ଯୋଗେଇ ଦେବା ସହ ପେନସନ ଯୋଗେଇ ଦେବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

ଏନ ଏଚ ୨୬ ରୁ ବିଜୁ ଏକ୍ସପ୍ରେସ ୱେ କୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ, ନିର୍ମାଣ କରିବାକୁ ଦାବି

Sunil Chandra Nayak

ଧର୍ମଗଡ଼ ବ୍ଲକ ଟିପିଗୁଡା ଠାରେ ନାରୀ ସଚେତନା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!