ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ର ଗୃହରକ୍ଷୀ ମଧୁସୂଦନ ପଣ୍ଡା ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସମ୍ମାନୀତ

କଳାହାଣ୍ଡି ର ଗୃହରକ୍ଷୀ ମଧୁସୂଦନ ପଣ୍ଡା ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସମ୍ମାନୀତ

ସ୍ୱାଧୀନତା ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ପୋଲିସ ଷ୍ଟେସନର ଗୃହରକ୍ଷୀ ମଧୁସୂଦନ ପଣ୍ଡା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଠାରୁ ସମ୍ମାନ ଜନକ ରାଷ୍ଟ୍ରପତି ପୁରସ୍କାର ଗ୍ରହଣ କରିଛନ୍ତି।

ସେ ୨୦୦୪ ମସିହାରେ କଳାହାଣ୍ଡି ଜିଲ୍ଲାର ଗୃହରକ୍ଷୀ ସଂସ୍ଥାରେ ଯୋଗଦାନ କରି ଦୀର୍ଘ ୧୮ ବର୍ଷ ଧରି ଉତ୍ସର୍ଗୀକୃତ ସେବା ପ୍ରଦାନ କରିଆସୁଛନ୍ତି |

ସେ ନିଜକୁ ଜଣେ ନିଷ୍ଠାପର ଗୃହରକ୍ଷୀ ଭାବେ କଳାହାଣ୍ଡି ଜିଲ୍ଲାରେ ଅନୁଷ୍ଠିତ ହେଉଥ‌ିବା ଆଇନଶୃଙ୍ଖଳା କାର୍ଯ୍ୟରେ ଦୃଷ୍ଟାନ୍ତମୂଳକ ଓ ଉତ୍ସର୍ଗୀକୃତ କାର୍ଯ୍ୟମାନ ସମ୍ପାଦନ କରିଛନ୍ତି । ସେ ଉପରିସ୍ଥ ଅଧିକାରୀମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇଥାନ୍ତି । ନିଜର ଉତ୍ସର୍ଗୀକୃତ କାର୍ଯ୍ୟ ନିମିତ୍ତ ସେ ଗୃହରକ୍ଷୀ ବାହିନୀର ଅନ୍ୟ ସଦସ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏବେ ସେ ପୋଲିସ ଡ୍ରାଇଭର ଭାବେ କାର୍ଯ୍ୟ କରୁଛନ୍ତି।

ତାଙ୍କର ଏତାଦୃଶ ସେବାପାଇଁ ଭାରତର ମାନ୍ୟବର ରାଷ୍ଟ୍ରପତି ମହୋଦୟ ତାଙ୍କୁ ୨୦୨୧ ମସିହା ସ୍ଵାଧୀନତା ଦିବସ ଅବସରରେ ‘ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ପ୍ରଶଂସନୀୟ ସେବା ପଦକ” ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ପ୍ରୋତ୍ସାହନ ସ୍ଵରୂପ ତାଙ୍କୁ ୭,୫୦୦/- ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି ।୭୮ତମ ସ୍ଵାଧୀନତା ଦିବସ ରେ ସେ ଚଳିତ ବର୍ଷ ଏକ ମାତ୍ର ପୋଲିସ କର୍ମଚାରୀ ଭାବେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ପ୍ରଶଂସା ପତ୍ର ଗ୍ରହଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କୋକସରା ଡିଗ୍ରୀ ମହାବିଦ୍ୟାଳୟ ଏନସିସି ପକ୍ଷରୁ ବିଶ୍ୱ ଜଳ ଦିବସ ସଚେତନତା ଅଭିଯାନ

Sunil Chandra Nayak

ଆମପାଣି ଗ୍ରାମ ପଞ୍ଚାୟତରେ ଯୁଗ୍ମ ଜନଶୁଣାଣି ଶିବିର 

ପ୍ରଥମ ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା

Sunil Chandra Nayak

Leave a Comment

error: Content is protected !!