ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରାକ୍ଟର ଓ ମୋଟରସାଇକେଲ ଦୁର୍ଘଟଣା ଝିଅ ମୃତ, ବାପା ଗୁରୁତ୍ତର ଓ ପୁଅ ଆହତ 

ଟ୍ରାକ୍ଟର ଓ ମୋଟରସାଇକେଲ ଦୁର୍ଘଟଣା ଝିଅ ମୃତ, ବାପା ଗୁରୁତ୍ତର ଓ ପୁଅ ଆହତ 

ଡାବୁଗାଁ, ୩୧/୭ (ମ.ନି.ସ.)- ବୁଧବାର ରାତ୍ର ୭.୩୦ ଘ. ସମୟରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଅଙ୍ଗୀ ନଦୀ ପୋଲ ପାଖରେ ଟ୍ରାକ୍ଟର ଓ ମୋଟରସାଇକେଲ ଦୁର୍ଘଟଣା ଘଟି ଝିଅ ମୃତ, ବାପା ଗୁରୁତ୍ତର ଓ ପୁଅ ଆହତ | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ କନ୍ୟାଶ୍ରମଗୁଡା ଗ୍ରାମର ତୁଳସୀ ଗୌଡ (୨୫) ଆଜି ସକାଳେ ପୁଅ ସାଇ ଗୌଡ (୪) ଓ ଝିଅ ଶିବାନୀ ଗୌଡ (୨) ନିଜ ଘର ଘୁଷୁରାଦେଢା ଗ୍ରାମକୁ ଯାଇଥିଲେ | ଘୁଷୁରାବେଢା ଗ୍ରାମରୁ ସନ୍ଧ୍ୟାରେ ମୋଟରସାଇକେଲ ନଂ ଓଡି ୨୪ -୦୭୭୩ ଯୋଗେ ତୁଲସୀ ପୁଅ ଓ ଝିଅକୁ ବସାଇ କନ୍ୟାଶ୍ରମଗୁଡା ଗ୍ରାମରେ ରହୁଥିବା ଘରକୁ ଫେରୁଥିଲେ ଏବଂ ଫେରୁଥିବା ସମୟରେ ବିପରୀତ ଦିଗରୁ ଜମିରେ ହଳ କରି ଆସୁଥିବା ଏକ ଟ୍ରାକ୍ଟରନଂ ଓଡି ୨୪ କେ ୩୧୫୪ ସହ ଧକ୍କା ହୋଇଥିଲା | ଫଳରେ ମୋଟର ସାଇକେଲରେ ଥିବା ୩ ଜଣ ରାସ୍ତା କଡକୁ ଛିଟିକି ପଡିଥିଲେ | ଖବରପାଇ ଡାବୁଗାଁ ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଓ ଏଏସଆଇ ଗୋପାଳକୃଷ୍ଣ ହାଲୱା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ପୋଲିସ ଗାଡିରେ ନେଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ପରୀକ୍ଷା କରି ୨ ବର୍ଷର ଝିଅ ଶିବାନୀ ଗୌଡ ଙ୍କୁ ମୃତ ଘୋଷଣା କରିଥିଲେ | ବାପା ତୁଳସୀ ଗୌଡଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ପୁଅ ସାଇ ଗୌଡ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛି | ପୋଲିସ ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲ ଓ ଟ୍ରାକ୍ଟର ପୋଲିସ ଜବତ କରି ତଦନ୍ତ ଜାରି ରଖିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କୃଷିଯନ୍ତ୍ରପାତି ସବସିଡି ହେରାଫେରୀ ଘଟଣା, ଶୀତଳ ଭଣ୍ଢାର ରେ ବିଭାଗୀୟ ତଦନ୍ତ 

masiha

ବସ୍ତା ଏନଏସି ଘୋଷଣା କରିଥିବାରୁ ସଦାନନ୍ଦପୁର ପଞ୍ଚାୟତ ଅଫିସ ନିକଟରେ ବାଣ ଫୁଟାଇ ଖୁସି ମନାଇଲେ 

masiha

ସଚ୍ଚିଦାନନ୍ଦ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!