ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଦ ପୂର୍ଣ୍ଣ ଅବସ୍ଥାରେ ସରବରାହ ଜୋର ବ୍ରିଜ ରାସ୍ତା

ବିପଦ ପୂର୍ଣ୍ଣ ଅବସ୍ଥାରେ ସରବରାହ ଜୋର ବ୍ରିଜ ରାସ୍ତା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଠାରୁ ରିଞ୍ଜା ଗ୍ରାମକୁ ସଂଯୋଗ କରୁଥିବା ଆର୍ ଡି ରାସ୍ତାର ସରବରାହ ଜୋର ବ୍ରିଜ ମଧ୍ୟ ଭାଗ‌ ଛାତପଡି ନ ଥିବାରୁ ଅସ୍ଥାୟୀ ରାସ୍ତା ବିପଦ ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି l ଏହି ରାସ୍ତା ଦେଇ ପ୍ରତ୍ୟହ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ କର୍ଲାମୁଣ୍ଡା ବ୍ଲକ କୁ ଯିବା ଆସିବା କରିଥାନ୍ତି l ତଥାପି ବିଭାଗ ପକ୍ଷରୁ କୌଣସି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l ବାରମ୍ବାର ଏ ନେଇ ଖବର ପ୍ରସାରଣ ପରେ ମଧ୍ୟ ପ୍ରଶାସନ ଘୋର ନିଦ୍ରା ରେ ! ଏଠାରେ ସୂଚନାଯୋଗ୍ୟ ଯେ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା‌ ପକ୍ଷରୁ ଟେଣ୍ଡର ଜରିଆରେ ଜନୈକ ଠିକାଦାରଙ୍କ ଦ୍ବାରା ୨କୋଟି ୭୧ ଲକ୍ଷ ୨୮ ହଜାର ୮ଶହ ଟଙ୍କା ଅଟକଳରେ ଜୁଲାଇ ୨୦୨୩ରେ ବ୍ରିଜ ନିର୍ମାଣ ଆରମ୍ଭ ହୋଇଥିଲା l ତେବେ ବର୍ଷା ସମୟରେ ବ୍ରିଜ ଛାତ ପଡ଼ି ପାରିବ ନାହିଁ ବୋଲି ବିଭାଗ ପକ୍ଷରୁ ଆଦେଶନାମା ଜାରି କରିଥିଲା ‌l ଫଳରେ ବ୍ରିଜରେ ହେବାକୁ ଥିବା ତିନୋଟି ଛାତ ମଧ୍ୟ ରୁ ଉଭୟ ପାର୍ଶ୍ଵର ଦୁଇଟି ଛାତ ହୋଇ ପାରିଥିଲା l ଅନ୍ୟ ପଟେ ଲୋକଙ୍କ ପାଇଁ ଠିକାଦାରଙ୍କ ପକ୍ଷରୁ ୪ଫୁଟ ଓସାର ର ଅସ୍ଥାୟୀ ଲୁହା ବ୍ରିଜ ତିଆରି ହୋଇଥିବା ବେଳେ ଅସ୍ଥାୟୀ ରାସ୍ତା ବିପଦ ସୃଷ୍ଟି କରୁଛି l ଏହା ବ୍ୟତିତ ଉଭୟ ପାର୍ଶ୍ଵରେ ରାସ୍ତା ସମତଳ କରାଯାଇ ନ ଥିବାରୁ ବ୍ରିଜ ପାର ହୋଇ ରାସ୍ତା କୁ ଆସିବା ବହୁତ କଷ୍ଟକର ହୋଇପଡ଼ିଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ 

Sunil Chandra Nayak

ଜୁନାଗଡ଼ ରେ ବାଇପାସ ରାସ୍ତାପାଇଁ ଦାବୀ

Sunil Chandra Nayak

କୃଷି ସମବାୟ ସମିତି ପକ୍ଷରୁ କୃଷକ କର୍ମଶାଳା ପରାମର୍ଶ ବୈଠକର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!