ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଟ୍ଟାରିକାଙ୍କ ମନ୍ଦିର ବେଢାରେ ମହାନଦୀର ବନ୍ୟାଜଳ

ଭଟ୍ଟାରିକାଙ୍କ ମନ୍ଦିର ବେଢାରେ ମହାନଦୀର ବନ୍ୟାଜଳ

କଟକ: 08-08-2024 (ମସିହା ନିୟୁଜ )ବର୍ଷାରେ ବୁଡିଲା ଭଟ୍ଟାରିକା। କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ବେଢାରେ ପଶିଛି ମହାନଦୀର ବନ୍ୟା ଜଳ। ଦୁଇ ଦିନର ଲଗାଣ ବର୍ଷା ପରେ ମନ୍ଦିର ବେଢାରେ ବର୍ଷା ପାଣି ଲହଡି ଭାଙ୍ଗୁଛି। ଆଜି ସକାଳଠାରୁ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି। ଯଦିଓ ଠାକୁରାଣୀ ଜଳବନ୍ଦୀ ହୋଇନାହାନ୍ତି , ତଥାପି ଆବଶ୍ୟକ ହେଲେ ମନ୍ଦିର ପାଖରେ ଥିବା ରୋଷ ଘରକୁ ମାଆଙ୍କୁ ସ୍ଥାନାନ୍ତର କରାଯିବ। ସେଥିପାଇଁ ମା’ଙ୍କ ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି। ମନ୍ଦିରରେ ମାଆଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଟିପିଏନ୍ ଓଡି ଏଲ୍ ତରଫରୁ OTS ସମାଧାନ ମାରାଥନ ଶିବିର 

masiha

ନବରଙ୍ଗପୁର ଜିଲ୍ଲାସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ 

masiha

ବିପର୍ଯ୍ୟୟ ପ୍ରଶମନ ହ୍ରାସ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ ସମ୍ପର୍କୀୟ ଜିଲ୍ଲା ସ୍ତରୀୟ କର୍ମଶାଳା 

masiha

Leave a Comment

error: Content is protected !!