ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ କାଉଡ଼ିଆ ସଂସ୍କୃତି ସମ୍ପର୍କିତ ସାହିତ୍ୟ ସଭା

ପ୍ରଥମ କାଉଡ଼ିଆ ସଂସ୍କୃତି ସମ୍ପର୍କିତ ସାହିତ୍ୟ ସଭା

  କଟକ : ଓଡ଼ିଶାର ପ୍ରଥମ କାଉଡ଼ିଆ ସଂସ୍କୃତି ସମ୍ପର୍କିତ ସାହିତ୍ୟ ସଭା ଧବଳେଶ୍ଵର ଲିଙ୍ଗରାଜ ଶ୍ରାବଣ ସାରସ୍ବତ ସଙ୍ଗମ ୨୦୨୪ ଗଡଗଡେଶ୍ୱର ମନ୍ଦିର, କଟକ ଠାରେ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ହୋଇ ଯାଇଛି । ଏହା ସାହିତ୍ୟ ସଂସଦର ୫୧ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି,କବି ଓ କବୟିତ୍ରୀମାନେ ଭଗବାନ ଶଙ୍କରଙ୍କୁ ଜଳଲାଗି କରିଥିଲେ । କବୟିତ୍ରୀ ଏଲିଜା ଜେନା ଶିବ ସ୍ତୁତି ଗାନ କରିଥିଲେ । କବି/କବୟିତ୍ରୀ ଓ ଲେଖକ/ଲେଖିକାମାନେ ” କାଉଡ଼ିଆ ମାନଙ୍କ ଆଧ୍ୟାତ୍ମିକ ଚେତନା ଓ ଶିବ ମହିମା ବିଷୟରେ ଗବେଷଣାତ୍ମକ କବିତା, ଗଳ୍ପ, ଓ ପ୍ରବନ୍ଧ ପ୍ରଦାନ କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରି ଓଡ଼ିଶାର କାଉଡ଼ିଆ ଲୋକ ସଂସ୍କୃତି ସାହିତ୍ୟ ପାଠ୍ୟକ୍ରମରେ ସାମିଲ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଧ୍ୟାତ୍ମିକ ଚେତନା ମାଧ୍ୟମରେ ଜାତୀୟ ଅସ୍ମିତା ସୃଷ୍ଟି ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଉଦ୍ ଘାଟକ ଶ୍ରୀ ମାନସ ଚୈତନ୍ୟ, ସଭାପତି ଧବଳେଶ୍ଵର ସାରସ୍ବତ ଆଶ୍ରମ, କଟକ କାଉଡିଆଙ୍କ ଆଧ୍ୟାତ୍ମିକ ଚେତନା ଓଡ଼ିଶାର ଲୋକ ସଂସ୍କୃତି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନିହାର ରଞ୍ଜନ ଦାସ, ସ୍ଵତନ୍ତ୍ର ଶାସନ ସଚିବ, ଓଡ଼ିଶା ସରକାର ବେଦ, ଶାସ୍ତ୍ର ଏବଂ ଶିବ ପୁରାଣର ଉଦାହରଣ ଦେଇ ଶଙ୍କରଙ୍କ ମହିମା ବ୍ୟାଖ୍ୟା କରିଥିଲେ । ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଲିଙ୍ଗରାଜ ପତି ଶିବ ମହିମାର ଆଧ୍ୟାତ୍ମିକ ତତ୍ତ୍ଵ ବ୍ୟାଖ୍ୟା କରିଥିଲେ । ସମ୍ମାନିତ ବକ୍ତାବୃନ୍ଦ ଭାବେ ଶ୍ରୀଯୁକ୍ତ ବିଷ୍ଣୁ ମିଶ୍ର, ସାହିତ୍ୟିକ ଓ ସଂଗଠକ ଡ଼କ୍ଟର ସୁରେନ୍ଦ୍ରନାଥ ତ୍ରିପାଠୀ, ପ୍ରଫେସର ଡ଼କ୍ଟର ଗୋକୁଳ ବିହାରୀ ଦାଶ , ଓ ୟୁ ଏ ଟି ଯୋଗଦେଇ କାଉଡିଆଙ୍କ ଆଧ୍ୟାତ୍ମିକ ଚେତନା ସମ୍ପର୍କରେ ସୁନ୍ଦର ବ୍ୟାଖ୍ୟା କରିଥିଲେ । କଣ୍ଠଶିଳ୍ପୀ ବିରେନ୍ଦ୍ର କୁମାର ଜେନା , ଭଦ୍ରକ ଶ୍ରୀଯୁକ୍ତ ଅଶୋକ କୁମାର ବେହେରା, ନୀର୍ଲିପ୍ତା ଦାସ, ଚିତ୍ତରଞ୍ଜନ ଦଳେଇ, କୃଷ୍ଣ ପତି, ବାବୁଲା ପାତ୍ର, ଶୁଭଶ୍ରୀ ନାୟକ, ପାୟଲ ପ୍ରିୟଦର୍ଶିନୀ ଦାସ, ସୁଭଜିତ୍ ବେହେରା,ଶୁଭଶ୍ରୀ ନାୟକ, ଵେବିରାଣୀ ସାହୁ, ଲିପିକା ପଟ୍ଟନାୟକ, ସସ୍ମିତା ସ୍ୱାଇଁ, ମେଲୋଡ଼ିୟସ ଅର୍ଜୁନ, ସୁଭଜିତ୍ ବେହେରା , ଗୀତାଞ୍ଜଳି ସାହୁ ଶିବ ମହିମା ଏବଂ କାଉଡ଼ିଆ ଭକ୍ତି ଭଜନ ଗାନ କରି ପରିବେଶକୁ ଭକ୍ତିମୟ କରିଥିଲେ । ବଳରାମ ପୂଜାରୀ ଯୁବ ସାହିତ୍ୟ ପୁରସ୍କାର ଯୁବ ସାହିତ୍ୟିକ ରାଜେଶ କୁମାର ଶତପଥୀଙ୍କୁ ପ୍ରଦାନ କରାଯାଇଥିଲା । ଧବଳେଶ୍ଵର ଲିଙ୍ଗରାଜ ସମ୍ମାନ କଳିଙ୍ଗ ଚାରୁକଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ତାରାକାନ୍ତ ପରିଡ଼ା ଏବଂ ଧବଳେଶ୍ଵର ଲିଙ୍ଗରାଜ ସେବା ସମ୍ମାନ ଡଃ ସ୍ନେହାଶ୍ରୀ ସ୍ୱାଇଁଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଦୁଇ ଶହରୁ ଉର୍ଦ୍ଧ କବି, ଲେଖକ, ଚିତ୍ରଶିଳ୍ପୀ, କଣ୍ଠଶିଳ୍ପୀ, ସାମ୍ବାଦିକ,ନୃତ୍ୟଶିଳ୍ପୀ ଏବଂ ବାଦ୍ୟ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଓଡ଼ିଶୀ ନୃତ୍ୟଶିଳ୍ପୀ ଅନିତା ଭୋଇ ଶିବ ତାଣ୍ଡବ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ଅନ୍ୟ ଚାରିଜଣ ଓଡ଼ିଶୀ ନୃତ୍ୟାଙ୍ଗନା ଶିବ ମହିମା ନୃତ୍ୟ ପ୍ରଦର୍ଶନ କରିଥିଲେ । କବି ଏବଂ ଗାଳ୍ପିକ ଶ୍ରୀଯୁକ୍ତ ଅଜୟ ପଣ୍ଡାଙ୍କ ପୁସ୍ତକ ” ମୃଗତୃଷ୍ଣା ” ର ଶୁଭ ଲୋକାର୍ପଣ ହୋଇଥିଲା । ଅନୁଷ୍ଠାନର ଉପଦେଷ୍ଟା ମଣ୍ଡଳୀ ଏବଂ ବରିଷ୍ଠ କର୍ମକର୍ତ୍ତା ପୁରସ୍କାର ଏବଂ ସମ୍ମାନ ପ୍ରଦାନ କରିଥିଲେ । ବରିଷ୍ଠ କବି ଦେବଦତ୍ତ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆମ ସାହିତ୍ଯ ଆମ ଅସ୍ମିତାର ପରିଚୟ. ବୈଶାଖୀ ସାହିତ୍ୟ ସଂସଦ ର ବାର୍ଷିକୋତ୍ସବ 

masiha

ନବରଙ୍ଗପୁର ଠାରେ” ଅପରେସନ ସିନ୍ଦୁର”କୁ ସମ୍ମାନ ଜଣାଇ ପରାକ୍ରମ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା 

masiha

ଜନ୍ମ ମାଟିରେ ଇଂ.ସୁରଜ୍ କୁମାର ବେହେରା ସମ୍ବର୍ଦ୍ଧିତ

masiha

Leave a Comment

error: Content is protected !!