ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଜିଟାଲ କ୍ରପ ସର୍ଭେ ଉପରେ ବୈଠକ 

ଡିଜିଟାଲ କ୍ରପ ସର୍ଭେ ଉପରେ ବୈଠକ 

ଡାବୁଗାଁ, ୫/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ କୃଷି, ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଡିଜିଟାଲ କ୍ରପ ସର୍ଭେ ନେଇ ଏକ ବୈଠକ ବିଡିଓ ଶରତ ମାଝିଙ୍କ ସଭାପତିତ୍ଵରେ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ କୃଷକ ମାନଙ୍କର ଜମିରେ ଚାଷ କରାଯାଇଥିବା ବିଭିନ୍ନ ପ୍ରକାର ଫସଲ ଗୁଡିକ ଡିଜିଟାଲ ମାଧ୍ୟମରେ ସର୍ବେକ୍ଷଣ କରାଯିବ | ଯାହା ଫଳରେ ଚାଷୀମାନେ ଠକାମିରୁ ବଞ୍ଚିତ ହେବେ | ସର୍ଭେୟର ଯଥା – କୃଷକ ସାଥି, ପ୍ରାଣୀମିତ୍ର, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ମୋବାଇଲ ମାଧ୍ୟମରେ ଫସଲ ସର୍ବେକ୍ଷଣ କରିବେ | ଏହି ସର୍ଭେୟର ମାନଙ୍କୁ ନିରୀକ୍ଷଣ କରିବାକୁ ସୁପରଭାଇଜର ଓ ଭେରିଫାୟାର ମାନଙ୍କୁ ନିୟୋଜିତ କରାଯିବ | ଏହି ସର୍ଭେ ରେ ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କୁ ନିୟୋଜିତ କରାଯିବ | ଏହି ସର୍ବେକ୍ଷଣ ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୫ ତାରିଖରେ ଶେଷ ହେବ | ଏଥିରେ ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, ସହକାରୀ ଉଦ୍ୟାନ ଅଧିକାରୀ ରବିଶଙ୍କର ପଣ୍ଡା, ରାଜସ୍ୱ ନିରିକ୍ଷକ ଚୈତନ୍ୟ ବେହେରା, ଗଙ୍ଗାଧର ମହାଙ୍କୁଡ, ଯୋଗେଶ ପ୍ରସାଦ ଦାସ ଓ କେ. ମଦାଲସା, ମୃତ୍ତିକା ସଂରକ୍ଷଣ ରେଞ୍ଜର ନିରୋଜ କୁମାର ମଲ୍ଲିକ, ଷ୍ଟାଟିଷ୍ଟିକ କ୍ଷେତ୍ର ପରିଦର୍ଶକଗୁପ୍ତା ପ୍ରସାଦ ମଲ୍ଲିକ, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ, କୃଷି ଅଧିଦର୍ଶକ ମମତା ସାହୁ, ନୀଳକଣ୍ଠ ପଣ୍ଡା, ସୁଶାନ୍ତ କୁମାର ରାଉତ, ଏଟିଏମ କେ. ଉଦୟା କୁମାରୀ ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ଆତ୍ମା ଏ ଟି ଏମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ରେ ସମ୍ବର୍ଦ୍ଧିତ

Sunil Chandra Nayak

କଲମପୁରରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୫

Sunil Chandra Nayak

ଦେଓଗାଁ ବ୍ଲକ ଧଣ୍ଡlମାଳ ଗାଁ ରେ ବିଶାଳ ଆଦିବାସୀ ସମ୍ମିଳନୀ , ଜମି ଜଳ ଜଙ୍ଗଲ ଜୀବନଜୀବିକା ସୁରକ୍ଷା ପାଇଁ ଆଦିବାସୀ ଙ୍କ ଆହ୍ୱାନ 

masiha

Leave a Comment

error: Content is protected !!