ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ରେ ଜିଲ୍ଲାପାଳ ଙ୍କ ଦ୍ୱାରା ଚାକିରୀ ଆଶାୟୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆରମ୍ଭ ହେଲା ମାଗଣା ପ୍ରଶିକ୍ଷଣ ଶିବିର 

ନୂଆପଡା ରେ ଜିଲ୍ଲାପାଳ ଙ୍କ ଦ୍ୱାରା ଚାକିରୀ ଆଶାୟୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆରମ୍ଭ ହେଲା ମାଗଣା ପ୍ରଶିକ୍ଷଣ ଶିବିର 

ନୂଆପଡା, //ନୂଆପଡା ଜିଲ୍ଲାରେ ଖୁବ ଶୀଘ୍ର ବିଭିନ୍ନ ଚାକିରୀ ଆଶାୟୀ ଛାତ୍ର ଛାତ୍ରୀ ମାନଙ୍କ ଭାଗ୍ୟରେ ଉତ୍ଥାନ ହେବାକୁ ଯାଉଛି l ଏହି ଉପାନ୍ତ ଅଂଚଳର ଗରିବ ଅନୁସୂଚିତ ଜାତି, ଜନଜାତି ପଛୁଆ ବର୍ଗର ମେଧାବୀ ପ୍ରାର୍ଥୀ ଯେଉଁମାନେ ଭୁବନେଶ୍ୱର କିମ୍ବା ଦିଲ୍ଲୀ ଯାଇ କୋଚିଂ ନେବାରେ ଅକ୍ଷମ ଥିଲେ ସେମାନଙ୍କୁ ଏବେ ଉନ୍ନତ ମାନର କାଉନସେଲିଙ୍ଗ ଓ କୋଚିଂ ଦେବା ପ୍ରକ୍ରିୟା ଜିଲ୍ଲା ପ୍ରସାଶନ ର ଉଦ୍ୟମ କ୍ରମେ ଆରମ୍ଭ ହୋଇଛି l ପାରସ ଇଣ୍ଡିଆ ଏବଂ ଭିଜନ ଆଇଏସ ସହଯୋଗ କ୍ରମେ ଏବେ ନୂଆପଡା ନେଶନାଲ କଲେଜ ଓ ଖରିଆର ଅଟୋନମସ କଲେଜ ରେ ଆଇଏସ, ଆଇପିସ, ଆଇଏଫଏସ, ଓଡିଶା ସିଭିଲ ସର୍ଭିସ, ଏସ ଏସ ସି, ବ୍ୟାଙ୍କ, ରେଳୱେୟ ଇତ୍ୟାଦି ପରୀକ୍ଷା ପାଇଁ ମାଗଣା କୋଚିଂ ଆରମ୍ଭ ହୋଇଯାଇଛି l ଏହି କ୍ରମରେ ଜିଲ୍ଲାର ପ୍ରଥମ କାଉନସେଲଲିଙ୍ଗ କ୍ଲାସ କୁ ନୂଆପଡା ନେଶନାଲ କଲେଜ ରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ଉଦଘାଟନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଛନ୍ତି l ପୂର୍ବାହ୍ନ ରେ ଅନୁଷ୍ଠିତ ଏହି ପର୍ବରେ ପାରସ ଇଣ୍ଡିଆ ଏବଂ ଭିଜନ ଆଇଏସ ର ପ୍ରଶିକ୍ଷକ, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ, ଡେପୁଟି କଲେକ୍ଟର ଆଲୋକ ଅନୁଗୁଳିଆ, ଜିଲ୍ଳା ନିୟୋଜନ ଅଧିକାରୀ ବିନୋଦ କୁମାର ଲାକ୍ରା, ସିଏମ ଫେଲୋ ଦିଵ୍ୟାୟାଂଶୁ ଗୁପ୍ତା, ଅଧ୍ୟକ୍ଷ ନେଶନାଲ କଲେଜ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ଏକ ଉଜ୍ବଳ ଭବିଷ୍ୟତ ଗଢିବା ପାଇଁ ପ୍ରେରଣା ଦେଇଥିଲେ l ଅପରାହ୍ନରେ ଖରିଆର ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଉଦଘାଟିତ କାର୍ଯ୍ୟକ୍ରମରେ ଉପରୋକ୍ତ ଅତିଥି ମାନଙ୍କ ସହ କଲେଜ ଅଧ୍ୟକ୍ଷ,ବିଡ଼ିଓ ବିରସେନ ବେହେରା ଓ ସ୍ୱତନ୍ତ୍ର ଅଧିକାରୀ ବିଜୟ ମଲ୍ଲିକ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପତିଯୋଗିତା ମୂଳକ ପରୀକ୍ଷା ର ସଫଳତାର ସୂତ୍ର ବତାଇଥିଲେ l ଆଜିର ଏହି କେରିଅର କାଉନସେ ଲିଙ୍ଗ ଓ କୋଚିଂ କାର୍ଯ୍ୟକ୍ରମ ର ଶୁଭାରମ୍ଭ ପରେ ଏହି ପଛୁଆ ଜିଲ୍ଲାର ଛାତ୍ର ଛାତ୍ରୀ ମାନଙ୍କ ମନରେ ବିଭିନ୍ନ ଚାକିରିରେ ସଫଳତା ପାଇବା ପାଇଁ ନୂତନ ଆଶା ଉଦ୍ରେକ ହୋଇଛି l ନୂତନ ଜିଲ୍ଲାପାଳଙ୍କ ଏହି ଶିକ୍ଷା ବିକାଶ ଉଦ୍ୟମ ର ଭୁୟସୀ ପ୍ରଶଂସା କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାର ନୂତନ ସମ୍ପ୍ରସାରିତ କୋଠା ଉଦଘାଟିତ ଯଶୋଦା ଅନାଥ ଆଶ୍ରମର ସମାଜସେବୀ ଦମ୍ପତି ସମ୍ବର୍ଦ୍ଧିତ….. 

masiha

ଡାକଘର ବିଧେୟକ ୨0୨୩ ରେ ପୋଷ୍ଟ ଅଫିସ ବିଲ କୁ ସମର୍ଥନ କରି ଜିଡିଏସ୍ ମାନଙ୍କୁ ବିଭାଗୀୟ କର୍ମଚାରୀ ମାନ୍ୟତା ଦାବୀ କଲେ ସାଂସଦ ଶ୍ରୀ ନିରଂଜନ ବିଶି

masiha

୨୮ତମ ରାଜ୍ୟସ୍ତରୀୟ କନିଷ୍ଠ ବର୍ଗ ବଲ୍ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!