ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ର ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ର ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ଆଦ୍ୟ ତାରିଖ ୧୦.୦୮.୨୪ ରେ କୋରାପୁଟ ଜିଲ୍ଲା ର 2503 ଗୋଟି ସରକାରୀ & ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ରେ ଦ୍ୱିତୀୟ ଅଭିଭାବକ ଶିକ୍ଷକ/ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା/ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକ ରେ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନଙ୍କ ନିରାପତ୍ତା ବ୍ୟବସ୍ଥା, ଅନଲାଇନ ସୁରକ୍ଷା ଓ ସାଇବର ସଚେତନତା, ସ୍ୱଚ୍ଛତା ପକ୍ଷ ପାଳନ, ସୁରଭି-୨୦୨୪, ବିଦ୍ୟାଳୟ ରେ ୟୁଥ୍ ଏବଂ ଇକୋ କ୍ଲବ ଗଠନ, ବେଟି ବଚାଓ: ବେଟି ପଢ଼ାଓ , କୈଶୋରି ଛାତ୍ରୀମାନଙ୍କ ପାଇଁ ଇନସିନେରେଟର ଓ ଭେଣ୍ଡିଂ ମେସିନ୍ ର ବ୍ୟବସ୍ଥା, ଅଭିଭାବକ ମାନଙ୍କଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗଠନମୂଳକ ପ୍ରସ୍ତାବ ବିଷୟ ରେ ଆଲୋଚନା କରା ଯାଇଥିଲା।

ଏହା ବ୍ୟତୀତ ଛାତ୍ରଛାତ୍ରୀ ବୟସ ଅନୁଯାୟୀ ଉପୟକ୍ତ ଶ୍ରେଣୀରେ ନାମଲେଖାଇବା ଓ ନିୟମିତ ଭାବରେ ଶିକ୍ଷାସମାପ୍ତିକୁ ସୁନିଶ୍ଚିତ କରିବା ପାଇଁ ଆଲୋଚନା ହୋଇଥିଲା। ନିୟମିତ ବିଦ୍ୟାଳୟ ଆସୁନଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅଭିଭାବକ ମାନଙ୍କ ଦାୟିତ୍ଵ ଉପରେ ଆଲୋକପାତ କରାଯାଇଥିଲା। ସରକାର ଙ୍କ ବିଭିନ୍ୟ ଯୋଜନା ଯଥା ଛାତ୍ରବୃତ୍ତି, ସାଇକେଲ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ର ସଫଳ ରୂପାୟନ ସମସ୍ତ ଙ୍କ ଅବଦାନ ନେଇ ବିସ୍ତୃତ ଆଲୋଚନା କରାଗଲା। ଜିଲ୍ଲା ଶିକ୍ଷା ଅଧିକାରୀ, କୋରାପୁଟ ଙ୍କ ମାର୍ଗଦର୍ଶନ ଏବଂ ଜିଲ୍ଲା ଅନୁସୂଚିତ ଜାତି ଏବଂ ଜନଜାତି ସଂଯୋଜକ ଙ୍କ ତତ୍ତ୍ଵାବଧାନରେ ଏହି ବୈଠକ ସମସ୍ତ ସ୍କୁଲ ରେ ସୁଚାରୁ ରୁପେ ସମ୍ପାଦିତ ହୋଇଯାଇଅଛି। ପିରାମଲ ଫାଉଣ୍ଡେସନ ର ପ୍ରତିନିଧି ମାନେ ଏହି ପ୍ରକ୍ରିୟା ରେ ଅଂଶଗ୍ରହଣ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭାରତ – ବିଶ୍ଵ ବାଣିଜ୍ୟ ସଂଗଠନ ଛାଡ ଦିବସ ପାଳନ ପ୍ରତିବାଦ ସଭା       

masiha

କୋକସରା ଗ୍ରାମ ପଞ୍ଚାୟତରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ପ୍ରଶାସନ ଆଢ଼ୁଆଳରେ ଦାବକାନି ପ୍ରାଥମିକ ବିଦ୍ୟାଳୟ

masiha

Leave a Comment

error: Content is protected !!