ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ମହମ୍ମଦ ସିକନ୍ଦର ଆଲମଙ୍କ ଜନ୍ମ ଜୟନ୍ତୀ ପାଳିତ 

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ମହମ୍ମଦ ସିକନ୍ଦର ଆଲମଙ୍କ ଜନ୍ମ ଜୟନ୍ତୀ ପାଳିତ 

କଟକ : କଟକ ସଦର ୪୨ ମୌଜାସ୍ଥ ରାଉତରାପୁର ଗ୍ରାମର ଗର୍ବ ଓ ଗୌରବ ‘ସପନ ରେ ପଥେ ପଥେ’ ଗୀତକୁ କଡ଼େଇ ନେଇଥିବା ଓଡ଼ିଆ ସଙ୍ଗୀତ ଜଗତର ଅନ୍ୟତମ ଉଜ୍ଜ୍ୱଳ ନକ୍ଷତ୍ର ତଥା ଏ ଯୁଗର ସାଲବେଗ ମହମ୍ମଦ ସିକନ୍ଦର ଆଲାମଙ୍କ ଜନ୍ମ ଜୟନ୍ତୀରେ କଟକ ସଦର ୪୨ ମୌଜା ପଟଣା ଗ୍ରାମର ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ପୂଜ୍ୟପୂଜା ଭବନରେ ରାଧା ମୋହନ ଷ୍ଟଡି ସର୍କଲର ଛାତ୍ରଛାତ୍ରୀ ତେଜସ୍ଵୀନି ଦାସ,ସୁପ୍ରିୟା ମହାନ୍ତି,ସୁଭଲକ୍ଷ୍ମୀ ମହାନ୍ତି,ସ୍ମୃତି ପ୍ରଜ୍ଞା ଦାସ,ରାକେଶ ଦାସ,ସ୍ନେହା ଜେନା,ଅଦ୍ୟାଶା ବେହେରା,ସୌରଭ ବେହେରା , ପ୍ରସନ୍ନ ସ୍ୱାଇଁ,ଅଭିଷେକ ମହାନ୍ତି, ଲକ୍ଷ୍ମୀ ପ୍ରିୟା ମହାନ୍ତି,ବଦ୍ରି ନାରାୟଣ ମହାନ୍ତି,ସୁଭରାଜ ମହାନ୍ତି,ଶୁଭଶ୍ରୀ ସ୍ୱାଇଁ,ସାଇ ଶ୍ରୀ ବେହେରା,ବିଶ୍ୱଜିତ୍ ସ୍ୱାଇଁ ଆଦିଙ୍କ ଦ୍ଵାରା ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସମ୍ପାଦକ ତଥା ଭଏସ ଅଫ ମିଡିଆର ଉପଦେଷ୍ଟା ନାରାୟଣ ଚନ୍ଦ୍ର ମହାନ୍ତି ସିକନ୍ଦର ଆଲମ୍ଙ୍କ ବିଷୟରେ ପିଲା ମାନଙ୍କୁ ଉଦବୋଧନ ଦେଇଥିଲେ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବାହାରପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯକ୍ରମ   

Sunil Chandra Nayak

ବାସନ୍ତୀ ପାଠାଗାର ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ , ଯୋଗ ଦ୍ବାରା ସୁସ୍ଥ ସମାଜ ଗଠନ ସମ୍ଭବ 

masiha

ଜିଲ୍ଲାସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ

Sunil Chandra Nayak

Leave a Comment

error: Content is protected !!