ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ବନ୍ଦକୁ ସମର୍ଥନ, ଏସଟି ଏସସି ମିଳିତ ମଞ୍ଚ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭାରତ ବନ୍ଦକୁ ସମର୍ଥନ, ଏସଟି ଏସସି ମିଳିତ ମଞ୍ଚ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କୋକସରା,୧୮/୮ // ଆସନ୍ତା ୨୧ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏସ.ଟି, ଏସ.ସି ବର୍ଗଙ୍କ ଆରକ୍ଷଣ ଭିତରେ କ୍ରିମିଲେୟର ସୃଷ୍ଟି କରିବା ରାୟ ପ୍ରତିବାଦରେ କୋକସରା ବ୍ଲକ ଏସ.ଟି, ଏସ.ସି ବର୍ଗ ମିଳିତ ମଞ୍ଚ ପକ୍ଷରୁ ରବିବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଆସିବାସୀ ସଙ୍ଘ ସଭାପତି ହେମନ୍ତ ମାଝୀ ଓ ଅଳ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନର ଆବାହକ ଗୋବର୍ଦ୍ଧନ ବାଗଙ୍କ ନେତୃତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୧ତାରିଖରେ ଭାରତ ବନ୍ଦ ଡାକରାକୁ ଉଭୟ ଏସ.ଟି, ଏସ.ସି ବର୍ଗଙ୍କ ପକ୍ଷରୁ ପ୍ରତିବାଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପ୍ରସ୍ତୁତି ବୈଠକରେ ଆଦିବାସୀ ସଙ୍ଘର ପୂର୍ବତନ ଜିଲ୍ଲା ସଭାପତି ପଦ୍ମ କିଶୋର ପୁଝାରି, ପୂର୍ବତନ ଜିଲ୍ଲା ଉପ ସଭାପତି ନୀଳକଣ୍ଠ ମାଝୀ, ଜିଲ୍ଲା ବଂଜାରା ସମାଜ ସଭାପତି ଯଶୋବନ୍ତ ସିଂ ନାଏକ, ଗରୁଡ଼ଧ୍ଵଜ ମାଝୀ, କ୍ଷିତିରାମ ପାତ୍ର, ଘନଶ୍ୟାମ ନାଏକ, ମନୋରଞ୍ଜନ ବାଣୁଆ, ଜୟଲାଲ ନାଏକ, ବାହାଦୂର ମାଝୀ, ଦୈତାରି ଭୋଇ, ଧର୍ମାନନ୍ଦ ନେଗି, ରତନ ମାଝୀ, ଚୈତନ୍ୟ ମାଝୀ, ମଧୁବନ ପାତ୍ର, ସନ୍ତୋଷ ମାଝୀ, ଚଳାଡୋଳା ପାତ୍ର,ଯତୀନ୍ଦ୍ର ମାଝୀ ସମେତ ଅଳ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନର ବ୍ଲକ ସଭାପତି କିଶୋର ନାଏକ, ସମ୍ପାଦକ ପ୍ରବୀଣ ପାଣିଗ୍ରାହୀ, ଗରୁଡ଼ ବାଗ, ଅଶ୍ୱିନ ମହାନନ୍ଦ, ଟିକିଚନ୍ଦ୍ର ଧ. ମାଝୀ, ମୋହନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଇରଙ୍ଗପୁର ବ୍ଳକ ପରିସରରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ମେଳା ଏବଂ ଶ୍ରୀ ଅନ୍ନ ଅଭିଯାନ

Sunil Chandra Nayak

ବାଲିଗୁଡା ରେ ‘ପଥ ଉତ୍ସବ ଏବଂ ୱାକଥନ’ କାର୍ଯ୍ୟକ୍ରମ ନିମନ୍ତେ ପ୍ରାକ ପ୍ରସ୍ତୁତି ବୈଠକ

masiha

ନେତାଜୀଙ୍କ ସ୍ୱପ୍ନର ଭାରତବର୍ଷ ଗଢିତୋଳିବାକୁ ଆଉ ଏକ ସ୍ବାଧୀନତା ଆନ୍ଦୋଳନର ଆବଶ୍ୟକତା ଅଛି..

Sunil Chandra Nayak

Leave a Comment

error: Content is protected !!