ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼. ମୌମିତା ଦେବନାଥ ଙ୍କୁ ନ୍ୟାୟ ପ୍ରଦାନ ଦାବି ରେ କେସିଙ୍ଗା ଟେଣ୍ଟ, ଲାଇଟ୍, ଫ୍ଲାୱାର, ଆଣ୍ଡ ଡିଜେ ସଂଘ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା

ଡ଼. ମୌମିତା ଦେବନାଥ ଙ୍କୁ ନ୍ୟାୟ ପ୍ରଦାନ ଦାବି ରେ କେସିଙ୍ଗା ଟେଣ୍ଟ, ଲାଇଟ୍, ଫ୍ଲାୱାର, ଆଣ୍ଡ ଡିଜେ ସଂଘ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା

ଭବାନୀପାଟଣା,୨୦/୦୮// କଲିକତା ର ଏକ ଘରୋଇ ଡାକ୍ତରଖାନାରେ ଟ୍ରେନିଂ ନେଉଥିବା ଜଣେ ଯୁବ ମହିଳା ଡାକ୍ତର ଙ୍କୁ ବଳାତ୍କାର ପରେ ବିଭତ୍ସ ହତ୍ୟା ପରେ ସାରା ଦେଶରେ ଡାକ୍ତର ଙ୍କ ସୁରକ୍ଷା ପାଇଁ ଆନ୍ଦୋଳନ ଜାରି ରହିଛି। ଗତ ୯ ତାରିଖରେ ଏହି ସ୍ପର୍ଶକାତର ଘଟଣା ଘଟିଥିଲା ଏହାକୁ ପ୍ରତିବାଦ କରି ଦେଶବ୍ୟାପୀ ଧର୍ମଘଟ ଆନ୍ଦୋଳନ ଜାରି ରହିଛି। ଏହି ଘଟଣା କୁ ପ୍ରତିବାଦ ଓ ବିରୋଧ କରି ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ଟେଣ୍ଟ, ଲାଇଟ୍, ଫ୍ଲାୱାର, ଆଣ୍ଡ ଡିଜେ ସଂଘ ପକ୍ଷରୁ ସଭାପତି ରବି ନାରାୟଣ ମିଶ୍ର ଙ୍କ ଅଧ୍ୟକ୍ଷତାରେ କେସିଙ୍ଗା ବ୍ଲକ୍ ସମ୍ମୁଖରେ ଦୀନ ୧୦ଟା ରୁ ଏକ ପ୍ରତିବାଦ୍ ସଭା ସହିତ ବଳାତ୍କାର ଓ ଅମାନୁଷିକ ନିର୍ଯ୍ୟାତନା ରେ ମୃତ ମହିଳା ଡାକ୍ତର ଙ୍କ ଅମର ଆତ୍ମା ର ସଦଗତି ଓ ଦୋଷୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ରେ କେସିଙ୍ଗା ପୋଲିସ ଷ୍ଟେସନ ଠାରୁ ରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏହି ରେଲି ରେ ଟେଣ୍ଟ, ଲାଇଟ୍, ଫ୍ଲାୱାର, ଆଣ୍ଡ ଡିଜେ ସଂଘ ସହିତ ସଚେତନ ନାଗରିକ ସାମିଲ ହୋଇ ଘଟଣା କୁ ଦୃଢ଼ ବିରୋଧ କରିବା ସହ ଦୋଷୀ ଅଭିଯୁକ୍ତ ଙ୍କୁ ଫାଶୀ ଦଣ୍ଡାଦେଶ ଦେବାକୁ ଦାବି କରିଛନ୍ତି। ପରେ ଏକ ଶ୍ରଦ୍ଧାଞ୍ଜଳି ସଭା ରେ ଉପସ୍ଥିତ ସମସ୍ତ ବର୍ଗର ଲୋକେ ମୃତା ଡ଼. ମୌମିତା ଦେବନାଥ ଙ୍କ ଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ମୋହନ ମହଲା, ସମ୍ପାଦକ ତ୍ରିଲୋଚନ ନାଏକ, କୋଷାଧ୍ୟକ୍ଷ ରୁକେଶ ନାଏକ, ଭକ୍ତରାମ ନାଏକ ଏବଂ ସଂଘର କର୍ମକର୍ତ୍ତା ଓ ଅନ୍ୟ ସଚେତନ ଯୁବକ ମାନେ ସାମିଲ ରହିଥିଲେ।

ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ୍ 

Related posts

ବିଶ୍ଵନିୟନ୍ତାଙ୍କ ରଥ ନିର୍ମାଣ କାର୍ଯ୍ୟ ବନ୍ଦ

Sunil Chandra Nayak

ଡକ୍ଟର ଅଜିତ ବେହେରାଙ୍କୁ ରାଜ୍ୟପାଳଙ୍କ ଡି.ଲିଟ୍ ଡ଼ିଗ୍ରୀ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ଧାନ ସଂଗ୍ରହ ତ୍ଵରାନିତ ବର୍ତ୍ତମାନ ପର୍ଯ୍ୟନ୍ତ ୩୩,୧୩୪ ଜଣ ପଂଜିକୃତ ଚାଷୀଙ୍କ ଧାନ ବିକ୍ରୟ 

masiha

Leave a Comment

error: Content is protected !!