ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ଦିନ ପରେ ମିଳିଲା ନାବାଳିକା ର ମୃତ ଦେହ

ଦୁଇ ଦିନ ପରେ ମିଳିଲା ନାବାଳିକା ର ମୃତ ଦେହ

ଝଂଜାବତି ନଦୀରେ ୮ ମାସର ଗର୍ଭବତୀ ମାଆ ଓ ୬ବର୍ଷର ଝିଅ ଭାସିଯିବା ଘଟଣାର ୨ ଦିନ ପରେ କୋରାପୁଟ ଓଡ଼୍ରାଫ ଟିମ୍ କୁ ଗର୍ଭବତୀ ମାଆ ର ମୃତ ଦେହ ମିଳିଥିବା ବେଳେ ଆଜି ସକାଳେ ନାରାୟଣପାଟଣା ଅଗ୍ନିଶମ ବାହିନୀ ନାବାଳିକା ର ମୃତ ଦେହ ଉଧାର କରିଛି।ଉଧାର କାରି ଦଳକୁ ଘଟଣା ସ୍ଥଳରୁ ପ୍ରାୟ ଗୋଟେ କିଲୋମିଟର ଦୂର କେନ୍ଦୁଗୁଡା ଗାଁ ନିକଟ ନଦୀରେ ଭାସୁଥିବା ଅବସ୍ଥାରେ ନାବାଳିକା ର ମୃତ ଦେହ ମିଳିଛି।ଫଳରେ ଘଟଣା ସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।ନାରାୟଣପାଟଣା ଅଗ୍ନିଶମ ଟିମ୍ ରାତି ତମାମ ଖୋଜାଖୋଜି ଚଳାଇଥିବା ବେଳେ ତିନି ଦିନ ପରେ ଆଜି ସକାଳେ ନାବାଳିକା ଝିଅଟିର ମୃତ ଦେହ ଉଦ୍ଧାର କରିବାରେ ସଫଳ ହୋଇଛି। 

ଏଇ ଘଟଣା ଏବେ କୋରାପୁଟ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ କାହା ଅବହେଳା ପାଇଁ ଚାଲିଗଲା ତିନୋଟି ଜୀବନ,ଏଥି ପାଇଁ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି,,?

ପ୍ରମୋଦ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ବୟାଳିଶମୌଜା ମୂଖ୍ୟ ରାସ୍ତା ସମସ୍ୟା ସମାଧାନ ନେଇ ଦାବୀକଲେ ବିଶିଷ୍ଠ ସମାଜସେବୀ ଇଂ. ଆଶୋକ ବିଶ୍ବାଳ ଓ ସ୍ଥାନୀୟ ବାସିନ୍ଦା 

masiha

ଧରାକୋଟ ଥାନାରେ ଯୁଭେଣ୍ଟିକା ସେଲ ର ଶୁଭାରମ୍ଭ

ବଡ଼ ଧୂମଧାମରେ ପାଳିତ ହୋଇଛି ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା 

Sunil Chandra Nayak

Leave a Comment

error: Content is protected !!