ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଦେବୀ ଙ୍କ କବିତା ଭୀମରାଓ ରାମଜୀ ଆମ୍ବେଦକର ଜୟନ୍ତୀ

ଭୀମରାଓ ରାମଜୀ ଆମ୍ବେଦକର ଜୟନ୍ତୀ

ଚନ୍ଦ୍ରକଳା ଦେବୀ,ବନ୍ଧୁଗାଁ,କୋରାପୁଟ

 

ଭୀମରାଓ ରାମଜୀ ଆମ୍ବେଦକର

ମହାରାଷ୍ଟ୍ରର ମାହାର,

ରାମଜୀ ସକପାଲ ଭୀମାବାଈଙ୍କ

କୋଳ ମଣ୍ଡନ କରିଲ ||

 

ଅଠର ଶହ ଏକନାବେ ମସିହା

ଅପ୍ରେଲ ମାସ ଚଉଦ,

ଅସ୍ପୃଶ୍ୟ ଜାତିରେ ଲଭିଥିଲେ ଜନ୍ମ

ଦୁଇ ବର୍ଷେ ମା ଛେଉଁଣ୍ଡ ||

 

ପିଉସୀ ମୀରାବାଈ ସ୍ନେହେ ପାଳିତ

ଡାକନ୍ତି ଭୀମା ଵୋଲିଣ,

ସତର ବୟସେ ରାମାବାଈ କନ୍ୟେ

ହୁଏ ବିବାହ ବନ୍ଧନ ||

 

ଏମ.ଏ. ଡ଼କ୍ଟରେଟ ଉପାଧି ପ୍ରାପତ

ବିଖ୍ୟାତ ରାଷ୍ଟ୍ର ନୀତିଜ୍ଞ,

ଦଳିତର ନେତା ସ୍ୱାଧୀନ ସଂଗ୍ରାମୀ

ଆଇନର ବିଶାରଦ ||

 

ଉଣେଇଶ ଶ’ ସତଚାଳିଶ ମସିହା

ଅଗଷ୍ଟ ମାସ ପନ୍ଦର,

ଇଂରେଜ ଶାସନ କବଳରୁ ମୁକ୍ତି

ହୋଇଥିଲା ଭାରତର ||

 

ଉଣିଶ ଶ’ପଚାଶ ଜାନୁଆରୀ ଛବିଶେ

କାର୍ଯ୍ୟକାରୀ ସମ୍ବିଧାନ,

ସମ୍ବିଧାନ ଗଢି ଆମ୍ବେଦକରଯେ

ହୋଇଗଲେତ ମହାନ ||

 

ଆମ୍ବେଦକର ଯେ ମୁଖ୍ୟ ପୁରୋଧା

ସମ୍ବିଧାନର ଜନକ,

ଦୁଇବର୍ଷ ଏଗାର ମାସ ଅଠର ଦିନେ

ହୋଇଣ ଥଲା ପ୍ରସ୍ତୁତ ||

 

ଲୋକଙ୍କର ଲୋକ ମାନଙ୍କର ପାଇଁ

ଲୋକଙ୍କ ଦ୍ୱାରା ଶାସନ,

ଗଣତନ୍ତ୍ର ଶାସନ ଚାଲିଲା ଦେଶରେ

ହୋଇଲା ଦେଶ ମହାନ ||

 

ସମ୍ବିଧାନ ନୀତି ନିୟମାନୁଯାୟୀ

ଚାଲଇ ଆମ ଶାସନ,

ସମସ୍ତଙ୍କ ପାଇଁ ନିୟମର ଧାରା

ହୋଇଣ ଅଛି ସମାନ ||

 

ସମ୍ବିଧାନ ଗଢି ମହାନ ହୋଇଲେ

ଆଜି ହୁଅନ୍ତି ପୂଜିତ,

ତାଙ୍କ ଜନ୍ମ ଦିନେ ଜୟନ୍ତୀ ପାଳନେ

ପୁରପଲ୍ଲୀ ମୁଖରିତ ||

 

Related posts

ଆନନ୍ଦପୁର (ଇଚାଘୁଟୁ) ଗ୍ରାମରେ ପେସା ଗ୍ରାମସଭା ପ୍ରତିଷ୍ଠିତ

Sunil Chandra Nayak

ଗୋଲାମୁଣ୍ଡା ଠାରେ ଦିନଦୟାଲ ଉପାଧ୍ୟାୟ ନିଯୁକ୍ତି ମେଳା ଅନୁଷ୍ଠିତ

Sunil Chandra Nayak

ରାଜ୍ୟସ୍ତରୀୟ କୁଶୁଲାପୁଞ୍ଜା ଡଙ୍ଗର ମହୋତ୍ସବରେ ଯୁବ ସମାଜସେବୀ ସୁଶୀଲ କୁମାର ବାଗଙ୍କୁ ପ୍ରତିଭା ସମ୍ମାନ

Sunil Chandra Nayak

Leave a Comment

error: Content is protected !!