ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ୍ୟୁଜିକ୍ ସର୍କଲ ଓ ସୁନ୍ଦରଗଡ଼ ଜିଲ୍ଲା ଲେଖିକା ସଂସଦର ମିଳିତ ଆନୁକୂଲ୍ୟରେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ମ୍ୟୁଜିକ୍ ସର୍କଲ ଓ ସୁନ୍ଦରଗଡ଼ ଜିଲ୍ଲା ଲେଖିକା ସଂସଦର ମିଳିତ ଆନୁକୂଲ୍ୟରେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ରାଉରକେଲା-ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ୍ ସର୍କଲ ଏବଂ ସୁନ୍ଦରଗଡ଼ ଜିଲ୍ଲା ଲେଖିକା ସଂସଦର ମିଳିତ ଆନୁକୂଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜୟନ୍ତୀ ମ୍ୟୁଜିକ୍ ସର୍କଲର ମେହେର ଭବନ ପରିସରରେ ପାଳିତ ହୋଇଯାଇଛି। ଇଂ. ଅଭୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ। ମ୍ୟୁଜିକ୍ ସର୍କଲର କଳାକାର ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବାବେଳେ ଲେଖିକା ସଂସଦର ସଭାପତି ଡଃ କିଶୋରୀ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଫେସର ଭବେଶ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କହିଲେ ଯେ, ଗଙ୍ଗାଧର ଥିଲେ ଅମୃତର କବି। ଲେଖିକା ସଂସଦର ସମ୍ପାଦିକା ସ୍ନେହଲତା ନାୟକ ସ୍ବାଗତ ଅଭିଭାଷଣ ସହ ତାଙ୍କର ସୁଲଳିତ କଣ୍ଠରେ ଗଙ୍ଗାଧରଙ୍କ ସଙ୍ଗୀତ ଗାନ କରିଥିଲେ।

ମୁଖ୍ୟବକ୍ତା ପ୍ରଫେସର ଡଃ ଅଶ୍ବିନୀ କୁମାର ରାୟ କହିଲେ ଯେ,ବିଶିଷ୍ଟ ସାରସ୍ଵତ ସ୍ରଷ୍ଟା କବି ଗଂଗାଧର ଥିଲେ ସଂକୀର୍ଣ୍ଣ ଧର୍ମ ଚେତନାରୁ ଊର୍ଦ୍ଧ୍ୱରେ। ସେ ଥିଲେ ସତ୍ୟର ପୂଜାରୀ। ଉଦାତ୍ତ ଆଧ୍ୟାତ୍ମିକ ଚେତନା ସମ୍ବଳିତ ତାଙ୍କ ଲେଖନୀ ନିଃସୃତ କାବ୍ୟ ଉଭୟ ଆଙ୍ଗିକ ଏବଂ ଆତ୍ମିକ ଦୃଷ୍ଟିକୋଣରୁ ମହାକାବ୍ୟର ମାନ୍ୟତା ଲାଭ କରେ । ତାଙ୍କ କବିତା ବୈଜ୍ଞାନିକ ଚିନ୍ତନ ସହ ଆଧ୍ୟାତ୍ମିକ ଚେତନାରେ ପୁଷ୍ଟ। ସେ ଥିଲେ ମହାଭାରତୀୟ ଚେତନାରେ ଉଦବୁଦ୍ଧ।

ସମ୍ମାନୀତ ବକ୍ତା ଡଃ ଚନ୍ଦ୍ର କାନ୍ତି ନାୟକ କହିଲେ ସତ୍ୟ ଶିବ ସୁନ୍ଦରର ଉପାସକ କବି ଗଙ୍ଗାଧରଙ୍କ ଗଭୀର ଦାର୍ଶନିକ ତତ୍ବ ସମ୍ବଳିତ କବିତା ଆଧ୍ୟାତ୍ମିକତା, ଧାର୍ମିକ ଏବଂ ବୌଦ୍ଧିକ ଚିନ୍ତନରେ ପରିପୁଷ୍ଟ । ତାଙ୍କର ଭକ୍ତି କବିତା ବ୍ୟକ୍ତି ଚେତନା ସହ ବିଶ୍ବ ଚେତନାରେ ପରିବ୍ୟାପ୍ତ । ତାଙ୍କର କାବ୍ୟ ଚେତନା ଏବଂ ବ୍ୟକ୍ତି ଚେତନା ମଧ୍ୟରେ କୌଣସି ପାର୍ଥକ୍ୟ ନଥିଲା। ତାଙ୍କର ବିଶେଷତ୍ବ ହେଲା ଆନ୍ତଃ ଚେତନା ଏବଂ ବାହ୍ୟିକ ଚେତନାରେ ଈଶ୍ୱରଙ୍କ ସତ୍ତା ଉପଲବ୍ଧି। ମୁଖ୍ୟ ଅତିଥି ମହେନ୍ଦ୍ର କୁମାର ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଲେ, ଗଙ୍ଗାଧର ଥିଲେ ସମସ୍ତ ଧର୍ମର ଊର୍ଦ୍ଧ୍ୱରେ ।ତାଙ୍କର ସମସ୍ତ କାବ୍ୟରେ ଆଧ୍ୟାତ୍ମିକତା ଅନୁରଣିତ।ଗଙ୍ଗାଧର ଥିଲେ ମହାଚତନାର ପ୍ରତୀକ। ତାଙ୍କ ରଚନାରେ ଆଧ୍ୟାତ୍ମିକ ଚେତନାର ପରାକାଷ୍ଠା ପ୍ରତିପାଦିତ । 

ଦ୍ବିତୀୟ ପର୍ଯ୍ୟାୟରେ କବୀ ରଶ୍ମି ବାଳା ରାଉତରାୟଙ୍କ ସଭାପତିତ୍ବରେ ଓ କବୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ଏବଂ କବୀ ବିଜୟିନୀ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ କାର୍ଯ୍ୟକ୍ରମରେ ସହରର ପନ୍ଦର ଜଣ ବିଶିଷ୍ଟ କବି ଅଧ୍ୟାତ୍ମ ଚେତନା ସମ୍ଭୂତ କବିତା ପାଠ କରିଥିଲେ। ଶେଷରେ ନିଖିଳେଶ୍ବର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ବିବେକାନନ୍ଦ ପଣ୍ଡା, ସନ୍ତୋଷ କୁମାର ମଲ୍ଲିକ, ଲକ୍ଷ୍ମଣ ନାଥ ଦାସ ଅନିନ୍ଦିତା ମାଇତି ପ୍ରମୁଖ ସହାୟତା କରିଥିବା ବେଳେ, ସହରର ଶତାଧିକ ସଂସ୍କୃତି ପ୍ରେମୀ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଯାମଦା ବ୍ଳକ ପରିସରରେ ୦ ରୁ ୬ ଵର୍ଷୀୟ ଦିଵ୍ଯାଙ୍ଗ ଶିଶୁଙ୍କ ଚିହ୍ନଟ ଉଦ୍ଦେଶ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କର୍ମଶାଳା

Sunil Chandra Nayak

ଅସହାୟ ଜନତାଙ୍କ ସେବାରେ ଇଂ.ଗୋପାଳ କୃଷ୍ଣ ଦାସ , ୪୩ ବର୍ଷ ବୟସରେ ୫୬ ଥର ରକ୍ତଦାନ ସହ ଶିଶୁ କର୍କଟ ରୋଗୀଙ୍କ ପାଇଁ ସାଜିଛନ୍ତି ଦେବଦୂତ

masiha

ବେଲପଡା ରେ ଜିଲ୍ଲା ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ

masiha

Leave a Comment

error: Content is protected !!