ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ ଜାଗରଣର ପ୍ରତୀକ : ବହୁମୁଖୀ ପ୍ରତିଭା ମୋହନ ମହାରଣା 

ଜନ ଜାଗରଣର ପ୍ରତୀକ : ବହୁମୁଖୀ ପ୍ରତିଭା ମୋହନ ମହାରଣା 

ସେବା ଇଶ୍ୱରଙ୍କ ବରଦାନ । ସେବା ଓ ସେବକ ସବୁ ମିଳେ ଆଦର ଓ ସତ୍କାର । ଆମ ସମୟର ସେବାପ୍ରାଣ ମଣିଷ, ଅସହାୟ ଲୋକଙ୍କ ବଂଧୁ, ଶ୍ରୀ ଜଗନ୍ନାଥ ଦର୍ଶନରେ ସମର୍ପିତ ବସ୍ତବ ମଣିଷ ହେଇଛନ୍ତି ମୋହନ ମହାରଣା । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଭୂଷଣ୍ଡପୁର ଗ୍ରାମ ୧୯୭୨ ମସିହାରେ ସେ ଜନ୍ମ ଗ୍ରହଣ କରିଛନ୍ତି । ତାଂକ ପିତାଙ୍କ ନାମ ପ୍ରଫୁଲ୍ଲ ମହାରଣା ଓ ମାତାଙ୍କ ନାମ ସରସ୍ଵତୀ ମହାରଣା । ସେ ଲାଲବାହାଦୁର ନୋଡାଲ ଉଚ୍ଚ ବିଦ୍ୟଳୟ ଦର୍ପଣଗଡ଼ ଯାଜପୁର ମାଟ୍ରିକ,ଗଣେଶ ଇନଷ୍ଟିଚ୍ୟୁଟ ଅଫ୍ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସୂଂଗୁଡା ଯାଜପୁର ମେକାନିକାଲରେ ଆଇଟିଆଇ ପାସ ଓ ପରେ ଇଂଜିନିୟରିଂ ଶିକ୍ଷା ସମାପ୍ତ କରି ବୈଷୟିକ ଜ୍ଞାନ କୌଶଳ ଓ ପ୍ରଯୁକ୍ତି ବିଦ୍ୟା ଦିଗରେ ନିଜର ଗବେଷଣା ଜାରୀ ରଖିବା ସହ ଘରୋଇ ଉଦ୍ୟୋଗ ପ୍ରତିଷ୍ଠା କରିଛନ୍ତି । ତାଙ୍କ ନିଶା ବା ବ୍ରତ ହେଉଛି ସମାଜସେବା ଓ ସମାଜର ବିକାଶ । ଦୁଃଖୀ ଅସହାୟ ମଣିଷଙ୍କୁ ଦେଖିଲେ ତାଙ୍କ ପ୍ରାଣ ଉଦବେଳିତ ହୋଇ ଉଠେ ସେ ସ୍ଵତଃ ଧାଇଁ ଯାଆନ୍ତି ତାର ସେବା ପାଇଁ । ସେବା ପାଇଁ ସେ ଦେବଦୂତ ଓ ଉଦାହରଣୀୟ ବ୍ୟକ୍ତିତ୍ଵ । ମାନସିକ ବିକୃତି ବା ପାଗଳଙ୍କୁ ଉଦ୍ଧାର କରି ଗାଧୋଇ ସ୍ୱଚ୍ଛକରି ସେମାନଙ୍କୁ ପ୍ୟାଣ୍ଟସାର୍ଟ ପିନ୍ଧାଇଥାନ୍ତି । ସେମାନଙ୍କ ସେବାରେ ସମୟ ଦୀୟନ୍ତି,ସେମାନଂକୁ ଔଷଧ ଦବା ଆଦି କାର୍ଯ୍ୟ କରି ଆଜି ଖୁବ୍ ଚର୍ଚ୍ଚାରେ । ଏଯାବାତ୍ ଦୁଇ ହଜାରରୁ ଉର୍ଦ୍ଧ ଲୋକଙ୍କ ସେବା କରିଛନ୍ତି । ତାଙ୍କୁ କୁହାଯାଏ ସବୁ ଅଲୋଡ଼ାଙ୍କ ପାଇଁ ମୋହନ ଲୋଡା ଆଉ ତାଂକ ସେବା ଆମ ସମୟର ଏକ ଆହ୍ୱାନ ଆଉ ସମାଜସେବାର ଏକ ବଲିଷ୍ଠ ଉଦାହରଣ । ଆଜିର ମଣିଷ ନିଜର ସ୍ୱାର୍ଥ ସାଧନାରେ ବ୍ୟସ୍ତ କିନ୍ତୁ ମୋହନ ଏହି ଦିଗରେ ଅନନ୍ୟ ଓ ଅତୁଳନୀୟ । ଆମେ ମୋହନ ଭାଇଙ୍କ ଠାରୁ ତାଙ୍କ ମହାନ କାର୍ଯ୍ୟରୁ କିଛି ଶିଖିବା ସହ ନିଜେ ବଞ୍ଚି ଅନ୍ୟକୁ ବଞ୍ଚିବା ପାଇଁ ସାହାଯ୍ୟ ସହାୟତା ପ୍ରଦାନ କରିବା ଜରୁରୀ । ମଣିଷର ମାନସିକତାର ପରିବର୍ତନ ଓ ସେବାର ମାହାତ୍ମ୍ୟ ବୁଝିବା ଦରକାର ତେବେ ହିଁ ଏ ଦୁର୍ଲଭ ମଣିଷ ଜନ୍ମ ଫଳପ୍ରଦ । ସେ ବହୁ ପଶୁପକ୍ଷୀଙ୍କୁ ସେବା,ଖାଦ୍ୟ,ଜଳଦାନ କରାଇ ଖୁବ୍ ମାନଵୀୟ କାର୍ଯ୍ଯ କରି ଚାଲିଛନ୍ତି ଯାହାର ତୁଳନା ନାହିଁ । ସେ କୁହନ୍ତି ଏହି ସେବାରେ ତାଙ୍କୁ ମିଳେ ଆନନ୍ଦ ଆଉ ଉତ୍ସାହ । ସେ ଜଗନ୍ନାଥ ପ୍ରେମୀ ଧାର୍ମିକ ବ୍ୟକ୍ତିତ୍ଵ ଓ ଜଗନ୍ନାଥଙ୍କ ଚେତନାରେ ସମର୍ପିତ । ଜଗନ୍ନାଥ ସଂସ୍କୃତିକୁ ଆପଣାଇବା ସହ ଏହି ଦିଗରେ ସେ ଶ୍ରଦ୍ଧାଭାବ ରଖିଛନ୍ତି । ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଖୁବ୍ ସାଧନା ରତ ଏପରିକି ଓଡ଼ିଶା ଓ ଓଡ଼ିଶା ବାହାରେ ମଧ୍ୟ ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ କାର୍ଯ୍ୟକରି ଏହାର ବାସ୍ତବତା ଦିଗରେ ଗବେଷଣା କରି ଜଣେ ମହାନ୍ ଅଧ୍ୟାତ୍ମିକ ଚିନ୍ତା ଚେତନାର ଦରଦୀ ମଣିଷ । ଏହି ଦିଗରେ ଜନଚେତନା ସୃଷ୍ଟି କରିବା ଦିଗରେ ସମାଜ ପାଇଁ ତାଙ୍କ ବାର୍ତା ରହିଛି ନୋ ଟୁ ହାଲୋ ଜୟ ଜଗନ୍ନାଥ ବୋଲୋ । ଜଣେ ସାଧାରଣ ମଣିଷ କିନ୍ତୁ କାର୍ଯ୍ୟଧାରା ଅସାଧାରଣ ଓ ସୁଦୂର ପ୍ରସାରୀ । ତାଂକ ସାରସ୍ଵତ ସାଧନାର ଶିକୃତି ସ୍ୱରୂପ ସେବା,ଧର୍ମ ପାଇଁ ତାଙ୍କୁ ମିଳିଛି ଅନେକ ସମ୍ବର୍ଧନା ଓ ଭୂୟସୀ ପ୍ରଶଂସା । ସେ ଇଣ୍ଟରର୍ନେଶନାଲ ହ୍ୟୁମ୍ୟାନ ରାଇଟ୍ସ ସୋସିଆଲ ଜଷ୍ଟିସ କାଉନସିଲର ରାଜ୍ୟ ସଭାପତି, ମଦର ଟେରେସା ଫାଉଣ୍ଡେସନର ରାଜ୍ଯ ସାଧାରଣ ସମ୍ପାଦନ ଏବଂ ବହୁ ସଙ୍ଗଠନ ସହ ଜଡ଼ିତ ଓ ସେବାରେ ବ୍ରତୀ । ସେ ରାଜ୍ୟ ଏବଂ ଜାତୀୟ ସ୍ତରୀୟ ସମ୍ମାନ ଲାଭ କରିଛନ୍ତି । ଜନସଚେତନତାର ବାର୍ତ୍ତା ନେଇ ବହୁ ସ୍କୁଲରେ ମାଇଁ ଟ୍ରି ମାଇଁ ସ୍କୁଲ ଭଳି ଆୱାରନେସ୍ କାର୍ଯକ୍ରମ,ଫୋକସ ଲେପର୍ସି କ୍ୟାମ୍ପ କାର୍ଯ୍ୟକ୍ରମ,ୱାନ୍ ଟ୍ରୀ ୱାନ୍ ସିଡ୍ ଆଦି ଜନଜାଗରଣ ସୃଷ୍ଟି କରିଛନ୍ତି । ମୋହନଙ୍କ ସେବା ଓ ତ୍ୟାଗ ଆଜିର ସମାଜ ପାଇଁ ଗର୍ବ ଗୌରବର ପରିଭାଷା ଓ ସୁସ୍ଥ ସମାଜ ଗଠନର ସୃଷ୍ଟି ଓ ସମ୍ଭାବନା । ରକ୍ତଦାନ ସେବା,ସ୍ବାସ୍ଥ୍ୟସେବା ଶିବିର,ପରିବେଶ ସୁରକ୍ଷା ସହ ସଫେଇ ଓ ବୃକ୍ଷ ରୋପଣ,ଆଶ୍ରମ ସେବା,ଅସହାୟ ମଣିଷଙ୍କ ସେବା,ଖାଦ୍ୟ ବସ୍ତ୍ର ବଣ୍ଟନ ଆଦି ଅନେକ ଜନ ହିତକର କାର୍ଯ୍ୟରେ ସେ ସୃଜନଶୀଳ ସ୍ରଷ୍ଟା ଯାହାଙ୍କ ଜୀବନୀ ଦର୍ଶନ ଆମ ସମୟର ଗର୍ବ ଗୌରବ ଓ ସ୍ବାଭିମାନ । ଏହି ସେବା ପ୍ରାଣ ଯାଜପୁର ମାଟିର କୃତୀ ସନ୍ତାନ ମହାନ୍ ଦେଶ ସେବକ ମୋହନ ଜୀଙ୍କ ସାଧୁ ଉଦ୍ୟମ ହେଉ ସଫଳ ସମଲବ୍ଧ ଓ ଶୁଭଙ୍କର ହେଉ ଏତିକି ପାର୍ଥନା ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାଉରକେଲାର ଜଣେ ୮ ବର୍ଷିୟ ଛାତ୍ରଙ୍କ ଆକସ୍ମିକ ମୃତ୍ୟୁ : ଅଂଶୁଘାତର ପ୍ରଥମ ମୃତ୍ୟୁ ବୋଲି ଅଭିଯୋଗ

Sunil Chandra Nayak

କେନ୍ଦ୍ର ଆଦିବାସୀ ବ୍ୟାପାର ଏବଂ ଜଳାଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦିନିକିଆ ଢେଙ୍କାନାଳ ଗସ୍ତ

Sunil Chandra Nayak

ବ୍ୟବସ୍ଥା ସଜାଡ଼ିବାକୁ ଅଣ୍ଟା ଭିଡ଼ିଲା ଶିକ୍ଷା ବିଭାଗ ଚର୍ଚ୍ଚାରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ

masiha

Leave a Comment

error: Content is protected !!