ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚୁଆଁ ପାଣିରେ ଶୋଷ ମେଣ୍ଟୁଛି ୧୪ ଘର ପରିବାର ର 

ଚୁଆଁ ପାଣିରେ ଶୋଷ ମେଣ୍ଟୁଛି ୧୪ ଘର ପରିବାର ର 

ବନ୍ଧୁଗାଁ ତା, ୨/୮/୨୪, ଖରା ଯାଇ ବର୍ଷା ଋତୁ ପହଁଞ୍ଚିଲାଣି କିନ୍ତୁ ଦୁଇଥର ଲେଖି ଜଣାଇବା ବାଦେ ମଧ୍ୟ ପାନିର ସୁବିଧାରୁ ବଞ୍ଚିତ I ବର୍ଷ ବର୍ଷ ଧରି ପାଣି ପାଇଁ ଡହଳ ଡାହଳ ହୋଉଥିବା ଗାଁ ହେଉଛି ବନ୍ଧୁଗାଁ ବ୍ଲକର କୁମ୍ଭାରୀ ପୁଟ ପଞ୍ଚାୟତର ଲଚେକା ପଡ଼ୁ ଗାଁ ଅଟେ I ଏହି ଗାଁ ଗ୍ରାମ ପଞ୍ଚାୟତ ସଦର ମୋହକୁମାରୁ ମାତ୍ର ୩କିମି ଦୂର ଅଟେ I ଏହି ଗ୍ରାମରେ ରହିଅଛି ୧୪ ଘର ପରିବାର ଲକ ବସବାସ କରିଥାନ୍ତି I ଏହି ଗ୍ରାମରେ ୧୫ ବର୍ଷ ପୂର୍ବେ ଏକ ନଳ କୂଅ କୋରାଯାଇଥିଲା, ଏହି ନଳକୂଅ ବହୁତ ବର୍ଷ ହୋଇଥିବାରୁ ସେଠାରୁ ଅଳ୍ପ ଅଳ୍ପ ପାଣି ବାହାରୁଥିଲା I ଯଦ୍ୱାରାକି ଗାଁ ଲୋକଙ୍କ ପାଇଁ ପାଣି ନିୟଣ୍ଟ ଦେଖା ଦେବାରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଜଣା ଯିବାପରେ ମୋରାମତି କୋରାଯାଇଥିଲା I ମରାମତିର କିଛିଦିନ ପର୍ଯ୍ୟନ୍ତ ଲୋକେ ସୁବିଧା ପାଇବା ପରେ ନୋଳକୂଅ ପୁନର୍ବାର ଅଚଳ ହୋଇଯାଇଛି I ଆଉ ଥରେ ଲିଖିତ ଭାବରେ ଅଚଳ ନଳକୂଅ ର ମୋରାମତି ପାଇଁ ଗାଁ ଲୋକେ ଲିଖିତ ଭାବରେ ଦେଇଥିଲେ କିନ୍ତୁ ଆଜକୁ ୩ ମାସ ବିତିଲାଣି କୌଣସି ପ୍ରତିକ୍ରିୟା ଆଜି ପର୍ଯ୍ୟନ୍ତ ମିଳିନାହିଁ ବଲି ଗାଁ ଲୋକେ ଗଣ ମାଧ୍ୟମକୁ କହିଥିଲେ I ଗାଁ ଲୋକଙ୍କ ପାଇଁ ପାଣିର ଅସୁବିଧାକୁ ରହିନ ପାରି ଗାଁ ରୁ କିଛି ଦୂରରେ ପାହାଡ଼ ନିକଟରେ ଏକ ଚୁଆଁ ପାଣି ଉପରେ ନିର୍ଭର ହୋଇଛନ୍ତି I ଏହି ଚୁଆଁ ପାଣିରେ ଗାଁର ସମସ୍ତ ପରିବାର ଲୋକେ ବ୍ୟବହାର କରିଥାନ୍ତି I ବର୍ତ୍ତମାନ ଏହି ଦୂଷିତ ପାଣିର ବ୍ୟବହାର ପରେ କାହାକୁ କୌଣସି ପ୍ରକାର ରୋଗ କି ଦେହ ଅସୁସ୍ଥ ହବାର ସମ୍ଭାବନା ହୋଇ ପାରେ କି ନାହିଁ ବଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି I ବର୍ତମାନ ବର୍ଷା ମାସ ପହଁଞ୍ଚିଲା ଣି ବର୍ଷା ହେଲେ ପାହାଡ଼ରୁ ବର୍ଷା ପାଣି ଧୋଇହୋଇ ଚୁଆଁ ଭିତରେ ଗୋଳିଆ ପାଣି ମିଶି ଯିବା ଦ୍ୱାରା ଲୋକେ ପାଣି ପିଇବା ପାଇଁ ବହୁତ ଅସୁବିଧା ହୋଉଥିବାର ଦେଖିବାକୁ ମିଳିଛି I ଗ୍ରାମର ୱାର୍ଡ ସଭ୍ୟ କାସାନା ମିନିୟାକା ଓ ଗ୍ରାମର କିଛି ବ୍ୟକିମାନେ, ରାମ ମାଣ୍ଡିଙ୍ଗ, ଗଙ୍ଗା ମେଲେକା, ବାଲିଆ ମେଲେକା, ବିଶି ପିଡ଼ିକ, ଈଶ୍ଵର ପିଡ଼ିକା, ପ୍ରମୁକ ରହିବା ସହ ଗାଁର କିଛି ମହିଳା ମଧ୍ୟ ଉପସ୍ଥିତ ରହିଥିଲେ I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ରଥଯାତ୍ରାକୁ ତ୍ରୁଟି ଶୂନ୍ୟ, ଶୃଙ୍ଖଳିତ ଏବଂ ସୁପରିଚାଳନା ଭାବେ ସମ୍ପନ୍ନ କରିବା ନିମନ୍ତେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

Sunil Chandra Nayak

ଓଡ଼ିଶାଭାସ୍କର ବାର୍ଷିକ ସମାରୋହରେ ସମ୍ମାନିତ ହେଲେ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀରଞ୍ଜନ ବାଗ

Sunil Chandra Nayak

ବିଶ୍ବନାଥପୁରଠାରେ ଟାଟା ପାୱାର ପକ୍ଷରୁ ବିଦ୍ୟୁତ୍ ଦେୟ ନେଇ ସଚେତନତା ବୈଠକ

Sunil Chandra Nayak

Leave a Comment

error: Content is protected !!