ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟାଟା କମ୍ପାନୀ ନିର୍ମିତ ସର୍ବସାଧାରଣଙ୍କ କୂଅ ଭିତରେ ମାଳ ମାଳ ବିଦ୍ୟୁତ ମୋଟର ରାତିଦିନ ଚାଲିଛି ବିଦ୍ବ୍ଯତ ସଂଯୋଗ କାହା ସ୍ବାର୍ଥରେ

ଟାଟା କମ୍ପାନୀ ନିର୍ମିତ ସର୍ବସାଧାରଣଙ୍କ କୂଅ ଭିତରେ ମାଳ ମାଳ ବିଦ୍ୟୁତ ମୋଟର ରାତିଦିନ ଚାଲିଛି ବିଦ୍ବ୍ଯତ ସଂଯୋଗ କାହା ସ୍ବାର୍ଥରେ

ଯୋଡ଼ା:-ସାଧାରଣ ଲୋକଙ୍କ ଜଳ ସମସ୍ୟାକୁ ଆଖିଆଗରେ ରଖି ଟାଟା କମ୍ପାନୀ ଦ୍ବାରା ଯୋଡ଼ା ପୌରାଞ୍ଚଳର ସାଧାରଣ ଲୋକଙ୍କ ପାନୀୟ ଜଳ ସମସ୍ୟା କୁ ଦୂର କରିବା ପାଇଁ ,ଯୋଡ଼ା ପୌରପାଳିକାର କିଛି ୱାର୍ଡ ମାନଙ୍କରେ କେତେକ କୂଅ ଖୋଳିବା ପାଇଁ ସାହାଯ୍ୟର ହାତ ବଢ଼ାଇଥିବା ଘଟଣା ଜାଣିବାକୁ ମିଳିଛି।ତେବେ କମ୍ପାନୀର ଏହି ମହତ ଉଦ୍ଦେଶ୍ୟରେ ଏକ କୂଅ ଖୋଳି ସାଧାରଣ ଲୋକଙ୍କ ନିମନ୍ତେ ଉତ୍ସର୍ଗୀତ କରିଥିବା ଏହି କୁଅକୁ ଗତ କେତେ ମାସ ହେବ ନିର୍ମାଣ କାମ ଶେଷ ହୋଇଯାଇଛି। ହେଲେ କିଛି ମୁଷ୍ଟିମେୟ ଲୋକ ନିଜର ଆବଶ୍ୟକ ସ୍ୱାର୍ଥ ପୂରଣ ନିମନ୍ତେ ଏହି କୂଅକୁ ନିଜ ଅକ୍ତିଆରରେ ରଖିଛନ୍ତି, କୂଅ ହେଉଛି ସର୍ବ ସାଧାରଣଙ୍କ କାମରେ ଆସିବା ସ୍ଥଳେ କୂଅ ମଧ୍ୟରେ ରାତିଦିନ ମାଳମାଳ ବିଦ୍ୟୁତ ଚାଳିତ ମୋଟର ପମ୍ପ ମାଧ୍ୟରେ ପାନୀୟ ଜଳ ଉଠାଇ କାର୍ଯ୍ଯ ଜାରି ରହିଥିବା ଜଣାପଡିଛି।କିନ୍ତୁ କମ୍ପାନୀ ଦ୍ବାରା ଖନନ ଅନ୍ୟ କୂଅ ଗୁଡିକରେ ସାଧାରଣ ପକ୍ରିୟାରେ ଦୌଡ଼ି ସାହାଯ୍ୟରେ ଗରା କିମ୍ବା ବାଲ୍ଟିରେ ସାହାଯ୍ୟ ରେ ଏହି ସବୁ ପ୍ରାୟ କୂଅ ମାନଙ୍କରୁ ପାନୀୟ ଜଳ ସର୍ବସାଧାରଣ ପ୍ରତିଦିନ ଏହି କୂଅ ମାନଙ୍କରୁ ପାଣି ଉଠାଉ ଥିବା ଦେଖିବାକୁ ମିଳୁଛି।ବାନେଇକଳାର ଏହି ସାହିର ଆବଶ୍ୟକୀୟ ଆଉ କେତେକ ସ୍ଥାନ ଏବଂ ସାହି ମାନଙ୍କରେ ପାନୀୟ ଜଳର ସମ୍ପୂର୍ଣ୍ଣ ଅଭାବ ରହିଥିବା ବେଳେ ସେହି ସାହିରେ ପାନୀୟ ଜଳ ଯୋଗାଣ ସୁବିଧା କରାଯାଇ ନାହିଁ , ଆବଶ୍ୟକ ଅନୁସାରେ କୌଣସି ବାହାଘର ଭୋଜି, ଭାତ, ମୃତିକା କାର୍ଯ୍ୟକ୍ରମ କିମ୍ବା ଜନ୍ମଦିନ ଭୋଜି ଆୟୋଜନ ସମୟରେ ପାଖ ପଡ଼ିଶାଙ୍କୁ ବାଧ୍ଯ ହୋଇ ଆୟୋଜନକାରୀ ପାଣି ମାଗି, ସେମାନେ କାମ ଚଳାଇବା ଜାରି ରଖୁଛନ୍ତି, ଏଥି ମଧ୍ୟରେ କେହି ଜଣେ ଚଞ୍ଚକତା କରି ଅନ୍ୟତ୍ର କୂଅ ଖୋଲାଇବା ଯୋଗୁଁ ଗରିବ ସାହି ବାସୀନ୍ଦା ଲୋକମାନେ ଏଥିରୁ ବାଦ ପଡିଯାଇଛନ୍ତି, ଏହା ଯୋଗୁଁ ସେମାନେ ଦିନକୁ ଦିନ ଜଳକଷ୍ଟ ଭୋଗିବାକୁ ପଡୁଛନ୍ତି। ଏହାଦ୍ବାରା ଅଧିକାଂଶ ଲୋକମାନେ ଏଥିରୁ ପ୍ରଭାବିତ ହେଉଥିବା ଜଣାପଡିଛି। ତେବେ କୂଅ ନିର୍ମାଣ ଧାରୀ ଟାଟା କମ୍ପାନୀ ଏବଂ ଯୋଡ଼ା ପୌରପାଳିକାର ଦାୟୀତ୍ଵ ବାନ ଅଧିକାରୀ ଏହି ସମସ୍ତ ସମସ୍ୟାର ସମାଧାନ କରି,ସାହିର ଉକ୍ତ କୂଅରୁ ବିଦ୍ୟୁତ ଚାଳିତ ମୋଟର ପମ୍ପକୁ କାଢି ଦେବା ସହିତ ଏହାର ସମାଧାନ କରି ସାହିର ଆବଶ୍ୟକୀୟ ସ୍ଥାନରେ ଆଗକୁ ଆହୁରି ଅଧିକରୁ ଅଧିକ କୂଅ ଖନନ ଖୋଳାଯାଏ ତେବେ ଯାଇ ଏହି ଜଳ କଷ୍ଟରୁ ମୁକ୍ତି ପାଇପାରିବେ, ସମସ୍ତ ୱାର୍ଡବାସୀଙ୍କର ଏହି ଆଶା ଓ ବିଶ୍ୱାସ ରହିଥିବା ବିଷୟ ଜଣାପଡିଛି। ତେବେ ଜଳସମସ୍ଯା ଭୋଗୁଥିବା ସାହି ମାନଙ୍କରେ କେବେ କୂଅ ପୁଣି ଖନନ ହେବ ଆଉ ଲୋକଙ୍କୁ ଜଳ ସମସ୍ୟା ଦୂର ହେବ ସେ ସମୟକୁ ଦେଖିବାର ବାକି ରହିଲା।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ , ସକାଳ ପ୍ରତିନିଧି ଉପରେ ହୋଇଥିବା ମିଥ୍ୟା ଏତଲା ପ୍ରତ୍ୟାହାର ଦାବି , ଆନ୍ଦୋଳନ ପାଇ ଚେତାବନୀ ଦେଲା ପ୍ରେସ କ୍ଲବ

Sunil Chandra Nayak

ନୂଆପଡାରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

ଭକ୍ତଙ୍କର ଆସ୍ଥା ଓ ବିଶ୍ବାସ ସାଜିଛି ଶ୍ରୀମନ୍ଦିର ସ୍ଵତନ୍ତ୍ର ସୁରକ୍ଷା ବାହିନୀ 

Sunil Chandra Nayak

Leave a Comment

error: Content is protected !!