ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ସ୍ତ୍ରୀ ର ବାଲଟି ମାଡ଼ ରେ ଦ୍ଵିତୀୟ ସ୍ତ୍ରୀ ମୃତ

ପ୍ରଥମ ସ୍ତ୍ରୀ ର ବାଲଟି ମାଡ଼ ରେ ଦ୍ଵିତୀୟ ସ୍ତ୍ରୀ ମୃତ

 ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଜାମଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରଥମ ସ୍ତ୍ରୀ ର ବାଲଟି ମାଡ଼ ରେ ଦ୍ଵିତୀୟ ସ୍ତ୍ରୀ ର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ମହିଳା ଙ୍କ ନାମ ବାରୁଣୀ ଜଗତ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଚଳିତ ମାସ ୩ ତାରିଖ ଦିନ କୌଣସି କଥା କୁ ନେଇ ବୋଡେ଼ନ ଥାନା ଜାମଗାଁ ର ହେରାମ୍ବ ଜଗତ ଙ୍କ ପ୍ରଥମ ସ୍ତ୍ରୀ ମାଧୁରୀ ଜଗତ ଏବଂ ଦ୍ଵିତୀୟ ସ୍ତ୍ରୀ ବାରୁଣୀ ଜଗତ ଙ୍କ ମଧ୍ୟରେ କୌଣସି କଥା କୁ ନେଇ ଗଣ୍ଡଗୋଳ ହୋଇଥିଲା l ଫଳରେ ଉତକ୍ଷିପ୍ତ ହୋଇ ପ୍ରଥମ ସ୍ତ୍ରୀ ମାଧୁରୀ ହାତରେ ଧରିଥିବା ଏକ ଷ୍ଟିଲ ବାଲଟି ରେ ମାଡ଼ ମାରିଥିଲା ଫଳ ରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସିତ ସମୟ ରେ ମୃତ୍ୟୁବରଣ କରିଥିଲା। ଏ ନେଇ ବୋଡେ଼ନ ଥାନା ରେ କେସ ନଂ ୧୭୭/24 ରୁଜୁ କରି ଅଭିଯୁକ୍ତ ପ୍ରଥମ ସ୍ତ୍ରୀ ମାଧୁରୀ ଜଗତ ଏବଂ ସ୍ୱାମୀ ହେରାମ୍ବ ଜଗତ କୁ ଗିରଫ କରି କୋର୍ଟ ଚାଲାଣ ହୋଇଥିବା ଖଡ଼ିଆଳ ଏସଡ଼ିପିଓ ଅରୂପ ଅଭିଷେକ ବେହେରା ସୂଚନା ଦେଇଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଲାଠିକଟା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ଓ ଜେ ୟୁ ନବରଙ୍ଗପୁର ଜିଲ୍ଲା ଶାଖା ର ଦ୍ଵାଦଶ ବାର୍ଷିକ ଉତ୍ସବ

masiha

ପବିତ୍ର ଶିବରାତ୍ରିରେ ମଶାରୀ ବଣ୍ଟନର ଶୁଭାରମ୍ଭ କରିବ ମୋ ଅନୁଷ୍ଠାନ

masiha

Leave a Comment

error: Content is protected !!