ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଚତୁର୍ଥ ଶ୍ରାବଣୀ ସୋମଵାରଦିନରେ ବାବା ପୂର୍ଣେଶ୍ଵର ମନ୍ଦିରରେ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କୁ ଗହଳି; ସାଗର ସିମେଣ୍ଟ ତରଫରୁ ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ

ଚତୁର୍ଥ ଶ୍ରାବଣୀ ସୋମଵାରଦିନରେ ବାବା ପୂର୍ଣେଶ୍ଵର ମନ୍ଦିରରେ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କୁ ଗହଳି; ସାଗର ସିମେଣ୍ଟ ତରଫରୁ ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ

 ମୟୂରଭଞ୍ଜ -୧୩/୦୮ ( ମସିହା)ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଢୀ ଗ୍ରାମରେ ବହୁ ରାଜାରୁଜୁଡା ଅମଳରୁ ବାବା ପୂର୍ଣେଶ୍ବର ମନ୍ଦିର ସ୍ଥାପିତ ହୋଇଛି ।ଯାହାକି ଏବେ ରାଜସ୍ବ ବିଭାଗ ତରଫରୁ ସବୁକିଛି ବୁଝାଯାଉଛି ।ଶ୍ରାବଣ ମାସ ଚତୁର୍ଥ ସୋମବାର ଥିଲା ।ବହୁ କାଉଡ଼ିଆ ବିଭିନ୍ନ ନଦୀତଟରୁ କଳଶରେ ପାଣି ବୋହଗଆଣି ନିଜ ମନସ୍କାମନା ପୂରଣ ପାଇଁ ନିଜର ପ୍ରଭୁ ବାବା ପୂର୍ଣେଶ୍ବର ମନ୍ଦିରରେ ଜଳ ଲାଗି କରିଥିଲେ ।ସେହିଭଳି ଆଖପାଖ ଅଂଚଳରୁ ଶ୍ରଦ୍ଧାଳୁମାନେ ଦିନ ତମାମ ମନ୍ଦିରରେ ଗହଳି ଲଗାଇ ପୂଜାର୍ଚ୍ଚନା କରୁଥିବାର ଲକ୍ଷ୍ୟ କରାଯାଉଥିଲା ।କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ପାଇଁ ସାଗର ସିମେଣ୍ଟ ତରଫରୁ ଦିନବେଳେ ପୁରୀ,କ୍ଷିରୀ, ବୁଦ୍ଧିଆ,ତରକାରୀ ପ୍ରଭୃତି ପ୍ରସାଦ ସେବା ବଣ୍ଟନ କରାଯାଇଥିଲା । ଏଥିରେ ସାଗର ସିମେଣ୍ଟ ସିଏନଏଫ ଏବଂ ସେଲସ୍ ପ୍ରୋମୋଟର ତାରାଚାନ୍ଦ ଅଗ୍ରୱାଲ, ସମାଜସେବୀ ବିମଳ ମହାନ୍ତି,ଦେବାଶିଷ ଦାସ,ଶମ୍ବୁ କୁମ୍ଭକାର ଏବଂ ଅନ୍ୟମାନେ ପ୍ରସାଦ ସେବାରେ ସହଯୋଗ କରିଥିଲେ । ଭକ୍ତମାନେ ସାଗର ସିମେଣ୍ଟ ତରଫରୁ ହୋଇଥିବା ସାମାଜିକ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କୁମ୍ଭାରିଠାରେ ଓଁ ଶ୍ରୀ ଶ୍ରୀ ଅଷ୍ଟାଦଶ ମହାଭାରତ ମହାପାରାୟଣ ମହାଯଜ୍ଞ ଆୟୋଜିତ

Sunil Chandra Nayak

ବେଦବ୍ୟାସ ଗୀତା ଜ୍ଞାନ ମହାଯଜ୍ଞ ଅନୁଷ୍ଠିତ 

masiha

ବୃନ୍ଦବାହଲ ପ୍ରହରୀ ମଣ୍ଡପରେ ଷୋହଳ ପ୍ରହର ନାମଯଜ୍ଞ

Sunil Chandra Nayak

Leave a Comment

error: Content is protected !!