ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ରେ କୌଶଳ ରଥ କାର୍ଯ୍ୟକ୍ରମର ପ୍ରଥମ ଦିନ

କଳାହାଣ୍ଡି ଜିଲ୍ଲା ରେ କୌଶଳ ରଥ କାର୍ଯ୍ୟକ୍ରମର ପ୍ରଥମ ଦିନ

ଭବାନୀପାଟଣା: ତା ୮.୮.୨୦୨୪:ଜିଲ୍ଲା ରେ ବୈଷୟିକ ଶିକ୍ଷା କୁ ପ୍ରୋତ୍ସାହନ ଦେବାପାଇଁ ରାଜ୍ୟ ସରକାରଙ୍କ ତରଫରୁ କୌଶଳ ରଥ କଳାହାଣ୍ଡି ଜିଲ୍ଲା ପରିଦର୍ଶନ କରୁଅଛି ଏହି କ୍ରମରେ ପ୍ରଥମ ଦିନରେ କୌଶଳ ରଥ ଆମପାଣି ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଥିଲା ଏଥିରେ ବୁଢାରଜା ଉଚ୍ଚ ବିଦ୍ୟାଳୟ, ଆମପାଣି ର ପ୍ରାୟ ୧୨୦୦ ଛାତ୍ର ଛାତ୍ରୀମାନେ ରଥ ପରିଦର୍ଶନ କରିଥିଲେ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କୁଇଜ଼ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥଲେ।ଦ୍ଵିତୀୟ କାର୍ଯ୍ୟକ୍ରମ ଧର୍ମଗଡ଼ ପଂଚାୟତ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ଏଥିରେ ସରକାରୀ ବାଳିକା ବିଦ୍ୟାଳୟ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ ର ୧୦୦୦ ରୁ ଉର୍ଧ ଛାତ୍ର ଛାତ୍ରୀ ମାନେ ରଥ ପରିଦର୍ଶନ କରିଥିଲେ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କୁଇଜ଼ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥଲେ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଧର୍ମଗଡ଼ ଉପ ଜିଲ୍ଲାପାଳ ଶ୍ରୀ ଧୀମାନ ଚାକମା ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଏହାପରେ ଜୁନାଗଡ଼ ସ୍ଥିତ କୁରୁଗୁଡ଼ା ଆଶ୍ରମ ବିଦ୍ୟାଳୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଆଇ ଟି ଆଇ ଜୁନାଗଡ଼, କୁରୁଗୁଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ଓ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ର ପ୍ରାୟ ୧୫୦୦ ଛାତ୍ର ଛାତ୍ରୀ ମାନେ ରଥ ପରିଦର୍ଶନ କରିଥିଲେ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କୁଇଜ଼ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥଲେ।ଏହି କାର୍ଯ୍ୟକ୍ରମ ରେ ଅତିଥି ରୂପେ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ ଯୋଗ ଦେଇଥିବା ବେଳେ ITI ଜୁନାଗଡ଼ ର ଅଧ୍ୟକ୍ଷ ସ୍ନେହାଶିଷ ମୁଦୁଲି, କୁରୁଗୁଡ଼ା ଆଶ୍ରମ ସ୍କୁଲ ର ପ୍ରଧାନ ଶିକ୍ଷକ ହୃଷିକେଶ ମେହେର ଓ ସମସ୍ତ ଶିକ୍ଷାନୁଷ୍ଠାନ ର ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ଅଜିତ କୁମାର ଉତ୍ତରାୟ ପରିଚାଲନା କରିଥିବା ବେଳେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ କଳାହାଣ୍ଡି ରୁ ଶ୍ରୀ ସୁବିଦିତ ସାମନ୍ତରାୟ, ଶ୍ରୀ ସୁବ୍ରତ ମେହେର, ପ୍ରିୟା ବୋଡାଦେ, କେଶବ ଗାଭାଳେ, ମନୋଜ ବର୍ଗରଟି ଆଦି ସହାୟତା କରିଥିଲେ।ଆସନ୍ତା କାଲି ଅଗଷ୍ଟ ୦୯ ତାରିଖ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଭବାନୀପାଟଣା, CTTC , ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ, ସରକାରୀ ପଲିଟେକ୍ନିକ, ଭବାନୀପାଟଣା, ଶାହୀ ଏକ୍ସପୋର୍ଟସ, ଓଡିଶା ଆଦର୍ଶ ବିଦ୍ୟାଳୟ, ବେଦାନ୍ତ ତାଲିମ କେନ୍ଦ୍ର, ଅଗଷ୍ଟ ୧୦ ତାରିଖ ଦିନ ବିଶ୍ୱନାଥପୁର ମହାବିଦ୍ୟାଳୟ, ଲାଞ୍ଜିଗଡ଼ ଆଶ୍ରମ ବିଦ୍ୟାଳୟ, ଲାଞ୍ଜିଗଡ ମହାବିଦ୍ୟାଳୟ, ବେଦାନ୍ତ ତାଲିମ କେନ୍ଦ୍ର. ଅଗଷ୍ଟ ୧୧ ତାରିଖ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପାଷ୍ଟିକୁଡି ଆଶ୍ରମ ବିଦ୍ୟାଳୟ, ଅଧମୁଣ୍ଡା ଆଶ୍ରମ ବିଦ୍ୟାଳୟ ଓ କେସିଙ୍ଗା ମହାବିଦ୍ୟାଳୟ ଗ୍ରସ୍ତ କରି ବୋର୍ଡ଼ା ଠାରେ ନୂଆପଡା ଜିଲ୍ଲା କୁ ହସ୍ତାନ୍ତର କରାଯିବ ପାଇଁ ଧାର୍ଯ୍ୟ କରାଯାଇଛି ବୋଲି ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଅଜିତ କୁମାର ଉତ୍ତରାୟ ପ୍ରକାଶ କରିଛନ୍ତି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ମା କନକ ଦୁର୍ଗା ସେବକ ସଂଘ ତରଫରୁ ଜଳ ଛତ୍ର

ସରସ୍ବତୀ ଶିଶୁ ମନ୍ଦିର ଛାତ୍ରଙ୍କ କୃତିତ୍ୱ 

Sunil Chandra Nayak

କୌଶିକ ବାବା +୩ ମହାବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!