ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଗିଗୁଡା ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକାକୁ ଅବମାନନା ଅଭିଯୋଗ

ସର୍ଗିଗୁଡା ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକାକୁ ଅବମାନନା ଅଭିଯୋଗ

କୋକସରା,୧୮/୮ // ୭୮ ତମ ସ୍ଵାଧୀନତା ଦିବସ ପାଳିତ ହୋଇ ଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ଡ଼ହଗାଁ ପଞ୍ଚାୟତ ସର୍ଗିଗୁଡା ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକାକୁ ଅବମାନନା କରିଥିବା ନେଇ ଅଭିଯୋଗ ହୋଇଛି। ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ହୋଇଥିବା ବେଳେ ସରକାରୀ ନିୟମ ଅନୁଯାୟୀ ସନ୍ଧ୍ୟା ୬ ଘଣ୍ଟା ପୂର୍ବରୁ ପତାକା ଅବତରଣ କରିବା କଥା। ତେବେ ସ୍କୁଲର ପ୍ରଧାନ ଶିକ୍ଷକ ନିର୍ମଳ ସାହୁଙ୍କ ଅବହେଳା କାରଣରୁ ସନ୍ଧ୍ୟା ୬: ୧୮ ମିନିଟ ପର୍ଯ୍ୟନ୍ତ ଜାତୀୟ ପତାକା ଅବତରଣ ହୋଇ ନଥିବା ବେଳେ ଗ୍ରାମର ଜଣେ ସଚେତନ ଯୁବକ ଜାତୀୟ ପତାକାକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ପ୍ରତିବାଦ କରି ଚିତ୍ର ଉତ୍ତୋଳନ କରି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରେରଣ କରିଥିଲେ। ପରେ ଶିକ୍ଷକ କୌଣସି ସୂତ୍ରରୁ ଖବର ପାଇ ସନ୍ଧ୍ୟା ୭ ଘଣ୍ଟାରେ ପତାକାକୁ ଅବତରଣ କରିଥିବା ନେଇ ସୂଚନା ମିଳିଛି। ତେବେ ସ୍କୁଲର ପ୍ରଧାନ ଶିକ୍ଷକ ନିର୍ମଳ ସାହୁଙ୍କ ପ୍ରତିକ୍ରିୟା ନେବାରୁ ଅନ୍ୟ ଦୁଇଜଣ ଶିକ୍ଷକଙ୍କୁ ଦାୟିତ୍ୱ ଦେଇଥିଲି, ହେଲେ ସେମାନଙ୍କ ଅବହେଳା ଯୋଗୁଁ ଏମିତି ହୋଇଛି ବୋଳି ସଫେଇ ଦେଇ କହିଛନ୍ତି। ଏନେଇ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରଣୀ ରଶ୍ମିତା ନେତମଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆଦିବାସୀ ଗ୍ରାମ ବିକାଶ କମିଟି ପକ୍ଷରୁ ଡ଼. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ଗଭୀର ଭାବେ ପାଳିତ

Sunil Chandra Nayak

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩

masiha

ଅଖିଳ ଭାରତୀୟ ଆଦିବାସୀ ହଲବା ସମାଜର ସମାବେଶ ଅନୁଷ୍ଠିତ

masiha

Leave a Comment

error: Content is protected !!