ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ବିଷୁବ ମିଳନ

ବିଷୁବ ମିଳନ

 

ମାନଗୋବିନ୍ଦ ସ୍ବାଇଁ

 

ବିଷୁବ ମିଳନ ପାଞ୍ଜି ପ୍ରଚଳନ

      ହିନ୍ଦୁ ନୂତନ ବରଷ

ପାଣାର ସଂକ୍ରାନ୍ତି ଆନନ୍ଦ ଉତ୍ସବ

    ସଭିଏଁ ଖୁସିର ହସ।

ଘରେ ଘରେ ପଣା ଠାକୁର ପୂଜନ

       ପଣା ହୁଏ ଘରେ ଭୋଗ

ପ୍ରସାଦ ଖାଆନ୍ତି ପରିବାର ବର୍ଗ

     ପଣା ପିଇବା ସୁଯୋଗ।

ଏକ ମନ ପ୍ରାଣ ସୁଯୋଗ ଆସଇ

      ପରିବାର ଏକଜୁଟ

ଆନନ୍ଦ ମନରେ ପଣା ପିଇଥାନ୍ତି

   ହିନ୍ଦୁ ନବ ବର୍ଷେ ଭେଟ।

ଗ୍ରାମ ଦେବୀ ପାଶେ ପଣା ଲାଗି ହୁଏ

    ଦୁଃଖ ଭୁଲି ଖାଇ ପଣା

ବରଷ ପ୍ରତୀକ୍ଷା ନବ ବର୍ଷ ପାଇଁ

    ଅପେକ୍ଷା ନବ ଠିକଣା।

ଠାକୁର ପାଖରେ ନବ ପାଞ୍ଜି ପଢା

    ଆଗାମୀ ବରଷ କଥା

ଶୁଣି ଜନ ଗୁଣି ସଚେତନ ହୁଏ

   ସଭ୍ୟତା ଅଛି କି ବ୍ୟଥା।

ସୂର୍ଯ୍ୟ ର ଉତ୍ତାପ ଆସ୍ତେ କମି ଆସେ

     ପଣା ଖାଇ ଜନ ଶାନ୍ତି

ତାପ ମାତ୍ରା ଦାଉ ଆଉ ରହେ ନାହିଁ

    ସର୍ବେ ମିଳଇ ମୁକତି।

ବିଷୁବ ମିଳନ ଭକ୍ତି ର ସୁଦିନ

     ହସଖୁସି ପରିବାର

ଆନନ୍ଦ ଉତ୍ସବ ସଭିଙ୍କ ଭିତରେ

    ଖୁସି ଆସଇ ସଂସାର।

ଗୋଜାବନ୍ଧ ମହାକାଳପଡ଼ା

 

କେନ୍ଦ୍ରାପଡ଼ା

Related posts

ବିବେକ ସେନା ତରଫରୁ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ବିଜେଡିର ବାଜିମାତ୍ – କଂଗ୍ରେସ ଓ ବିଜେପିକୁ ମିଳିଛି କେବଳ ଗୋଟିଏ   ଗୋଟିଏ ୱାର୍ଡ

Sunil Chandra Nayak

ପର୍ଯ୍ୟଟକଙ୍କ ମନ ମୋହୁଛି ମୃଗ ବିହାର

Leave a Comment

error: Content is protected !!