ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିତବାସପୁର ସ୍କୁଲ ପରିଦର୍ଶନ କଲେ ବ୍ଲକ ଉପାଧ୍ୟକ୍ଷ

କୋକସରା,୧୩/୦୪(ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ପିତବାସପୁର ଠାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ବୁଧବାର କୋକସରା ବ୍ଲକ ଉପାଧ୍ୟକ୍ଷ ରାଜିବ ଅଗ୍ରୱାଲ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ମାନେ ତାଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ଜୟଧର ବାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପାଧ୍ୟକ୍ଷ ସ୍କୁଲ ର ଉନ୍ନତି କରଣ ପାଇଁ ଆଗାମୀ ସମୟରେ ଅନୁଦାନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସ୍କୁଲର ପୁରୁଣା ଅସୁରକ୍ଷିତ ଶ୍ରେଣୀ ଗୃହ ଭାଙ୍ଗିବା ସହ ପାଚେରୀ ନିର୍ମାଣ ଓ ସ୍କୁଲ ରେ ନଳକୂପ ଖନନ ସହ ମୋଟର ଲଗାଇ ପାନୀୟ ଜଳ ଯୋଗାଣ ଶୀଘ୍ର କରାଯିବା ନେଇ କହିଛନ୍ତି। କାର୍ଯ୍ୟକ୍ରମ କୁ ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ମୁଣ୍ଡ ପରିଚାଳନା କରିଥିଲେ। ଶିକ୍ଷକ ଚନ୍ଦ୍ରଶେଖର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମ ନି ସ 

Related posts

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଦ୍ୱିତୀୟ ସମନ୍ୱୟ ବୈଠକ ଶେଷ

Sunil Chandra Nayak

ତାଳଚେର ବିମଳାଗଡ ରେଳପଥ ଓ ରାଉରକେଲାରେ ରେଳ ଡିଭିଜନ ପ୍ରସଙ୍ଗ

Sunil Chandra Nayak

ରାସ୍ତା ଯୋଗୁଁ ଅଟକିଲା ଆମ୍ବୁଲାନ୍ସ, ଗାଡ଼ିରେ ପ୍ରସବ ହେଲେ ମହିଳା

Sunil Chandra Nayak

Leave a Comment

error: Content is protected !!