ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣାଠାରେ “ହରଘର ତ୍ରିରଙ୍ଗା” କାର୍ଯକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ

ଭବାନୀପାଟଣାଠାରେ “ହରଘର ତ୍ରିରଙ୍ଗା” କାର୍ଯକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ

ଭବାନୀପାଟଣା ତା ୦୯.୦୮.୨୦୨୪ – ସ୍ଵାଧୀନତାର ୭୮ତମ ପର୍ବ ପାଳନ ଅବସରରେ ଏବଂ ଆଜାଦି କା ଅମୃତ ମହୋତ୍ସବ ପରିପ୍ରେକ୍ଷୀ ରେ ଆସନ୍ତା ୧୩ ତାରିଖ ରୁ ୧୫ ତାରିଖ ପର୍ଯନ୍ତ ତିନି ଦିନ ଧରି ହର ଘର ତ୍ରିରଙ୍ଗା କାର୍ଯକ୍ରମ ସାରା ଦେଶରେ ପାଳନ କରାଯିବ । ଏହି ଅବସର ରେ ରାଜ୍ୟସ୍ତରୀୟ ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ନିର୍ଦ୍ଦେଶ ଅନୁଯାୟୀ କଳାହାଣ୍ଡି ଜିଲ୍ଲା , ବ୍ଲକ ଓ ପଞ୍ଚାୟତ ସ୍ତରରେ “ହର ଘର ତ୍ରିରଙ୍ଗା” କାର୍ଯକ୍ରମ ମହା ଆଡମ୍ବର ସହକାରେ ପାଳନ କରାଯିବା । 

 ଏହି ଅବସର ରେ ଆଜି ସ୍ଥାନୀୟ ଜିଲ୍ଲାପରିଷଦ କଳାହାଣ୍ଡି ସ୍ଥିତ ସି.ଡି.ଓ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସି.ଡି.ଓ ଦୟାମୟ ପାଢଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଭବାନୀପାଟଣାରେ ଆସନ୍ତା ୧୩.୦୮.୨୦୨୪ ରିଖ ଦିନ ପ୍ରଦୋଷ ୭.୩୦ ମି ସମୟରେ ଏକ ବିଶାଳ ଶୋଭାଯାତ୍ରା ତ୍ରିରଙ୍ଗା ସହ ସ୍ଲୋଗାନ ଓ ଦେଶାତ୍ମବୋଧକ ସଙ୍ଗୀତ ସହ ରିଜର୍ଭ ପୋଲିସ ପଡିଆରେ ପହଞ୍ଚିବ । ଶୋଭାଯାତ୍ରାରେ ସ୍କୁଲ କଲେଜ ଛାତ୍ର ଛାତ୍ରୀ , ଜନ ପ୍ରତିନିଧି , ଏସ.ଏଚ.ଜି ମା , ପି. ଆର. ଆଇ ସଦସ୍ୟ , ଅଙ୍ଗନବାଡୀ କର୍ମୀ , ସରକାରୀ ଅଧିକାରୀ , ବିଭିନ୍ନ ଅନୁଷ୍ଠାନ ସଭ୍ୟ ମାନେ ଅଂଶ ଗ୍ରହଣ କରିବେ । ଶୋଭାଯାତ୍ରା ରେ ଏକ ଭ୍ରାମ୍ୟମାଣ ରଥ ସହ ମୋଟର ସାଇକେଲ ରାଲି ଅଂଶ ଗ୍ରହଣ କରିବେ । ରିଜର୍ଭ ପଡିଆ ରେ ତ୍ରିରଙ୍ଗା ଶପଥ , ତ୍ରିରଙ୍ଗା କାନଭାସ , ତ୍ରିରଙ୍ଗା ସମ୍ମାନ,ତ୍ରିରଙ୍ଗା ସେଲଫି ସହ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗ୍ରାମ ଓ ସହରର ପ୍ରତ୍ଯେକ ଘର ମାନଙ୍କରେ ତ୍ରିରଙ୍ଗା ଜାତୀୟ ପତାକା ଉଡାଇବାକୁ ଆବଶ୍ୟକ ତ୍ରିରଙ୍ଗା ପ୍ରସ୍ତୁତ କରାଯାଉଛି । ଜିଲ୍ଲାରେ ପ୍ରାୟ ୧,୪୯,୫୦୦ ତ୍ରିରଙ୍ଗା ମିଶନ ଶକ୍ତି ମା ମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଉଛି।ଜାତୀୟ ଏକତା ଓ ଦେଶ ପ୍ରୀତି ପରି ଏକ ମହାନ ପରମ୍ପରା କୁ ବଜାୟ ରଖିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । 

 ବୈଠକ ରେ ଭାରପ୍ରାପ୍ତ ଉପଜିଲ୍ଲାପାଳ , ଭବାନୀପାଟଣା, ଡି.ଆଇ.ପି.ଆର.ଓ, ଇ. ଓ ପୌରପରିଷଦ , ବି. ଡି. ଓ , ଭବାନୀପାଟଣା , ଡି. ପି. ସି ମିଶନ ଶକ୍ତି , ଡି ପି ଏମ , ଓ ଏଲ ଏମ,ଡି.ଏସ.ଡବ୍ଲୁ .ଓ,ପି ଏମ , ପି ଏମ ଆର୍ ଏଚ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଆରୋଗ୍ୟ ମନ୍ଦିର ପରିଦର୍ଶନ କରି ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ଥିବା କର୍ମଚାରୀଙ୍କୁ କୈଫିୟତ ମାଗିବାନିମନ୍ତେ ଉପରିସ୍ଥ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ 

Sunil Chandra Nayak

ଜୋତା ପିନ୍ଧି ଶ୍ରୀଜଗନ୍ନାଥଙ୍କୁ ଧୂପ ଦେଲେ ବିଦ୍ୟାଳୟ ଗ୍ରନ୍ଥାଗାରିକ

Sunil Chandra Nayak

ଡାବୁଗାଁରେ ଶ୍ରୀ ହନୁମାନ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!