ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିବାହିତା ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ, ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର

ବିବାହିତା ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ, ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର

କୋକସରା,୧୮/୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ଗ୍ରାମର ହେମନ୍ତ ମାଝୀଙ୍କ ସ୍ତ୍ରୀ ପଦୁକାନ୍ତି ଦିଶାରୀ(୨୩) ଙ୍କୁ ଶନିବାର ସକାଳୁ ପେଟବ୍ୟଥା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହେବାପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନ ଜଣାଇ ପରିବାର ଲୋକେ ଶବକୁ ଏକ ଅଟୋରେ ନେଇ ଯାଉଥିବା ବେଳେ ଡାକ୍ତରଖାନାରେ ଡ୍ୟୁଟିରେ ଥିବା ସିକ୍ୟୁରିଟି କର୍ମଚାରୀ ମାନେ ଅଟକାଇବା ସହ ଏନେଇ ଭାରପ୍ରାପ୍ତ ଡାକ୍ତରଙ୍କୁ ଖବର ଦେଇଥିଲେ। ପରେ ଘଟଣା ସମ୍ପର୍କରେ ଆମପାଣି ପୋଲିସକୁ ଡାକ୍ତରଖାନା କତ୍ତୃପକ୍ଷ ସୂଚନା ଦେଇଥିଲେ। ପୋଲିସ ପହଞ୍ଚି ଶବ ଜବତ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ କରି ଶବ ବ୍ୟବଚ୍ଛେଦ କରାଯାଇଥିଲା । ଆମପାଣି ଥାନା କେଶ ନମ୍ବର ୭/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଳି କହିବା ସହ ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଏସ.ଆଇ ମିନତୀ ବଡ଼ ନାୟକ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଗତ ୪ ବର୍ଷ ତଳେ ପଦୁକାନ୍ତିକୁ ହେମନ୍ତ ମାଝୀ ବଡ ପୋଡାଗୁଡା ପଞ୍ଚାୟତ ସର୍ଗିଗୁଡା ଗ୍ରାମରୁ ପ୍ରେମ ବିବାହ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଦହିବରା ବିକ୍ରେତା ଙ୍କୁ ମରଣାନ୍ତକ ଆକ୍ରମଣ

Sunil Chandra Nayak

ଗୋ ଚାଲାଣ ର କେନ୍ଦ୍ର ବିନ୍ଦୁ ସାଜିଛି କଙ୍କଡ଼ାହାଡ଼ ଅଂଚଳ

Sunil Chandra Nayak

ଶାମୁକା ଚୋରି ବିରୋଧରେ ଏକ ହେଲେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!